୧୦ ବର୍ଷରେ ୨୫ କୋଟି ଲୋକ ଗରିବରୁ ବାହାରିଛନ୍ତି: ମୋଦି

ନୂଆଦିଲ୍ଲୀ,୩୦।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜ୍ଞାନ ଭବନରେ ‘ବିକାଶ ଭାରତର ଯାତ୍ରା: ୟୁନିଅନ ବଜେଟ ୨୦୨୪-୨୫ ପରବର୍ତ୍ତୀ ସମ୍ମିଳନୀ’ର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିଛନ୍ତି। କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରି (ସିଆଇଆଇ) ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆଜି ଭାରତ ହେଉଛି ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୈତିକ ଶକ୍ତି। ଖୁବ୍‌ଶୀଘ୍ର ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନେତିକ ଶକ୍ତି ହେବ। ନିର୍ବାଚନ ପୂର୍ବରୁ ଆମେ ଯାହା ଆଲୋଚନା କରୁ, ନିର୍ବାଚନ ପରେ […] The post ୧୦ ବର୍ଷରେ ୨୫ କୋଟି ଲୋକ ଗରିବରୁ ବାହାରିଛନ୍ତି: ମୋଦି appeared first on Dharitri Odia News.

୧୦ ବର୍ଷରେ ୨୫ କୋଟି ଲୋକ ଗରିବରୁ ବାହାରିଛନ୍ତି: ମୋଦି

ନୂଆଦିଲ୍ଲୀ,୩୦।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜ୍ଞାନ ଭବନରେ ‘ବିକାଶ ଭାରତର ଯାତ୍ରା: ୟୁନିଅନ ବଜେଟ ୨୦୨୪-୨୫ ପରବର୍ତ୍ତୀ ସମ୍ମିଳନୀ’ର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିଛନ୍ତି। କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରି (ସିଆଇଆଇ) ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆଜି ଭାରତ ହେଉଛି ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୈତିକ ଶକ୍ତି। ଖୁବ୍‌ଶୀଘ୍ର ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନେତିକ ଶକ୍ତି ହେବ। ନିର୍ବାଚନ ପୂର୍ବରୁ ଆମେ ଯାହା ଆଲୋଚନା କରୁ, ନିର୍ବାଚନ ପରେ ଆମେ ଏହାକୁ ଭୁଲିଯାଉ। ମୁଁ ସେପରି ନୁହେଁ। ମୁଁ ଏହା କହିଥିଲି ମୋର ତୃତୀୟ ଅବଧି ଦେଶ ତିନି ନମ୍ବର ଅର୍ଥନୀତିରେ ପରିଣତ ହେବ। ଆମେ ଭାରତକୁ ସେହି ବଡ଼ ସଙ୍କଟରୁ ବାହାର କରି ଏହି ଉଚ୍ଚତାକୁ ଆଣିଛୁ। ବଜେଟ ୧୬ ଲକ୍ଷରୁ ୪୮ ଲକ୍ଷ କୋଟିରେ ପହଞ୍ଚିଛି। ଏତେ ବଡ କରୋନା ମହାମାରୀ ସତ୍ତ୍ୱେ ଭାରତର ଆର୍ଥିକ ଚତୁରତା ସମଗ୍ର ବିଶ୍ୱ ପାଇଁ ଏକ ଆଦର୍ଶ ଅଟେ। ବିଶ୍ୱ ଅଭିବୃଦ୍ଧିରେ ଭାରତର ଅଂଶଗ୍ରହଣ ୧୬%କୁ ବୃଦ୍ଧି ପାଇଛି। ଆଜି ଦେଶ ଏକ ବିକଶିତ ଭାରତର ସଂକଳ୍ପ ନେଇ ଚାଲିଛି। ଗତ ଦଶ ବର୍ଷ ମଧ୍ୟରେ ୨୫ କୋଟି ଲୋକ ଦାରିଦ୍ର୍ୟରୁ ବାହାରି ଆସିଛନ୍ତି। ଆମେ ଦେଶର ନାଗରିକଙ୍କ ଜୀବନଶୈଳୀ ଉପରେ ଧ୍ୟାନ ଦେଉଛୁ। ଆମେ ଦକ୍ଷତା ବିକାଶ ଏବଂ ରୋଜଗାର ଉପରେ ଧ୍ୟାନ ଦେଇଛୁ।

The post ୧୦ ବର୍ଷରେ ୨୫ କୋଟି ଲୋକ ଗରିବରୁ ବାହାରିଛନ୍ତି: ମୋଦି appeared first on Dharitri Odia News.