ଆକ୍ସିସ ବ୍ୟାଙ୍କ ଉପରେ ୫ ହଜାର କୋଟି ଟଙ୍କାର ଠକେଇ ଅଭିଯୋଗ, ଯାଞ୍ଚ ଦାବି କଲେ ସୁବ୍ରମଣ୍ୟମ ସ୍ୱାମୀ

ନୂଆଦିଲ୍ଲୀ: ପୂର୍ବତନ ରାଜ୍ୟସଭା ସଦସ୍ୟ ସୁବ୍ରମଣ୍ୟମ ସ୍ବାମୀ ଆକ୍ସିସ ବ୍ୟାଙ୍କ ଉପରେ ବଡ଼ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ବ୍ୟାଙ୍କ୍‌, ମ୍ୟାକ୍ସ ଲାଇଫ୍‌ ଇନସ୍ୟୁରାନ୍ସର ଶେୟାର କିଣାବିକା ମାଧ୍ୟମରେ ୫ ହଜାର କୋଟି ଟଙ୍କାରୁ ଅଧିକ ଅନୁଚିତ ଲାଭ କରିଛି। ଏହି ଅଭିଯୋଗ ସହ ସୁବ୍ରମଣ୍ୟମ ସ୍ବାମୀ ବ୍ୟାଙ୍କ ବିରୋଧରେ ଠକେଇ ଯାଞ୍ଚ ଆଦେଶ ପାଇଁ ଦାବି କରି ପିଆଇଏଲ ଆବେଦନ କରିଛନ୍ତି। ଅବଶ୍ୟ ଆବେଦନର କପି ଆକ୍ସିସ ବ୍ୟାଙ୍କଙ୍କୁ ମିଳିନଥିବାରୁ, ଦିଲ୍ଲୀ ହାଇକୋର୍ଟ ମାର୍ଚ୍ଚ ୧୩ ପର୍ଯ୍ୟନ୍ତ ମାମଲାର ଶୁଣାଣି ଘୁଞ୍ଚାଇଛନ୍ତି। ଆବେଦନରେ ସୁବ୍ରମଣ୍ୟମ ସ୍ବାମୀ ଦାବି କରିଛନ୍ତି ଯେ, ଆକ୍ସିସ ବ୍ୟାଙ୍କ କଥିତ ଭାବରେ ଅଣପାରଦର୍ଶୀ ଉପାୟରେ ଏବଂ ଲାଗୁ ନିୟମର ଉଲ୍ଲଘଂନ କରି ମ୍ୟାକ୍ସ ଲାଇଫର ଇକ୍ବିଟି ଶେୟାର ବିକ୍ରି ଏବଂ କିଣାରେ ୫୧୦୦ କୋଟିର ଅନୁଚିତ ଲାଭ ଆୟ କରିଛନ୍ତି । ଯାଚିକାରେ ଏହା ମଧ୍ୟ କୁହାଯାଇଛି ଯେ, ଆଇଆରଡିଏଆଇ ଅକ୍ଟୋବର ୨୦୨୨ରେ ମ୍ୟାକ୍ସ ଲାଇଫ ଉପରେ ତିନି କୋଟି ଏବଂ ଆକ୍ସିସ ବ୍ୟାଙ୍କ ଉପରେ ୨ କୋଟିର ଜରିମାନା ଲଗାଇଛନ୍ତି। ଯାହା ଠକେଇ ହୋଇଥିବା ଟଙ୍କା ତୁଳନାରେ ଖୁବ୍‌ କମ୍। ତେବେ ସଂପୂର୍ଣ୍ଣ ମାମଲାରେ ଯାଞ୍ଚ ପାଇଁ ବିଶେଷଜ୍ଞ କମିଟି ଗଠନ କରିବା ଏବଂ ଏହି ଘୋଟାଲା ସାମ୍ନାକୁ ଆଣିବା ପାଇଁ କୋର୍ଟରେ ଦାବି ରଖିଛନ୍ତି ସୁବ୍ରମଣ୍ୟମ। ଆହୁରି ପଢ଼ନ୍ତୁ: ଷ୍ଟେଟ୍‌ ବ୍ୟାଙ୍କ ଠାରୁ ୩୦ ପର୍ଯ୍ୟାୟରେ କିଣାଯାଇ

