ଚାଇନାର ଏହି ୫ ସାମଗ୍ରୀ ଉପରେ ଶୁଳ୍କ ଲଗାଇଲା ଭାରତ

ନୂଆଦିଲ୍ଲୀ,୨୩ା୩: ସ୍ଥାନୀୟ ଶିଳ୍ପସଂସ୍ଥାଗୁଡ଼ିକର ସୁରକ୍ଷା ପାଇଁ ଭାରତ ସରକାର ଚାଇନାରୁ ଆମଦାନୀ ହେଉଥିବା ୫ଟି ସାମଗ୍ରୀ ଉପରେ ଆଣ୍ଟି-ଡମ୍ପିଙ୍ଗ୍‌ ଶୁଳ୍କ ଲଗାଇଛନ୍ତି। ଶୁଳ୍କ ଲାଗୁ କରାଯାଇଥିବା ସାମଗ୍ରୀଗୁଡ଼ିକ ହେଲା ସଫ୍ଟ ଫେରାଇଟ୍‌ କୋର୍‌, ଭାକ୍ୟୁମ ଇନ୍‌ସୁଲେଟେଡ୍‌ ଫ୍ଲାସ୍କ, ଆଲୁମିନିୟମ୍‌ ଫଏଲ୍‌, ଟ୍ରାଇକ୍ଲୋରୋ ଆଇସୋସ୍ୟାନୁରିକ୍‌ ଏସିଡ ଏବଂ ପଲିଭିନାଇଲ୍‌ କ୍ଲୋରାଇଡ୍‌ ପେଷ୍ଟ ରେସିନ୍‌। ଏଗୁଡ଼ିକ ଭାରତୀୟ ବଜାରରେ ସ୍ବାଭାବିକ ବଜାର ଦରଠାରୁ ଯଥେଷ୍ଟ କମ୍‌ ମୂଲ୍ୟରେ ବିକ୍ରି ହେଉଥିଲା। ଅସାଧୁ ଉପାୟରେ ନିମ୍ନ ଦରଯୁକ୍ତ ଆମଦାନୀରୁ ସ୍ଥାନୀୟ ଶିଳ୍ପକୁ […] The post ଚାଇନାର ଏହି ୫ ସାମଗ୍ରୀ ଉପରେ ଶୁଳ୍କ ଲଗାଇଲା ଭାରତ appeared first on Dharitri Odia News.

ଚାଇନାର ଏହି ୫ ସାମଗ୍ରୀ ଉପରେ ଶୁଳ୍କ ଲଗାଇଲା ଭାରତ

ନୂଆଦିଲ୍ଲୀ,୨୩ା୩: ସ୍ଥାନୀୟ ଶିଳ୍ପସଂସ୍ଥାଗୁଡ଼ିକର ସୁରକ୍ଷା ପାଇଁ ଭାରତ ସରକାର ଚାଇନାରୁ ଆମଦାନୀ ହେଉଥିବା ୫ଟି ସାମଗ୍ରୀ ଉପରେ ଆଣ୍ଟି-ଡମ୍ପିଙ୍ଗ୍‌ ଶୁଳ୍କ ଲଗାଇଛନ୍ତି। ଶୁଳ୍କ ଲାଗୁ କରାଯାଇଥିବା ସାମଗ୍ରୀଗୁଡ଼ିକ ହେଲା ସଫ୍ଟ ଫେରାଇଟ୍‌ କୋର୍‌, ଭାକ୍ୟୁମ ଇନ୍‌ସୁଲେଟେଡ୍‌ ଫ୍ଲାସ୍କ, ଆଲୁମିନିୟମ୍‌ ଫଏଲ୍‌, ଟ୍ରାଇକ୍ଲୋରୋ ଆଇସୋସ୍ୟାନୁରିକ୍‌ ଏସିଡ ଏବଂ ପଲିଭିନାଇଲ୍‌ କ୍ଲୋରାଇଡ୍‌ ପେଷ୍ଟ ରେସିନ୍‌। ଏଗୁଡ଼ିକ ଭାରତୀୟ ବଜାରରେ ସ୍ବାଭାବିକ ବଜାର ଦରଠାରୁ ଯଥେଷ୍ଟ କମ୍‌ ମୂଲ୍ୟରେ ବିକ୍ରି ହେଉଥିଲା। ଅସାଧୁ ଉପାୟରେ ନିମ୍ନ ଦରଯୁକ୍ତ ଆମଦାନୀରୁ ସ୍ଥାନୀୟ ଶିଳ୍ପକୁ ବଞ୍ଚାଇବା ନିମନ୍ତେ ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ) ନିୟମାବଳୀ ଅନୁଯାୟୀ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ବାଣିଜ୍ୟ ଉପଚାର ମହାନିର୍ଦ୍ଦେଶାଳୟର ସୁପାରିସ୍‌ କ୍ରମେ ଏହି ଶୁଳ୍କ ଲାଗୁ ହୋଇଛି।

