ଗିଲ୍‌ କରିଦେଲେ ବଡ଼ ଭୁଲ, ୧୨ ଲକ୍ଷ ଟଙ୍କାର ଜରିମାନା ଲଗାଇଲା BCCI

ନୂଆଦିଲ୍ଲୀ,୨୦।୪: ଜରିମାନା ଗଣିବେ ଗୁଜରାଟ ଟାଇଟାନ୍ସ (GT) ଅଧିନାୟକ ଶୁଭମନ ଗିଲ। ୨୦୨୫ ଆଇପିଏଲରେ ସ୍ଲୋ ଓଭର ରେଟ ପାଇଁ ତାଙ୍କ ଉପରେ ୧୨ ଲକ୍ଷ ଟଙ୍କା ଜରିମାନା ଲଗାଯାଇଛି। ଦିଲ୍ଲୀ କ୍ୟାପିଟାଲ୍ସ (DC) ବିପକ୍ଷରେ GT ୭ ଉଇକେଟରେ ଜିତିବା ପରେ BCCI ଦ୍ୱାରା ଏହି ଜରିମାନା ଲାଗୁ କରାଯାଇଛି। ଏନେଇ ଆଇପିଏଲ୍‌ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି। ପୂର୍ବରୁ ଡିସିର ଅକ୍ଷର ପଟେଲ, ମୁମ୍ବାଇ ଇଣ୍ଡିଆନ୍ସର ହାର୍ଦ୍ଦିକ ପାଣ୍ଡ୍ୟା, ରାଜସ୍ଥାନ ରୟାଲ୍ସର ରିୟାନ […] The post ଗିଲ୍‌ କରିଦେଲେ ବଡ଼ ଭୁଲ, ୧୨ ଲକ୍ଷ ଟଙ୍କାର ଜରିମାନା ଲଗାଇଲା BCCI appeared first on Dharitri Odia News.

ଗିଲ୍‌ କରିଦେଲେ ବଡ଼ ଭୁଲ, ୧୨ ଲକ୍ଷ ଟଙ୍କାର ଜରିମାନା ଲଗାଇଲା BCCI

ନୂଆଦିଲ୍ଲୀ,୨୦।୪: ଜରିମାନା ଗଣିବେ ଗୁଜରାଟ ଟାଇଟାନ୍ସ (GT) ଅଧିନାୟକ ଶୁଭମନ ଗିଲ। ୨୦୨୫ ଆଇପିଏଲରେ ସ୍ଲୋ ଓଭର ରେଟ ପାଇଁ ତାଙ୍କ ଉପରେ ୧୨ ଲକ୍ଷ ଟଙ୍କା ଜରିମାନା ଲଗାଯାଇଛି। ଦିଲ୍ଲୀ କ୍ୟାପିଟାଲ୍ସ (DC) ବିପକ୍ଷରେ GT ୭ ଉଇକେଟରେ ଜିତିବା ପରେ BCCI ଦ୍ୱାରା ଏହି ଜରିମାନା ଲାଗୁ କରାଯାଇଛି। ଏନେଇ ଆଇପିଏଲ୍‌ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି।

ପୂର୍ବରୁ ଡିସିର ଅକ୍ଷର ପଟେଲ, ମୁମ୍ବାଇ ଇଣ୍ଡିଆନ୍ସର ହାର୍ଦ୍ଦିକ ପାଣ୍ଡ୍ୟା, ରାଜସ୍ଥାନ ରୟାଲ୍ସର ରିୟାନ ପରାଗ ଏବଂ ସଞ୍ଜୁ ସାମସନ ଏବଂ ଲକ୍ଷ୍ନୌ ସୁପରଜାଏଣ୍ଟସର ଋଷଭ ପନ୍ତଙ୍କ ଉପରେ ମଧ୍ୟ ସ୍ଲୋ ଓଭର ରେଟ ପାଇଁ ଜରିମାନା ଲଗାଯାଇଛି।

ତେବେ ଅଧିନାୟକଙ୍କ ଉପରେ ଲଗାଯାଇଥିଲେ ହେଁ ଦଳ ଏହି ବିଜୟ ସହିତ ବଡ଼ ଉପଲବ୍ଧି ହାସଲ କରିଛି। ଗୁଜରାଟ ଟାଇଟାନ୍ସ ୭ଟି ମ୍ୟାଚରୁ ୫ ଜିତି ୧୦ ପଏଣ୍ଟ ସହିତ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି। ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ୧୦ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ଅଛି, କିନ୍ତୁ ନେଟ ରନ୍‌ ରେଟ୍‌ ଆଧାରରେ ପଛରେ ଅଛି।

ଏବେ GT ପରବର୍ତ୍ତୀ ମ୍ୟାଚ ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ବିପକ୍ଷରେ ଖେଳିବ। ସୋମବାର ସାରେ ମ୍ୟାଚ ଖେଳାଯିବ, ଯେଉଁଥିରେ GT ସେମାନଙ୍କର ବିଜୟ ଧାରା ଜାରି ରଖିବାକୁ ଚେଷ୍ଟା କରିବ। ଏହି ବିଜୟ ସହିତ ଗୁଜରାଟ ଟାଇଟାନ୍ସ ପୁଣି ଥରେ ସେମାନଙ୍କର ଶକ୍ତି ପ୍ରଦର୍ଶନ କରିଛି ଏବଂ ପ୍ଲେଅଫ ଦୌଡ଼ରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହାସଲ କରିଛି।

The post ଗିଲ୍‌ କରିଦେଲେ ବଡ଼ ଭୁଲ, ୧୨ ଲକ୍ଷ ଟଙ୍କାର ଜରିମାନା ଲଗାଇଲା BCCI appeared first on Dharitri Odia News.