ଆୟୁଷ୍ମାନ ଭାରତ ଲାଗୁ କରୁ ନାହାନ୍ତି ଦିଲ୍ଲୀ ଓ ପଶ୍ଚିମବଙ୍ଗ: ପ୍ରଧାନମନ୍ତ୍ରୀ କହିଲେ, ସ୍ୱାର୍ଥପର
ନୂଆଦିଲ୍ଲୀ: ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା ଯୋଜନା ଲାଗୁ କରୁ ନଥିବାରୁ ଦିଲ୍ଲୀ ଓ ପଶ୍ଚିମବଙ୍ଗ ସରକାରଙ୍କୁ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମଙ୍ଗଳବାର ଆୟୁଷ୍ମାନ ଭାରତ ଯୋଜନାର ପରିସର ବୃଦ୍ଧି କରିବା ବେଳେ ଦୁଇ ସରକାରଙ୍କୁ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ। ରାଜନୈତିକ ନିଷ୍ପତ୍ତି ଯୋଗୁ ବୟସ୍କ ବ୍ୟକ୍ତିମାନେ ମାଗଣା ଚିକିତ୍ସା ପାଇବାରେ ବଞ୍ଚିତ ହେଉଛନ୍ତି। ଦିଲ୍ଲୀ ଓ ପଶ୍ଚିମବଙ୍ଗ ସରକାର ସ୍ୱାର୍ଥବାଦୀ। ମାନବିକତା ଆଧାରରେ ସେମାନେ କିଛି ଚିନ୍ତା କରନ୍ତି ନାହିଁ ବୋଲି ସେ କହିଛନ୍ତି। ଏଥିସହିତ ସ୍ୱାସ୍ଥ୍ୟକ୍ଷେତ୍ରରେ ଔଷଧ କିଣିବାରେ ସରକାର କିଭଳି ସହଯୋଗ କରୁଛନ୍ତି ସେ ନେଇ ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି। ସରକାରୀ ପଦକ୍ଷେପ ଯୋଗୁ ୧୪ ହଜାର ଜନଔଷଧୀ କେନ୍ଦ୍ର ଖୋଲାଯାଇ ସୁଲଭ ମୂଲ୍ୟରେ ଔଷଧ ବିକ୍ରି କରାଯାଉଛି। ଯେଉଁଥିରେ ଜନତାଙ୍କର ୩୦ ହଜାର କୋଟି ଟଙ୍କା ସଞ୍ଚୟ ହୋଇପାରୁଛି। କେଳ ସେତିକି ନୁହେଁ, ଇନ୍ଦ୍ରଧନୁ ଯୋଜନା ମାଧ୍ୟମରେ ଟିକାକରଣ କରାଇ ଗର୍ଭବତୀ ମାଆ ଓ ନବଜାତଙ୍କୁ ସମ୍ଭାବ୍ୟ ଭୟଙ୍କର ରୋଗରୁ କିଭଳି ସୁରକ୍ଷା ଦିଆଯାଉଛି ସେ ନେଇ ମଧ୍ୟ କହିଛନ୍ତି ମୋଦୀ। କର୍କଟ ଓ ଭୟଙ୍କର ରୋଗର ଉଚିତ ସମୟରେ ଚିହ୍ନଟ ପାଇଁ ୨ ଲକ୍ଷ ଆରୋଗ୍ୟ ମନ୍ଦିର କରାଯାଇଛି। ଏଥିସହିତ ଗର୍ଭପତୀ ମହିଳା ଓ ନବଜାତ ଶିଶୁଙ୍କ ଟିକାକରଣ ପାଇଁ ପ୍ରଧାନମନ୍ତ୍ରୀ ୟୁ-ୱିନ୍ ପ୍ଲାଟ୍ଫର୍ମ ଲଞ୍ଚ କରିଛନ୍ତି।
