ଗୋଟେ ହାତରେ ରନିଙ୍ଗ ବାଇକ ଆର ହାତରେ ଗାର୍ଲଫ୍ରେଣ୍ଡ, ଷ୍ଟଣ୍ଟ୍‌ ମାରିବା ପରେ ମାମୁଁ ଆସି ଟେକିନେଲା ଥାନାକୁ

ନିଜ ଗାର୍ଲଫ୍ରେଣ୍ଡକୁ କୋଳରେ ବସାଇବା ପରେ ଯୁବକକୁ ସିଧା ଥାନାକୁ ଟେକିନେଲା ପୋଲିସ । ନିଜ ଗର୍ଲଫ୍ରେଣ୍ଡ ପାଖରେ ଥିଲାବେଳେ କଣ ହୁଏ କେଜାଣି ପୁଅମାନେ ସବୁ କିଛି ଭୁଲିଯାନ୍ତି । କେବଳ ଆକାଶରେ ଉଡନ୍ତି ସେତିକିବେଳେ । ପୁଅମାନେ ନିଜ ଗର୍ଲଫ୍ରେଣ୍ଡ ମାନଙ୍କୁ ଇମପ୍ରେସ୍ କରିବା ପାଇଁ ବିଭିନ୍ନ କାର୍ଯ୍ୟ କରନ୍ତି । ନିକଟରେ ଏଭଳି କିଛି ମାମଲା ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିଲା ଯେଉଁଥିରେ ପୁଅମାନେ ବାଇକରେ ନିଜ ଗର୍ଲଫ୍ରେଣ୍ଡ ସହିତ ଷ୍ଟଣ୍ଟ କରୁଥିବା […] The post ଗୋଟେ ହାତରେ ରନିଙ୍ଗ ବାଇକ ଆର ହାତରେ ଗାର୍ଲଫ୍ରେଣ୍ଡ, ଷ୍ଟଣ୍ଟ୍‌ ମାରିବା ପରେ ମାମୁଁ ଆସି ଟେକିନେଲା ଥାନାକୁ appeared first on KNews Odisha.

ଗୋଟେ ହାତରେ ରନିଙ୍ଗ ବାଇକ ଆର ହାତରେ ଗାର୍ଲଫ୍ରେଣ୍ଡ, ଷ୍ଟଣ୍ଟ୍‌ ମାରିବା ପରେ ମାମୁଁ ଆସି ଟେକିନେଲା ଥାନାକୁ
viral

ନିଜ ଗାର୍ଲଫ୍ରେଣ୍ଡକୁ କୋଳରେ ବସାଇବା ପରେ ଯୁବକକୁ ସିଧା ଥାନାକୁ ଟେକିନେଲା ପୋଲିସ । ନିଜ ଗର୍ଲଫ୍ରେଣ୍ଡ ପାଖରେ ଥିଲାବେଳେ କଣ ହୁଏ କେଜାଣି ପୁଅମାନେ ସବୁ କିଛି ଭୁଲିଯାନ୍ତି । କେବଳ ଆକାଶରେ ଉଡନ୍ତି ସେତିକିବେଳେ । ପୁଅମାନେ ନିଜ ଗର୍ଲଫ୍ରେଣ୍ଡ ମାନଙ୍କୁ ଇମପ୍ରେସ୍ କରିବା ପାଇଁ ବିଭିନ୍ନ କାର୍ଯ୍ୟ କରନ୍ତି । ନିକଟରେ ଏଭଳି କିଛି ମାମଲା ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିଲା ଯେଉଁଥିରେ ପୁଅମାନେ ବାଇକରେ ନିଜ ଗର୍ଲଫ୍ରେଣ୍ଡ ସହିତ ଷ୍ଟଣ୍ଟ କରୁଥିବା ଦେଖାଯାଇଥିଲା । ଆଉ ଭିଡିଓ ଖୁବ୍‌ ଭାଇରାଲ ବି ହେଉଥିଲା ।

