ବକୁଳରେ ଖୋଲିଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର,୨୨।୧(ଶର୍ମିଷ୍ଠା ପାଣିଗ୍ରାହୀ): ବକୁଳ ଲାଇବ୍ରେରିରେ ଏକ ପାଣିପାଗ କେନ୍ଦ୍ର ରବିବାର ଉଦ୍‌ଘାଟିତ ହୋଇଯାଇଛି। ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗର ମୁଖ୍ୟ ଶାସନ ସଚିବ ଚିତ୍ରା ଅରୁମୁଗମ୍‌ ଏହାକୁ ଉଦ୍‌ଘାଟନ କରିଛନ୍ତି। ଆମେରିକାର ସିଟି ୟୁନିଭର୍ସିଟି ଅଫ୍‌ ନ୍ୟୁୟର୍କର ବ୍ରୋନକ୍ସ କମ୍ୟୁନିଟି କଲେଜର ସହଭାଗିତାରେ ହାଇଦ୍ରାବାଦରେ ଅବସ୍ଥାପିତ ୟୁଏସ୍‌ କନ୍‌ସୁଲେଟ ଜେନେରାଲ ଦ୍ୱାରା ଏହି ପାଣିପାଗ କେନ୍ଦ୍ର ସ୍ଥାପନ କରାଯାଇଛି। ବ୍ରୋନକ୍ସ କମ୍ୟୁନିଟି କଲେଜ ଅଧ୍ୟକ୍ଷ ପ୍ରଫେସର ନୀଲ ଫିଲିପ୍‌ ପାଣିପାଗ କେନ୍ଦ୍ରର ବୈଶିଷ୍ଟ୍ୟ ଓ ଏହାକୁ କିପରି […] The post ବକୁଳରେ ଖୋଲିଲା ପାଣିପାଗ କେନ୍ଦ୍ର appeared first on Dharitri Odia News.

ବକୁଳରେ ଖୋଲିଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର,୨୨।୧(ଶର୍ମିଷ୍ଠା ପାଣିଗ୍ରାହୀ): ବକୁଳ ଲାଇବ୍ରେରିରେ ଏକ ପାଣିପାଗ କେନ୍ଦ୍ର ରବିବାର ଉଦ୍‌ଘାଟିତ ହୋଇଯାଇଛି। ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗର ମୁଖ୍ୟ ଶାସନ ସଚିବ ଚିତ୍ରା ଅରୁମୁଗମ୍‌ ଏହାକୁ ଉଦ୍‌ଘାଟନ କରିଛନ୍ତି। ଆମେରିକାର ସିଟି ୟୁନିଭର୍ସିଟି ଅଫ୍‌ ନ୍ୟୁୟର୍କର ବ୍ରୋନକ୍ସ କମ୍ୟୁନିଟି କଲେଜର ସହଭାଗିତାରେ ହାଇଦ୍ରାବାଦରେ ଅବସ୍ଥାପିତ ୟୁଏସ୍‌ କନ୍‌ସୁଲେଟ ଜେନେରାଲ ଦ୍ୱାରା ଏହି ପାଣିପାଗ କେନ୍ଦ୍ର ସ୍ଥାପନ କରାଯାଇଛି।