ଆକ୍ସିସ ବ୍ୟାଙ୍କ ଉପରେ ୫ ହଜାର କୋଟି ଟଙ୍କାର ଠକେଇ ଅଭିଯୋଗ, ଯାଞ୍ଚ ଦାବି କଲେ ସୁବ୍ରମଣ୍ୟମ ସ୍ୱାମୀ

ନୂଆଦିଲ୍ଲୀ: ପୂର୍ବତନ ରାଜ୍ୟସଭା ସଦସ୍ୟ ସୁବ୍ରମଣ୍ୟମ ସ୍ବାମୀ ଆକ୍ସିସ ବ୍ୟାଙ୍କ ଉପରେ ବଡ଼ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ବ୍ୟାଙ୍କ୍‌, ମ୍ୟାକ୍ସ ଲାଇଫ୍‌ ଇନସ୍ୟୁରାନ୍ସର ଶେୟାର କିଣାବିକା ମାଧ୍ୟମରେ ୫ ହଜାର କୋଟି ଟଙ୍କାରୁ ଅଧିକ ଅନୁଚିତ ଲାଭ କରିଛି। ଏହି ଅଭିଯୋଗ ସହ ସୁବ୍ରମଣ୍ୟମ ସ୍ବାମୀ ବ୍ୟାଙ୍କ ବିରୋଧରେ ଠକେଇ ଯାଞ୍ଚ ଆଦେଶ ପାଇଁ ଦାବି କରି ପିଆଇଏଲ ଆବେଦନ କରିଛନ୍ତି। ଅବଶ୍ୟ ଆବେଦନର କପି ଆକ୍ସିସ ବ୍ୟାଙ୍କଙ୍କୁ ମିଳିନଥିବାରୁ, ଦିଲ୍ଲୀ ହାଇକୋର୍ଟ ମାର୍ଚ୍ଚ ୧୩ ପର୍ଯ୍ୟନ୍ତ ମାମଲାର ଶୁଣାଣି ଘୁଞ୍ଚାଇଛନ୍ତି।

ଆବେଦନରେ ସୁବ୍ରମଣ୍ୟମ ସ୍ବାମୀ ଦାବି କରିଛନ୍ତି ଯେ, ଆକ୍ସିସ ବ୍ୟାଙ୍କ କଥିତ ଭାବରେ ଅଣପାରଦର୍ଶୀ ଉପାୟରେ ଏବଂ ଲାଗୁ ନିୟମର ଉଲ୍ଲଘଂନ କରି ମ୍ୟାକ୍ସ ଲାଇଫର ଇକ୍ବିଟି ଶେୟାର ବିକ୍ରି ଏବଂ କିଣାରେ ୫୧୦୦ କୋଟିର ଅନୁଚିତ ଲାଭ ଆୟ କରିଛନ୍ତି । ଯାଚିକାରେ ଏହା ମଧ୍ୟ କୁହାଯାଇଛି ଯେ, ଆଇଆରଡିଏଆଇ ଅକ୍ଟୋବର ୨୦୨୨ରେ ମ୍ୟାକ୍ସ ଲାଇଫ ଉପରେ ତିନି କୋଟି ଏବଂ ଆକ୍ସିସ ବ୍ୟାଙ୍କ ଉପରେ ୨ କୋଟିର ଜରିମାନା ଲଗାଇଛନ୍ତି। ଯାହା ଠକେଇ ହୋଇଥିବା ଟଙ୍କା ତୁଳନାରେ ଖୁବ୍‌ କମ୍। ତେବେ ସଂପୂର୍ଣ୍ଣ ମାମଲାରେ ଯାଞ୍ଚ ପାଇଁ ବିଶେଷଜ୍ଞ କମିଟି ଗଠନ କରିବା ଏବଂ ଏହି ଘୋଟାଲା ସାମ୍ନାକୁ ଆଣିବା ପାଇଁ କୋର୍ଟରେ ଦାବି ରଖିଛନ୍ତି ସୁବ୍ରମଣ୍ୟମ।

ଆହୁରି ପଢ଼ନ୍ତୁ: ଷ୍ଟେଟ୍‌ ବ୍ୟାଙ୍କ ଠାରୁ ୩୦ ପର୍ଯ୍ୟାୟରେ କିଣାଯାଇଛି ୧୬,୫୧୮ କୋଟି ଟଙ୍କା ମୂଲ୍ୟର ଇଲେକ୍ଟୋରାଲ୍ ବଣ୍ଡ୍

କ‘ଣ ରହିଛି ଅଭିଯୋଗ ?

