ଦୁନିଆକୁ ମିଳିଲା ନୂଆ ରଙ୍ଗ ! ବୈଜ୍ଞାନିକଙ୍କ ଦାବି ପୂର୍ବରୁ କେବେ କେହି ଦେଖି ନାହାନ୍ତି

ନୂଆଦିଲ୍ଲୀ: ଦୁନିଆରେ ଯାହା ଅଛି ସେ ସବୁକୁ ନିଜ ଆଖିରେ ଦେଖିଥିବା ମଣିଷ ବିଶ୍ୱାସ କରେ । କିନ୍ତୁ ଏହା ବାସ୍ତବତା ନୁହେଁ ବୋଲି ବୈଜ୍ଞାନିକ ଏକ ଗୋଷ୍ଠୀ ଦାବି କରିଛନ୍ତି । ଆମେରିକାର ଗବେଷକମାନେ ଏପରି ଏକ ରଙ୍ଗ ଆବିଷ୍କାର କରିଥିବା ଦାବି କରିଛନ୍ତି ଯାହା ପୂର୍ବରୁ କେବେ କେହି ଦେଖିନାହାନ୍ତି । ଲେଜର ଏବଂ ଉନ୍ନତ ଟ୍ରାକିଂ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ପାଞ୍ଚ ଜଣ ବ୍ୟକ୍ତିଙ୍କୁ ଏପରି ରଙ୍ଗ ଦେଖିବାକୁ ସକ୍ଷମ କରିଛନ୍ତି ଯାହାକୁ ପୂର୍ବରୁ କୌଣସି ମଣିଷ ଦେଖିନାହିଁ ।ଦ ଗାର୍ଡିଆନ ଅନୁଯାୟୀ, ଗବେଷକମାନେ ଦାବି କରିଛନ୍ତି ଯେ ରେଟିନାରେ ଥିବା କୋଷଗୁଡ଼ିକୁ ଉତ୍ତେଜିତ କରି ଲେଜର ଦ୍ୱାରା ସେମାନଙ୍କର ଧାରଣାକୁ ଏହାର ପ୍ରାକୃତିକ ସୀମା ବାହାରକୁ ଠେଲି ଦିଆଯାଇଥିଲା । ଏପ୍ରିଲ୍‌ ୧୮ରେ ସାଇନ୍ସ ଆଡଭାନ୍ସରେ ପ୍ରକାଶିତ ରିପୋର୍ଟରେ ଗବେଷକମାନେ ନୂତନ ରଙ୍ଗକୁ "ଓଲୋ" ନାମ ଦେଇଛନ୍ତି । ପରୀକ୍ଷଣ ସାମିଲ ପାଞ୍ଚ ଜଣ ବ୍ୟକ୍ତି ନୂତନ ରଙ୍ଗକୁ "ନୀଳ-ସବୁଜ" ଭାବରେ ବର୍ଣ୍ଣନା କରିଥିଲେ । ଏଥିରେ ଏହା ମଧ୍ୟ କୁହାଯାଇଛି ଯେ ନୂତନ ରଙ୍ଗକୁ ନେଇ ସେମାନଙ୍କର ବର୍ଣ୍ଣନାକୁ ସମ୍ପୂର୍ଣ୍ଣ ଭାବେ ରେକର୍ଡ କରାଯାଇନାହିଁ ।ଦ ଗାର୍ଡିଆନର ରିପୋର୍ଟ ଅନୁସାରେ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ଇଞ୍ଜିନିୟର ରେନ୍ ଏନଜି କହିଛନ୍ତି, "ଆମେ ଆରମ୍ଭରୁ ଭବିଷ୍ୟବାଣୀ କରିଥିଲୁ ଯେ ଏହା ଏକ ଅଭୂତପୂର୍ବ ରଙ୍ଗ ସଙ୍କେତ ପରି ଦେଖାଯିବ କିନ୍ତୁ ମସ୍ତିଷ୍କ ଏହାକ