ଏବେ ବେଙ୍ଗାଲୁରୁରୁ ଏପରି ଆଉ ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ଯୁବକ ତାର ପ୍ରେମିକାକୁ କୋଳରେ ବସାଇ ରାସ୍ତାରେ ବାଇକ୍ ଚଳାଉଥିବାର ନଜର ଆସିଛି । ଉଭୟ ଏକଦମ୍‌ ବେଫିକର ହୋଇ ଯାଉଛନ୍ତି । ଯେମିତି କାହାକୁ ଭୟ ନାହିଁ କୋଉ ପୋଲିସକୁ ନୁହେଁ କି କୋଉ ନିୟମକୁ ବି ନୁହେଁ । କିନ୍ତୁ ଭିଡିଓ ଭାଇରାଲ ହେବା ପରେ ବ୍ୟକ୍ତି ଜଣକ ଅସୁବିଧାରେ ପଡ଼ିଗଲେ ଯୁବକ ।

ଯେଉଁ ଭିଡିଓ ସାମ୍ନାକୁ ଆସିଛି, ସେଥିରେ ଦେଖିବାକୁ ମିଳିଛି ଯେ ଯୁବକ-ଯୁବତୀ ବାଇକ୍ ଚଳାଉଛନ୍ତି କିନ୍ତୁ ଉଭୟ ସାଧାରଣ ଢ଼ଙ୍ଗରେ ବସିନାହାଁନ୍ତି । ଯୁବତୀ ଜଣକ ଆଗରେ ନିଜ ପ୍ରେମୀ କୋଳରେ ବସିଛନ୍ତି । ଉଭୟ ଚଳନ୍ତା ବାଇକରେ ରୋମାନ୍ସ କରୁଥିବା ନଜର ଆସୁଛନ୍ତି । ଏହି ଭିଡିଓଟି ଜଣେ କାର୍ ଆରୋହୀଙ୍କ ଦ୍ୱାରା ରେକର୍ଡ କରାଯାଇ ସୋସିଆଲ୍ ମିଡିଆରେ ସେୟାର କରାଯାଇଥିଲା ।

ଭିଡିଓ ଭାଇରାଲ ହେବା ପରେ ବେଙ୍ଗାଲୁରୁ ପୋଲିସ ଆକ୍ଟିଭ୍ ହୋଇ ବାଇକରେ ଯାଉଥିବା ବ୍ୟକ୍ତିଙ୍କୁ ଖୋଜିବା ଆରମ୍ଭ କରିଥିଲା । ଅନୁସନ୍ଧାନ ପରେ ଉକ୍ତ ବ୍ୟକ୍ତିଙ୍କୁ ନମ୍ବର ପ୍ଲେଟ ଆଧାରରେ ଚିହ୍ନଟ କରାଯାଇଥିଲା ଏବଂ ୟେଲାହଙ୍କା ପୋଲିସ ଏକ ମାମଲା ରୁଜୁ କରିଥିଲା । ଏହି ଯୁବକ ଜଣକ ୨୧ ବର୍ଷୀୟ କ୍ୟାବ ଡ୍ରାଇଭର ସିଲାମାରାସେନ ବୋଲି ଜଣାପଡିଛି ।

ବେଙ୍ଗାଲୁରୁ ପୋଲିସ ଧାରା ୨୭୯ ଆଇପିସି ଏବଂ ଧାରା ୧୮୪, ୧୮୯, ୧୨୯, ୧୭୭ ଅନୁଯାୟୀ ଏକ ମାମଲା ରୁଜୁ କରିଛି । ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ଗାଡି ଜବତ କରିଛି । ଏହା ସହିତ ପୋଲିସ ଏପରି ଷ୍ଟଣ୍ଟ କରୁଥିବା ଲୋକଙ୍କୁ ଚେତାବନୀ ଦେଇଛି ଯେ ରାସ୍ତା ରୋମାନ୍ସ କରିବାର ସ୍ଥାନ ନୁହେଁ, ଦୟାକରି ରାସ୍ତାରେ ଏପରି ଷ୍ଟଣ୍ଟରୁ ଦୂରେଇ ରୁହନ୍ତୁ ।

The post ଗୋଟେ ହାତରେ ରନିଙ୍ଗ ବାଇକ ଆର ହାତରେ ଗାର୍ଲଫ୍ରେଣ୍ଡ, ଷ୍ଟଣ୍ଟ୍‌ ମାରିବା ପରେ ମାମୁଁ ଆସି ଟେକିନେଲା ଥାନାକୁ appeared first on KNews Odisha.