ଯାଚିକାରେ କୁହାଯାଇଛି ଆକ୍ସିସ ବ୍ୟାଙ୍କ, ୨୦୨୧ ମାର୍ଚ୍ଚରେ ମ୍ୟାକ୍ସ ଲାଇଫ୍‌ର ୦.୯୯୮ ପ୍ରତିଶତ ଶେୟାରକୁ ଏହାର ସବସିଡାରି କମ୍ପାନି ଏମଏଫଏସଏଲ ଏବଂ ମିତ୍ସୁଇ ସୁମିତୋମୋ ଇଣ୍ଟରନାସନାଲକୁ ୧୬୬ ଟଙ୍କା ପ୍ରତି ଶେୟାର ମୂଲ୍ୟରେ ବିକ୍ରି କରିଥିଲା। ଏହା ପରେ ଖୁବ୍‌ କମ୍‌ ସମୟରେ ଅର୍ଥାତ୍‌ ମାର୍ଚ୍ଚ-ଏପ୍ରିଲ ୨୦୨୧ରେ ଆକ୍ସିସ ବ୍ୟାଙ୍କ ଏମଏଫଏସଏଲ ଠାରୁ ୩୧.୫୧ ଟଙ୍କରୁ ୩୨.୧୨ ଟଙ୍କା ପ୍ରତି ଶେୟାର ଦାମ୍‌ରେ ସମୁଦାୟ ୧୨.୦୭ ପ୍ରତିଶତ ଶେୟାର ପୁନଃ କ୍ରୟ କରିଥିଲା।

ବଜାର ମୂଲ୍ୟରୁ କମ୍‌ରେ କିଣାଯାଇଛି ଶେୟାର

ଆବେଦନରେ କୁହାଯାଇଛି ଯେ, ମ୍ୟାକ୍ସ ଲାଇଫର ୧୨.୦୨ ପ୍ରତିଶତ ଶେୟାର, ଆକ୍ସିସ ବ୍ୟାଙ୍କ ଗ୍ରୁପର କମ୍ପାନିଙ୍କ ଦ୍ବାରା ୩୧.୫୧ ଟଙ୍କାରୁ ୩୨.୧୨ ପ୍ରତି ଶେୟାର ହିସାବରେ ସମୁଦାୟ ୭୩୬ କୋଟି ଟଙ୍କାର କିଣାଯାଇଛି। ଯାହା ସ୍ପଷ୍ଟ ଭାବରେ ଉଚିତ ବଜାର ମୂଲ୍ୟଠାରୁ କମ୍। ଆଉ ଏମିତି କରି ଆକ୍ସିସ ବ୍ୟାଙ୍କ ଅବୈଧ ଉପାୟରେ ପ୍ରାୟ ୫୧୦୦ କୋଟି ଟଙ୍କାର ଲାଭ ଉଠାଇଛନ୍ତି।

ଆହୁରି ପଢ଼ନ୍ତୁ: ଅଶୋଧିତ ତୈଳ ଦର ବୃଦ୍ଧି ପରେ ୱିଣ୍ଡଫଲ ଗେନ୍ ଟ୍ୟାକ୍ସ ବୃଦ୍ଧି କଲେ ସରକାର

The post ଆକ୍ସିସ ବ୍ୟାଙ୍କ ଉପରେ ୫ ହଜାର କୋଟି ଟଙ୍କାର ଠକେଇ ଅଭିଯୋଗ, ଯାଞ୍ଚ ଦାବି କଲେ ସୁବ୍ରମଣ୍ୟମ ସ୍ୱାମୀ appeared first on Prameya News7.