ଦୁନିଆକୁ ମିଳିଲା ନୂଆ ରଙ୍ଗ ! ବୈଜ୍ଞାନିକଙ୍କ ଦାବି ପୂର୍ବରୁ କେବେ କେହି ଦେଖି ନାହାନ୍ତି

ନୂଆଦିଲ୍ଲୀ: ଦୁନିଆରେ ଯାହା ଅଛି ସେ ସବୁକୁ ନିଜ ଆଖିରେ ଦେଖିଥିବା ମଣିଷ ବିଶ୍ୱାସ କରେ । କିନ୍ତୁ ଏହା ବାସ୍ତବତା ନୁହେଁ ବୋଲି ବୈଜ୍ଞାନିକ ଏକ ଗୋଷ୍ଠୀ ଦାବି କରିଛନ୍ତି । ଆମେରିକାର ଗବେଷକମାନେ ଏପରି ଏକ ରଙ୍ଗ ଆବିଷ୍କାର କରିଥିବା ଦାବି କରିଛନ୍ତି ଯାହା ପୂର୍ବରୁ କେବେ କେହି ଦେଖିନାହାନ୍ତି । ଲେଜର ଏବଂ ଉନ୍ନତ ଟ୍ରାକିଂ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ପାଞ୍ଚ ଜଣ ବ୍ୟକ୍ତିଙ୍କୁ ଏପରି ରଙ୍ଗ ଦେଖିବାକୁ ସକ୍ଷମ କରିଛନ୍ତି ଯାହାକୁ ପୂର୍ବରୁ କୌଣସି ମଣିଷ ଦେଖିନାହିଁ ।

ଦ ଗାର୍ଡିଆନ ଅନୁଯାୟୀ, ଗବେଷକମାନେ ଦାବି କରିଛନ୍ତି ଯେ ରେଟିନାରେ ଥିବା କୋଷଗୁଡ଼ିକୁ ଉତ୍ତେଜିତ କରି ଲେଜର ଦ୍ୱାରା ସେମାନଙ୍କର ଧାରଣାକୁ ଏହାର ପ୍ରାକୃତିକ ସୀମା ବାହାରକୁ ଠେଲି ଦିଆଯାଇଥିଲା । ଏପ୍ରିଲ୍‌ ୧୮ରେ ସାଇନ୍ସ ଆଡଭାନ୍ସରେ ପ୍ରକାଶିତ ରିପୋର୍ଟରେ ଗବେଷକମାନେ ନୂତନ ରଙ୍ଗକୁ "ଓଲୋ" ନାମ ଦେଇଛନ୍ତି । ପରୀକ୍ଷଣ ସାମିଲ ପାଞ୍ଚ ଜଣ ବ୍ୟକ୍ତି ନୂତନ ରଙ୍ଗକୁ "ନୀଳ-ସବୁଜ" ଭାବରେ ବର୍ଣ୍ଣନା କରିଥିଲେ । ଏଥିରେ ଏହା ମଧ୍ୟ କୁହାଯାଇଛି ଯେ ନୂତନ ରଙ୍ଗକୁ ନେଇ ସେମାନଙ୍କର ବର୍ଣ୍ଣନାକୁ ସମ୍ପୂର୍ଣ୍ଣ ଭାବେ ରେକର୍ଡ କରାଯାଇନାହିଁ ।

ଦ ଗାର୍ଡିଆନର ରିପୋର୍ଟ ଅନୁସାରେ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ଇଞ୍ଜିନିୟର ରେନ୍ ଏନଜି କହିଛନ୍ତି, "ଆମେ ଆରମ୍ଭରୁ ଭବିଷ୍ୟବାଣୀ କରିଥିଲୁ ଯେ ଏହା ଏକ ଅଭୂତପୂର୍ବ ରଙ୍ଗ ସଙ୍କେତ ପରି ଦେଖାଯିବ କିନ୍ତୁ ମସ୍ତିଷ୍କ ଏହାକୁ କିପରି ଗ୍ରହଣ କରିବ ତାହା ଆମେ ଜାଣି ନଥିଲୁ । ଏହା ଆଶ୍ଚର୍ଯ୍ୟଜନକ ଥିଲା ।"

ଭିଜନ୍ ସାଇନ୍‌ଟିଷ୍ଟ ଅଷ୍ଟିନ ରୁର୍ଡା କହିଛନ୍ତି ଯେ କୌଣସି ଲେଖା କିମ୍ବା ମନିଟରରେ ରଙ୍ଗକୁ ପ୍ରକାଶ କରିବାର କୌଣସି ଉପାୟ ନାହିଁ । ରୁର୍ଡା କହିଛନ୍ତି,"କଥା ହେଉଛି ଏହା ଆମେ ଦେଖୁଥିବା ରଙ୍ଗ ନୁହେଁ । ଆମେ ଦେଖୁଥିବା ରଙ୍ଗ ଏହାର ଏକ ସଂସ୍କରଣ, କିନ୍ତୁ ଓଲୋର ଅଭିଜ୍ଞତା ସହିତ ତୁଳନା କଲେ ଏହା ସମ୍ପୂର୍ଣ୍ଣ ଫିକା ପଡ଼ିଯାଏ ।“ ସେପଟେ ଲଣ୍ଡନ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ଜନ୍ ବାର୍ବର ଦ ଗାର୍ଡିଆନକୁ କହିଛନ୍ତି ଯେ ଏହି ପରୀକ୍ଷଣ କିଛି ନୂତନ କରିନାହିଁ । ଏହା ଏକ ନୂତନ ରଙ୍ଗ ନୁହେଁ ।