ଭିନେଶ ଫୋଗଟଙ୍କ ପାଇଁ ଏମିତି ଲେଖିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୭।୮: ଦେଶ ପାଇଁ ସ୍ବର୍ଣ୍ଣ ପଦକ ଜିତିବା ପାଇଁ ଭିନେଶ ଫୋଗଟଙ୍କ ସ୍ବପ୍ନ ସ୍ବପ୍ନରେ ରହିଯାଇଛି। କାରଣ ଅଲିମ୍ପିକ୍ସରେ ଭିନେଶ ଫୋଗଟ ଡିସ୍କ୍ବାଲିଫାଏଡ ଘୋଷିତ ହୋଇଛନ୍ତି। ଧାର୍ଯ୍ୟଠାରୁ ଅଧିକ ଓଜନ ପାଇଁ ଡିସ୍କ୍ବାଲିଫାଏଡ ହୋଇଥିବା ସୂଚନା ମିଳିଛି। ୫୦ କେଜିଠାରୁ ଭିନେଶ ସାମାନ୍ୟ ଅଧିକ ଓଜନର ହୋଇଥିବାରୁ ସେ ଫାଇନାଲ ପୂର୍ବରୁ କଟି ଯାଇଛନ୍ତି। ତେବେ ଏନେଇ ସୋସିଆଲ ମିଡିଆ ଏକ୍ସ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ପ୍ରବୋଧନା ଦେଇଛନ୍ତି। ସେ କହିଛନ୍ତି, ଭିନେଶ, ତୁମେ […] The post ଭିନେଶ ଫୋଗଟଙ୍କ ପାଇଁ ଏମିତି ଲେଖିଲେ ପ୍ରଧାନମନ୍ତ୍ରୀ ମୋଦି appeared first on Dharitri Odia News.

ଭିନେଶ ଫୋଗଟଙ୍କ ପାଇଁ ଏମିତି ଲେଖିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୭।୮: ଦେଶ ପାଇଁ ସ୍ବର୍ଣ୍ଣ ପଦକ ଜିତିବା ପାଇଁ ଭିନେଶ ଫୋଗଟଙ୍କ ସ୍ବପ୍ନ ସ୍ବପ୍ନରେ ରହିଯାଇଛି। କାରଣ ଅଲିମ୍ପିକ୍ସରେ ଭିନେଶ ଫୋଗଟ ଡିସ୍କ୍ବାଲିଫାଏଡ ଘୋଷିତ ହୋଇଛନ୍ତି। ଧାର୍ଯ୍ୟଠାରୁ ଅଧିକ ଓଜନ ପାଇଁ ଡିସ୍କ୍ବାଲିଫାଏଡ ହୋଇଥିବା ସୂଚନା ମିଳିଛି। ୫୦ କେଜିଠାରୁ ଭିନେଶ ସାମାନ୍ୟ ଅଧିକ ଓଜନର ହୋଇଥିବାରୁ ସେ ଫାଇନାଲ ପୂର୍ବରୁ କଟି ଯାଇଛନ୍ତି।

ତେବେ ଏନେଇ ସୋସିଆଲ ମିଡିଆ ଏକ୍ସ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ପ୍ରବୋଧନା ଦେଇଛନ୍ତି। ସେ କହିଛନ୍ତି, ଭିନେଶ, ତୁମେ ଚାମ୍ପିଅନଙ୍କ ଭିତରେ ଚାମ୍ପିଅନ। ତୁମେ ଭାରତ ପାଇଁ ଗର୍ବ, ପ୍ରତି ଭାରତୀୟଙ୍କ ପାଇଁ ପ୍ରେରଣା। ଦୃଢ଼ତାର ସହ ପ୍ରତ୍ୟାବର୍ତ୍ତନ କର, ଆମେ ସମସ୍ତେ ତୁମ ସହ ଅଛୁ।

ସୂଚନାଥାଉ କି, ପ୍ୟାରିସ ଅଲିମ୍ପିକ୍ସରେ ସେ ଫାଇନାଲରେ ପହଞ୍ଚିବାକୁ ନେଇ ସାରା ଦେଶରେ ଆନନ୍ଦର ଲହରି ଖେଳି ଯାଇଥିଲା। ତାଙ୍କୁ ନେଇ ଜୋରସୋରରେ ଆଲୋଚନା ମଧ୍ୟ ଜାରି ରହିଥିଲା। ହେଲେ ତାଙ୍କର ଅଲିମ୍ପିକ୍ସରେ ମେଡାଲ ଜିତିବା ସ୍ବପ୍ନ ଅଧାରେ ରହିଯାଇଛି। କିନ୍ତୁ ସେ ଗତକାଲି ପ୍ରଥମ ରାଉଣ୍ଡରେ ଡିଫେଣ୍ଡିଂ ଚାମ୍ପିୟନ ତଥା ବିଶ୍ୱ ଚାମ୍ପିୟନ ଜାପାନର ୟୁଇ ସୁସାକିଙ୍କୁ ହରାଇଥିଲେ। ପରବର୍ତ୍ତୀ ମ୍ୟାଚରେ ଉଚ୍ଚ ର଼୍ୟାଙ୍କିଙ୍ଗପ୍ରାପ୍ତ ୟୁକ୍ରେନ୍ର ଓକସାନା ଲିଭାଚଙ୍କୁ ହରାଇ ଇତିହାସ ରଚିଥିଲେ ଭିନେଶ।

The post ଭିନେଶ ଫୋଗଟଙ୍କ ପାଇଁ ଏମିତି ଲେଖିଲେ ପ୍ରଧାନମନ୍ତ୍ରୀ ମୋଦି appeared first on Dharitri Odia News.