DGCAର ବଡ଼ ବୈଠକ: ଏୟାର ଇଣ୍ଡିଆ ଅଧିକାରୀଙ୍କୁ ସମନ

ନୂଆଦିଲ୍ଲୀ,୧୭।୬: ବାରମ୍ବାର ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି ନେଇ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଜେନେରାଲ (DGCA) ପକ୍ଷରୁ ମଙ୍ଗଳବାର ଏକ ବଡ଼ ବୈଠକ ବସିଛି। ବୈଠକରେ ଡିଜି ଫାଜି ଅହମ୍ମଦ କିଦୱାଇ ଅଧ୍ୟକ୍ଷତା କରିଥିଲେ। ବିମାନରେ ଦେଖାଯାଉଥିବା ଯାନ୍ତ୍ରିକ ତ୍ରୁଟି ଏବଂ ସୁରକ୍ଷା ନେଇ ବୈଠକରେ ତନାଘନା କରାଯାଇଛି। ଗତ ସପ୍ତାହରେ ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଡ୍ରିମଲାଇନର ବିମାନ AI171ର ଭୟଙ୍କର ଦୁର୍ଘଟଣା ଏବଂ ୨୪୧ଜଣ ଯାତ୍ରୀଙ୍କ ମୃତ୍ୟୁ ଏବଂ ଲଗାତାର କିଛି ଦିନ […] The post DGCAର ବଡ଼ ବୈଠକ: ଏୟାର ଇଣ୍ଡିଆ ଅଧିକାରୀଙ୍କୁ ସମନ appeared first on Dharitri Odia News.

DGCAର ବଡ଼ ବୈଠକ: ଏୟାର ଇଣ୍ଡିଆ ଅଧିକାରୀଙ୍କୁ ସମନ

ନୂଆଦିଲ୍ଲୀ,୧୭।୬: ବାରମ୍ବାର ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି ନେଇ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଜେନେରାଲ (DGCA) ପକ୍ଷରୁ ମଙ୍ଗଳବାର ଏକ ବଡ଼ ବୈଠକ ବସିଛି। ବୈଠକରେ ଡିଜି ଫାଜି ଅହମ୍ମଦ କିଦୱାଇ ଅଧ୍ୟକ୍ଷତା କରିଥିଲେ। ବିମାନରେ ଦେଖାଯାଉଥିବା ଯାନ୍ତ୍ରିକ ତ୍ରୁଟି ଏବଂ ସୁରକ୍ଷା ନେଇ ବୈଠକରେ ତନାଘନା କରାଯାଇଛି।

ଗତ ସପ୍ତାହରେ ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଡ୍ରିମଲାଇନର ବିମାନ AI171ର ଭୟଙ୍କର ଦୁର୍ଘଟଣା ଏବଂ ୨୪୧ଜଣ ଯାତ୍ରୀଙ୍କ ମୃତ୍ୟୁ ଏବଂ ଲଗାତାର କିଛି ଦିନ ହେଲା ଅନ୍ତର୍ଜାତୀୟ ବିମାନ ସେବା କାର୍ଯ୍ୟସୂଚୀରେ ବାଧା ଏବଂ ପରିଚାଳନାଗତ ଅନିୟମିତତା ପରେ ଏହି ବୈଠକ ହୋଇଥିଲା। ବିମାନର ସୁରକ୍ଷା ଚିନ୍ତା ଏବଂ କାର୍ଯ୍ୟକ୍ଷମ ଅନୁପାଳନକୁ ସମାଧାନ କରିବା ବୈଠକର ଲକ୍ଷ୍ୟ ରହିଥିଲା। ଅନ୍ୟପକ୍ଷେ ଏୟାର ଇଣ୍ଡିଆ ଅଧିକାରୀଙ୍କ ସହ ଇଞ୍ଜିନିୟରିଂ ହେଡ୍‌କୁ DGCA ପକ୍ଷରୁ ସମନ ଜାରି କରାଯାଇଛି।

 

The post DGCAର ବଡ଼ ବୈଠକ: ଏୟାର ଇଣ୍ଡିଆ ଅଧିକାରୀଙ୍କୁ ସମନ appeared first on Dharitri Odia News.