ଉପରୋକ୍ତ ସାମଗ୍ରୀର ଆମଦାନୀ ଉପରେ ୫ ବର୍ଷ ପାଇଁ ଏହି ଶୁଳ୍କ ଲାଗୁ ହେବ ବୋଲି କେନ୍ଦ୍ରୀୟ ପରୋକ୍ଷ ଟିକସ ଓ ସୀମା ଶୁଳ୍କ ବୋର୍ଡ ବିଜ୍ଞପ୍ତିରେ କୁହାଯାଇଛି। ଆଲୁମିନିୟମ ଫଏଲ୍‌ ଆମଦାନୀ ଉପରେ ଟନ୍‌ ପ୍ରତି ୮୭୩ ଡଲାର ଅସ୍ଥାୟୀ ଆଣ୍ଟି ଡମ୍ପିଙ୍ଗ୍‌ ଡ୍ୟୁଟି ୬ ମାସ ପାଇଁ ଲାଗୁ ହେବ। ସେହିପରି ଜଳ ବିଶୋଧନ ପାଇଁ ବ୍ୟବହୃତ ରାସାୟନିକ ଟ୍ରାଇକ୍ଲୋରୋ ଆସୋସ୍ୟାନୁରିକ୍‌ ଏସିଡ୍‌ ଆମଦାନୀ ଉପରେ ଟନ୍‌ ପ୍ରତି ୨୭୬ରୁ ୯୮୬ ଡଲାର ଲାଗୁ କରାଯାଇଛି। ବିଦ୍ୟୁତ୍‌ଚାଳିତ ଯାନ, ଚାର୍ଜର ଏବଂ ଟେଲିକମ୍‌ ଉପକରଣ ପାଇଁ ବ୍ୟବହୃତ ସଫ୍ଟ ଫେରାଇଟ୍‌ କୋର୍‌ ଉପରେ ସିଆଇଏଫ୍‌ (ମୂଲ୍ୟ, ବୀମା, ପରିବହନ) ମୂଲ୍ୟର ୩୫% ଶୁଳ୍କ ଲାଗୁ ହେବ। ସେହିପରି ଭାକ୍ୟୁମ୍‌ ଇନୁଲେଟେଡ୍‌ ଫ୍ଲାସ୍କ ଉପରେ ଟନ୍‌ ପ୍ରତି ୧,୭୩୨ ଡଲାର, ପଲି ଭିନାଇଲ୍‌ କ୍ଲୋରାଇଡ୍‌ ପେଷ୍ଟ ରେସିନ୍‌ ଉପରେ ୮୯ରୁ ୭୦୭ ଡଲାର ଆଣ୍ଟି-ଡମ୍ପିଙ୍ଗ୍‌ ଶୁଳ୍କ ଲାଗୁ ହେବ।

ଚାଇନା ସମେତ କୋରିଆ, ମାଲେସିଆ, ନରଓ୍ବେ, ତାଇଓ୍ବାନ୍‌ ଏବଂ ଥାଇଲାଣ୍ଡରୁ ଆସୁଥିବା ଏହିସବୁ ସାମଗ୍ରୀ ଉପରେ ଶୁଳ୍କ ୫ ବର୍ଷ ପାଇଁ ଲାଗିବ ବୋଲି ବୋର୍ଡ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।

The post ଚାଇନାର ଏହି ୫ ସାମଗ୍ରୀ ଉପରେ ଶୁଳ୍କ ଲଗାଇଲା ଭାରତ appeared first on Dharitri Odia News.