ବ୍ରୋନକ୍ସ କମ୍ୟୁନିଟି କଲେଜ ଅଧ୍ୟକ୍ଷ ପ୍ରଫେସର ନୀଲ ଫିଲିପ୍‌ ପାଣିପାଗ କେନ୍ଦ୍ରର ବୈଶିଷ୍ଟ୍ୟ ଓ ଏହାକୁ କିପରି ବ୍ୟବହାର କରାଯାଇପାରିବ ସେ ବିଷୟରେ ଯୁବ ସ୍ବେଚ୍ଛାସେବୀଙ୍କୁ ସୂଚନା ଦେଇଥିଲେ। ପାଣିପାଗ କେନ୍ଦ୍ରର ତଥ୍ୟ ଜନସାଧାରଣଙ୍କ ପାଇଁ ଉପଲବ୍ଧ ହେବ। ସେହିପରି ଜଳବାୟୁ ତଥ୍ୟ ଏବଂ ଜଳବାୟୁ ପରିବର୍ତ୍ତନର ମହତ୍ତ୍ୱ ଉପରେ ସଚେତନତା ସୃଷ୍ଟି କରାଯିବ। ଏହା ତାପମାତ୍ରା, ବାୟୁ ପ୍ରଦୂଷଣ ସ୍ତର, ବାୟୁ ଗୁଣବତ୍ତା, ଆର୍ଦ୍ରତା, ସୌର ବିକିରଣ, ଅତିବାଇଗଣି ରଶ୍ମି, ପବନ ଏବଂ ବୃଷ୍ଟିପାତ ପରି ମାଇକ୍ରୋ-ଜଳବାୟୁ ପାରାମିଟର ଉପରେ ନଜର ରଖିବାରେ ସାହାଯ୍ୟ କରିବ। ଏହି ତଥ୍ୟ ଯେକୌଣସି ବ୍ୟକ୍ତି ଯେକୌଣସି ସ୍ଥାନରେ ଅନ୍‌ଲାଇନ୍‌ରେ ପାଇପାରିବେ। ଯୁକ୍ତରାଷ୍ଟ୍ରର କନ୍‌ସୁଲେଟର ସଲିଲ କାଦର କହିଛନ୍ତି, ବକୁଳରେ ଥିବା ପାଣିପାଗ କେନ୍ଦ୍ର ଯୁବକମାନଙ୍କୁ ଶିକ୍ଷିତ କରାଇବ। ଚିତ୍ରା ଅରୁମୁଗମ୍‌ ଏଭଳି ପଦକ୍ଷେପକୁ ପ୍ରଶଂସା କରି କହିଲେ, ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଛାତ୍ରମାନଙ୍କୁ ନେଇ ପାଣିପାଗ କେନ୍ଦ୍ର ଚାରିପାଖରେ ଜଳବାୟୁ ବିଜ୍ଞାନ ଉପରେ ୧୦୦ଟି ଛୋଟ ପ୍ରକଳ୍ପ ସୃଷ୍ଟି କରିବାରେ ସାହାଯ୍ୟ କରିବାକୁ ବକୁଳକୁ ପ୍ରସ୍ତାବ ଦେଇଥିଲେ। ଫାଉଣ୍ଡେଶନର ପ୍ରତିଷ୍ଠାତା ସୁଜିତ ମହାପାତ୍ର କହିଲେ, ବକୁଳ ଏକ ଯୁବ ଜଳବାୟୁ ଉତ୍ସାହୀ ଦଳ ସୃଷ୍ଟି କରିସାରିଛି, ଯେଉଁମାନେ ସକ୍ରିୟ ଜଳବାୟୁ ମନିଟରିଂ ପାଇଁ ପାଣିପାଗ କେନ୍ଦ୍ର ବ୍ୟବହାର କରିବାକୁ ଆଗ୍ରହୀ ଅଛନ୍ତି। ସ୍କୁଲ ଓ କଲେଜ ପିଲାମାନଙ୍କୁ ଜଳବାୟୁ ପରିବର୍ତ୍ତନ ବିଷୟରେ ପାଣିପାଗ କେନ୍ଦ୍ରର ଭୂମିକା ସମ୍ପର୍କରେ ଜଣାଇବେ ବୋଲି ସେ ସୂଚନା ଦେଇଥିଲେ। ପାଣିପାଗ କେନ୍ଦ୍ରର ଉଦ୍‌ଘାଟନ ପୂର୍ବରୁ ଓଡ଼ିଶା କୁଇଜ ଆସୋସିଏଶନର ବିଭାସ ରଥ ଏବଂ ମୁକ୍ତି ପ୍ରଧାନଙ୍କ ଦ୍ୱାରା ପରିଚାଳିତ ଜଳବାୟୁ ପରିବର୍ତ୍ତନ ଉପରେ ଏକ କୁଇଜ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

The post ବକୁଳରେ ଖୋଲିଲା ପାଣିପାଗ କେନ୍ଦ୍ର appeared first on Dharitri Odia News.