ସଂଶୋଧିତ ଅନୁଜ ଯୋଜନାରେ ପ୍ରସ୍ତୁତି ନିମିତ୍ତ ଏକ ଦିବସୀୟ ତାଲିମ ଶିବିର

ବେଲଗୁଣ୍ଠା, 20/06, ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତିଙ୍କ ନିର୍ଦ୍ଦେଶ ତଥା ସଭାପତିତ୍ୱରେ କେନ୍ଦ୍ରୀୟ କ୍ଷେତ୍ର ପରିଚାଳନା ସଂସ୍ଥାନ ଅଧିନସ୍ଥ ଶାଳୁଆପଲ୍ଲୀ ପ୍ରକୃତି ଶିବିର ଠାରେ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ଦ୍ଵିତୀୟ ପର୍ଯ୍ୟାୟର ସଂଶୋଧିତ ଅନୁଯୋଜନା ପାଇଁ ଏକଦିବସୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି I ଏଥିରେ ସମସ୍ତ 25 ଗୋଟି ବନସୁରକ୍ଷା ସମିତିର ବନପାଳ, ବନରକ୍ଷୀ ଓ ଆନିମେଟର ଅଂଶଗ୍ରହଣ କରିଥିଲେ I ଏହି ଶିବିରରେ ବନଖଣ୍ଡ ଅଧିକାରୀ ଶ୍ରୀ ମହାନ୍ତି […] The post ସଂଶୋଧିତ ଅନୁଜ ଯୋଜନାରେ ପ୍ରସ୍ତୁତି ନିମିତ୍ତ ଏକ ଦିବସୀୟ ତାଲିମ ଶିବିର appeared first on Odisha.News.

ସଂଶୋଧିତ ଅନୁଜ ଯୋଜନାରେ ପ୍ରସ୍ତୁତି ନିମିତ୍ତ ଏକ ଦିବସୀୟ ତାଲିମ ଶିବିର

ବେଲଗୁଣ୍ଠା, 20/06, ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତିଙ୍କ ନିର୍ଦ୍ଦେଶ ତଥା ସଭାପତିତ୍ୱରେ କେନ୍ଦ୍ରୀୟ କ୍ଷେତ୍ର ପରିଚାଳନା ସଂସ୍ଥାନ ଅଧିନସ୍ଥ ଶାଳୁଆପଲ୍ଲୀ ପ୍ରକୃତି ଶିବିର ଠାରେ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ଦ୍ଵିତୀୟ ପର୍ଯ୍ୟାୟର ସଂଶୋଧିତ ଅନୁଯୋଜନା ପାଇଁ ଏକଦିବସୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି I ଏଥିରେ ସମସ୍ତ 25 ଗୋଟି ବନସୁରକ୍ଷା ସମିତିର ବନପାଳ, ବନରକ୍ଷୀ ଓ ଆନିମେଟର ଅଂଶଗ୍ରହଣ କରିଥିଲେ I ଏହି ଶିବିରରେ ବନଖଣ୍ଡ ଅଧିକାରୀ ଶ୍ରୀ ମହାନ୍ତି ଅନୁଯୋଜନାର ବିଶେଷତ୍ୱ ବିଷୟରେ ଏବଂ କିଛି ଦିନ ପୂର୍ବରୁ ଜାପାନ ଗସ୍ତରୁ ଫେରିଥିବା ସେଠିକାର ଜଙ୍ଗଲ ସୁରକ୍ଷା, ଅଗ୍ନିରେଖା ନିର୍ମାଣ ପ୍ରଭୃତି ଅତି ଉଚ୍ଚକୋଟୀର ବୋଲି ପ୍ରକାଶ କରିଥିଲେ I ପ୍ରକଳ୍ପର ଜୀବନଜୀବିକା କାର୍ଯ୍ୟକ୍ରମ ବହୁତ ଉଚ୍ଚକୋଟୀର ହୋଇଥିବା ହେତୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ I କାର୍ଯ୍ୟକ୍ରମକୁ ପ୍ରକଳ୍ପ ସଂଯୋଜକ ସନ୍ତୋଷ କୁମାର ଡାକୁଆ ସଂଯୋଜନା କରିଥିବାବେଳେ ବନାଞ୍ଚଳ ଅଧିକାରୀ ପୃଥ୍ୱୀରାଜ ପ୍ରଧାନ,ପ୍ରଶାନ୍ତ କୁମାର ବେହେରା,ଶାନ୍ତନୁ ସାହୁ, କାହ୍ନୁ ସାହୁ, ପ୍ରଶାନ୍ତ ସାହୁଙ୍କ ସମେତ ବନପାଳ ଜୀବାନନ୍ଦ ତ୍ରିପାଠୀ, ଜିତେନ୍ଦ୍ର ମଲ୍ଲିକ ଏବଂ ସମସ୍ତ ବନ କର୍ମଚାରୀ, ପ୍ରକଳ୍ପ କର୍ମଚାରୀ ସହଯୋଗ କରିଥିଲେ I

The post ସଂଶୋଧିତ ଅନୁଜ ଯୋଜନାରେ ପ୍ରସ୍ତୁତି ନିମିତ୍ତ ଏକ ଦିବସୀୟ ତାଲିମ ଶିବିର appeared first on Odisha.News.