ଆମେରିକାରେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ ଏବଂ ଝିଅଙ୍କୁ ଗୁଳି କରି ହତ୍ୟା, ସନ୍ଦିଗ୍ଧ ଗିରଫ

ଭର୍ଜିନିଆ,୨୩।୩: ଆମେରିକାରେ ପୁଣି ଜଣେ ଭାରତୀୟ ବଂଶୋଦ୍ଭବଙ୍କୁ ଗୁଳି କରି ହତ୍ୟା। ଏକ ଦୋକାନରେ ୫୬ ବର୍ଷୀୟ ପ୍ରଦୀପ କୁମାର ପଟେଲ ଏବଂ ତାଙ୍କ ଝିଅଙ୍କୁ ହତ୍ୟା କରାଯାଇଛି। ଘଟଣାକୁ ନେଇ ଭର୍ଜିନିଆରେ ରହୁଥିବା ଭାରତୀୟ ସମ୍ପ୍ରଦାୟରେ ଶୋକର ଛାୟା ଖେଳିଯାଇଛି। ତେବେ ପିଟିଆଇ ଅନୁଯାୟୀ, ଘଟଣା ସମୟରେ ଭର୍ଜନିଆର ଆକୋମାକ କାଉଣ୍ଟିରେ ଲ୍ୟାକ୍‌ଫୋର୍ଡ ହାଇଓ୍ବେରେ ଥିବା ସେମାନଙ୍କ ସମ୍ପର୍କୀୟଙ୍କ ଦୋକାନରେ ଉଭୟ କାମ କରୁଥିଲେ। କାଉଣ୍ଟିଂ ସେରିଫଙ୍କ କାର୍ଯ୍ୟାଳୟକୁ ଗୁଳିକାଣ୍ଡ ନେଇ ମାର୍ଚ୍ଚ ୨୦ ସକାଳ […] The post ଆମେରିକାରେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ ଏବଂ ଝିଅଙ୍କୁ ଗୁଳି କରି ହତ୍ୟା, ସନ୍ଦିଗ୍ଧ ଗିରଫ appeared first on Dharitri Odia News.

ଆମେରିକାରେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ ଏବଂ ଝିଅଙ୍କୁ ଗୁଳି କରି ହତ୍ୟା, ସନ୍ଦିଗ୍ଧ ଗିରଫ

ଭର୍ଜିନିଆ,୨୩।୩: ଆମେରିକାରେ ପୁଣି ଜଣେ ଭାରତୀୟ ବଂଶୋଦ୍ଭବଙ୍କୁ ଗୁଳି କରି ହତ୍ୟା। ଏକ ଦୋକାନରେ ୫୬ ବର୍ଷୀୟ ପ୍ରଦୀପ କୁମାର ପଟେଲ ଏବଂ ତାଙ୍କ ଝିଅଙ୍କୁ ହତ୍ୟା କରାଯାଇଛି। ଘଟଣାକୁ ନେଇ ଭର୍ଜିନିଆରେ ରହୁଥିବା ଭାରତୀୟ ସମ୍ପ୍ରଦାୟରେ ଶୋକର ଛାୟା ଖେଳିଯାଇଛି। ତେବେ ପିଟିଆଇ ଅନୁଯାୟୀ, ଘଟଣା ସମୟରେ ଭର୍ଜନିଆର ଆକୋମାକ କାଉଣ୍ଟିରେ ଲ୍ୟାକ୍‌ଫୋର୍ଡ ହାଇଓ୍ବେରେ ଥିବା ସେମାନଙ୍କ ସମ୍ପର୍କୀୟଙ୍କ ଦୋକାନରେ ଉଭୟ କାମ କରୁଥିଲେ।

କାଉଣ୍ଟିଂ ସେରିଫଙ୍କ କାର୍ଯ୍ୟାଳୟକୁ ଗୁଳିକାଣ୍ଡ ନେଇ ମାର୍ଚ୍ଚ ୨୦ ସକାଳ ପ୍ରାୟ ୫.୩୦ରେ ଏକ ଫୋନ୍‌ ଆସିଥିଲା। ସେମାନେ ସେଠାରେ ପହଞ୍ଚିବା ପରେ ପଟେଲଙ୍କୁ ଗୁଳି କରାଯାଇଥିବା ଦେଖିଥିଲେ। ପରେ ତାଙ୍କ ଝିଅ ମଧ୍ୟ ଗୁଳିକାଣ୍ଡରେ ମୃତ ହୋଇଥିବା ଜଣାପଡ଼ିଥିଲା।

ଘଟଣାସ୍ଥଳରେ ପଟେଲଙ୍କୁ ମୃତ ଘୋଷଣା କରାଯାଇଥିଲା। କିନ୍ତୁ ଝିଅଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଗୁରୁତର ଥିବାରୁ ତାଙ୍କର ମୃତ୍ୟୁ ଘଟିଥିଲା।

ଗୁରୁବାର ପୋଲିସ କହିଥିଲା ଯେ, ସେମାନେ ଗୁଳିକାଣ୍ଡ ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି। ଓନାନକ୍କର ୪୪ ବର୍ଷୀୟ ବ୍ୟକ୍ତି ଜର୍ଜ ଫ୍ରାଜିଅର ଡେଭନ୍‌ ହ୍ବାଇଟ୍‌ ନାମକ ବ୍ୟକ୍ତିଙ୍କୁ ଜାମିନ ବିନା ହେପାଜତରେ ରଖାଯାଇଥିଲା।

The post ଆମେରିକାରେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ ଏବଂ ଝିଅଙ୍କୁ ଗୁଳି କରି ହତ୍ୟା, ସନ୍ଦିଗ୍ଧ ଗିରଫ appeared first on Dharitri Odia News.