Jatani Road Issue: ସର୍ଭେକୁ ୬ ମାସ ହେଲାଣି, କେବେ ଦୂର ହେବ ଜଟଣୀର ରାସ୍ତା ସମସ୍ୟା ?
କେବେ ଆରମ୍ଭ ହେବ ଜଟଣୀ ତଳଖେତା ଛକରୁ ହରିଭାଇନା ଛକକୁ ସଂଯୋଗ କରୁଥିବା ରାସ୍ତାର ସମ୍ପ୍ରସାରଣ କାମ । ସର୍ଭେକୁ ୬ ମାସ ବିତିଥିଲେ ମଧ୍ୟ ଆଗକୁ ବଢ଼ୁନି ଫାଇଲ । ଭୁବନେଶ୍ୱରରୁ ଜଟଣୀକୁ ସଂଯୋଗ କରୁଥିବା ରାସ୍ତା ସଙ୍କୁଚିତ ହୋଇଥିବାରୁ ପ୍ରତିଦିନ ଘଣ୍ଟା ଘଣ୍ଟା ଧରି ଅଟକି ରହୁଛି ଗାଡ଼ି । ବହୁ ଦୁର୍ଘଟଣା ମଧ୍ୟ ଘଟୁଛି ।