ଡିପ୍‌ ଫେକ୍‌ର ଶିକାର ହେଲେ ସଚିନ୍, କହିଲେ ଖୁବ ଇରିଟେଡ୍‌ ଲାଗିଲାଣି...!

ସୋସିଆଲ ମିଡିଆରେ ଦେଖିବାକୁ ମିଳୁଥିବା ଭିଡିଓ ବା କଣ୍ଟେଣ୍ଟ ସବୁବେଳେ ସତ ହୋଇନଥାଏ । ଆମକୁ ଭାବି ଚିନ୍ତି କାମ କରିବାକୁ ପଡ଼ିବ ।

ଡିପ୍‌ ଫେକ୍‌ର ଶିକାର ହେଲେ ସଚିନ୍, କହିଲେ ଖୁବ ଇରିଟେଡ୍‌ ଲାଗିଲାଣି...!

କ୍ରିକେଟ୍‌ର ଭଗବାନ ସଚିନ ତେନ୍ଦୁଲକର ବି ଡିପ୍‌ ଫେକ୍‌ର ଶିକାର । ସୋସିଆଲ ମିଡିଆ ପ୍ଲାଟଫର୍ମରେ ତେନ୍ଦୁଲକର ଏକ ଗେମିଂ ଆପ୍‌କୁ ସମର୍ଥନ କରୁଥିବା ଭିଡିଓ ଭାଇରାଲ ହେଉଛି । କିନ୍ତୁ ବାସ୍ତବରେ ତାହା ଅସଲି ନୁହେଁ ନକଲି । ତାହା ଏକ ଡିପ୍‌ଫେକ୍‌ ଭିଡିଓ । ଅବିକଳ ସଚିନ ଭଳି ଦେଖାଯାଉଥିଲେ ବି ତାହା ସତ୍ୟ ନୁହେଁ ।

ଏଭଳି ଡିପ୍‌ଫେକ୍‌ ଭିଡିଓକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଖୋଦ୍‌ ସଚିନ୍‌ ତେନ୍ଦୁଲକର । ସେ କହିଛନ୍ତି ଟେକ୍ନୋଲୋଜିର ଏଭଳି ଦୁର୍ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଉଛି । ଯାହାକି ସାଧାରଣ ଜୀବନକୁ ଅସ୍ତବ୍ୟସ୍ତ କରୁଛି । ଆମକୁ ଏଥିପ୍ରତି ସତର୍କ ରହିବାକୁ ପଡ଼ିବ । ବୈଷୟିକ ଜ୍ଞାନକୌଶଳକୁ ଏଭଳି ଦୁର୍ବ୍ୟହାର କରିବା ଉଚିତ୍‌ ନୁହେଁ । ଲୋକମାନେ ଏଥିପ୍ରତି ସଚେତନ ହେବାକୁ ପଡ଼ିବ । ସୋସିଆଲ ମିଡିଆରେ ଦେଖିବାକୁ ମିଳୁଥିବା ଭିଡିଓ ବା କଣ୍ଟେଣ୍ଟ ସବୁବେଳେ ସତ ହୋଇନଥାଏ । ଆମକୁ ଭାବି ଚିନ୍ତି କାମ କରିବାକୁ ପଡ଼ିବ ।

ଅଧିକ ପଢ଼ନ୍ତୁ: ନିର୍ବାଚନ ପୂର୍ବରୁ ଡିପ୍ ଫେକ୍ ଚିନ୍ତା; ଅପଦସ୍ତ ହୋଇପାରନ୍ତି ନେତା, ଅଣ୍ଟାଭିଡ଼ିଲା କମିଶନରେଟ୍ ପୋଲିସ

ସେ ଆହୁରି କହିଛନ୍ତି ଯେ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକ ସତର୍କ ରହିବା ସହ ଅଭିଯୋଗ ଉପରେ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ। ଭୁଲ ତଥ୍ୟ ଏବଂ ଡିପ୍‌ଫେକର ଟ୍ରେଣ୍ଡକୁ ରୋକିବା ପାଇଁ ସେମାନଙ୍କ ତରଫରୁ ତୁରନ୍ତ ପଦକ୍ଷେପ ନେବା ଅତ୍ୟନ୍ତ ଜରୁରୀ ।

ସୋସିଆଲ ମିଡିଆ, ଯେଉଁଠି ଖବର ଦ୍ରୁତ ଗତିରେ ବ୍ୟାପିଥାଏ । ସେଠାରେ ଡିପ୍‌ଫେକ ଭିଡିଓ ପ୍ରସାରଣ କରାଯିବା ଅତ୍ୟନ୍ତ କ୍ଷତିକାରକ ଓ ଚିନ୍ତାଜନକ । ସଚିନ ତେନ୍ଦୁଲକରଙ୍କ ଏହି ଡିପ୍‌ଫେକ୍‌ ମାମଲା ନୂଆ କଥା ନୁହେଁ । ପୂର୍ବରୁ ଅନେକ ସେଲିବ୍ରିଟିଙ୍କ ଡିପ୍‌ଫେକ୍‌ ଭିଡିଓ ଭାଇରାଲ ହୋଇଛି । ଅଭିନେତ୍ରୀ କ୍ୟାଟ୍ରିନା କୈଫ, ଆଲିଆ ଭଟ୍ଟ ଏବଂ ପ୍ରିୟଙ୍କା ଚୋପ୍ରା ମଧ୍ୟ ଡିପ୍‌ଫେକ୍‌ର ଶିକାର ହୋଇଛନ୍ତି ।

ଅଧିକ ପଢ଼ନ୍ତୁ: ଖୁବ୍‌ ଶୀଘ୍ର ବନ୍ଦ ହେବ ଡିପ୍‌ ଫେକ୍‌, ଆସିବ କଡ଼ା ନିୟମ..!