ନୂଆଦିଲ୍ଲୀ: ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା ଯୋଜନା ଲାଗୁ କରୁ ନଥିବାରୁ ଦିଲ୍ଲୀ ଓ ପଶ୍ଚିମବଙ୍ଗ ସରକାରଙ୍କୁ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମଙ୍ଗଳବାର ଆୟୁଷ୍ମାନ ଭାରତ ଯୋଜନାର ପରିସର ବୃଦ୍ଧି କରିବା ବେଳେ ଦୁଇ ସରକାରଙ୍କୁ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ। ରାଜନୈତିକ ନିଷ୍ପତ୍ତି ଯୋଗୁ ବୟସ୍କ ବ୍ୟକ୍ତିମାନେ ମାଗଣା ଚିକିତ୍ସା ପାଇବାରେ ବଞ୍ଚିତ ହେଉଛନ୍ତି। ଦିଲ୍ଲୀ ଓ ପଶ୍ଚିମବଙ୍ଗ ସରକାର ସ୍ୱାର୍ଥବାଦୀ। ମାନବିକତା ଆଧାରରେ ସେମାନେ କିଛି ଚିନ୍ତା କରନ୍ତି ନାହିଁ ବୋଲି ସେ କହିଛନ୍ତି।
ଏଥିସହିତ ସ୍ୱାସ୍ଥ୍ୟକ୍ଷେତ୍ରରେ ଔଷଧ କିଣିବାରେ ସରକାର କିଭଳି ସହଯୋଗ କରୁଛନ୍ତି ସେ ନେଇ ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି। ସରକାରୀ ପଦକ୍ଷେପ ଯୋଗୁ ୧୪ ହଜାର ଜନଔଷଧୀ କେନ୍ଦ୍ର ଖୋଲାଯାଇ ସୁଲଭ ମୂଲ୍ୟରେ ଔଷଧ ବିକ୍ରି କରାଯାଉଛି। ଯେଉଁଥିରେ ଜନତାଙ୍କର ୩୦ ହଜାର କୋଟି ଟଙ୍କା ସଞ୍ଚୟ ହୋଇପାରୁଛି।
କେଳ ସେତିକି ନୁହେଁ, ଇନ୍ଦ୍ରଧନୁ ଯୋଜନା ମାଧ୍ୟମରେ ଟିକାକରଣ କରାଇ ଗର୍ଭବତୀ ମାଆ ଓ ନବଜାତଙ୍କୁ ସମ୍ଭାବ୍ୟ ଭୟଙ୍କର ରୋଗରୁ କିଭଳି ସୁରକ୍ଷା ଦିଆଯାଉଛି ସେ ନେଇ ମଧ୍ୟ କହିଛନ୍ତି ମୋଦୀ। କର୍କଟ ଓ ଭୟଙ୍କର ରୋଗର ଉଚିତ ସମୟରେ ଚିହ୍ନଟ ପାଇଁ ୨ ଲକ୍ଷ ଆରୋଗ୍ୟ ମନ୍ଦିର କରାଯାଇଛି।
ଏଥିସହିତ ଗର୍ଭପତୀ ମହିଳା ଓ ନବଜାତ ଶିଶୁଙ୍କ ଟିକାକରଣ ପାଇଁ ପ୍ରଧାନମନ୍ତ୍ରୀ ୟୁ-ୱିନ୍ ପ୍ଲାଟ୍ଫର୍ମ ଲଞ୍ଚ କରିଛନ୍ତି। କୋ-ୱିନ ଓ ୟୁପିଆଇ ଭଳି ଏହା ମଧ୍ୟ ଡିଜିଟାଲ କ୍ଷେତ୍ରରେ ଏକ ସଫଳ ପଦକ୍ଷେପ ନିଶ୍ଚୟ ସାବ୍ୟସ୍ତ ହେବ ବୋଲି ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ସ୍ୱାସ୍ଥ୍ୟ ସେବାର ବିସ୍ତାର କରିବା ପାଇଁ ସାରା ଦେଶରେ ହେଉଥିବା ମେଡିକାଲ କଲେଜ୍ ଓ ନୂଆ ଏମ୍ସ ଡାକ୍ତରଖାନା ତିଆରି ହେଉଛି। ତା ସହିତ ମୀରଟ ଓ ହରିଆଣାରେ ଇଏସଆଇ ହସ୍ପିଟାଲ୍ ସ୍ଥାପନା କରାଯାଉଛି। ଦେଶରେ ବର୍ତ୍ତମାନ ୧.୦୮ ଲକ୍ଷ ମେଡିକାଲ ସିଟ୍ ରହିଛି। ତେବେ ବଢୁଥିବା ଚାହିଦା ଯୋଗୁ ଆଉ ୭୫ ହଜାର ସିଟ୍ ଯୋଡ଼ିବାକୁ ଯୋଜନା କରାଯାଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।