ଆସନ୍ତାକାଲିଠୁ ଚାଷୀଙ୍କୁ ୮୦୦ ଟଙ୍କା ଇନପୁଟ୍ ସହାୟତା, ବରଗଡ଼ ଜିଲ୍ଲା ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ଦେବେ ସହାୟତା
କାଲିଠୁ ଚାଷୀଙ୍କୁ ୮୦୦ ଟଙ୍କା ଇନପୁଟ୍ ସହାୟତା । ଆସନ୍ତାକାଲି ବରଗଡ଼ ଜିଲ୍ଲା ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଇନପୁଟ ସହାୟତା ପ୍ରଦାନ କରିବେ। ସୋହେଲା ଥାନା ଇଚ୍ଛାପାଲି ଠାରେ ଚାଷୀଙ୍କୁ କୁଇଣ୍ଟାଲ ପିଛା ୨୩ ଶହ ଟଙ୍କା ଏମଏସପି ଉପରେ ୮୦୦ ଟଙ୍କା ଇନ୍ ପୁଟ ସହାୟତା ପ୍ରଦାନ କରାଯିବ । ନିର୍ବାଚନ ସମୟରେ ଚାଷୀଙ୍କୁ କୁଇଣ୍ଟାଲ ପିଛା ୩୧ ଶହ ଟଙ୍କା ଦିଆଯିବ ବୋଲି ଘୋଷଣା କରିଥିଲା ବିଜେପି । ମୁଖ୍ୟମନ୍ତ୍ରୀଙ୍କ […] The post ଆସନ୍ତାକାଲିଠୁ ଚାଷୀଙ୍କୁ ୮୦୦ ଟଙ୍କା ଇନପୁଟ୍ ସହାୟତା, ବରଗଡ଼ ଜିଲ୍ଲା ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ଦେବେ ସହାୟତା appeared first on KNews Odisha.

କାଲିଠୁ ଚାଷୀଙ୍କୁ ୮୦୦ ଟଙ୍କା ଇନପୁଟ୍ ସହାୟତା । ଆସନ୍ତାକାଲି ବରଗଡ଼ ଜିଲ୍ଲା ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଇନପୁଟ ସହାୟତା ପ୍ରଦାନ କରିବେ। ସୋହେଲା ଥାନା ଇଚ୍ଛାପାଲି ଠାରେ ଚାଷୀଙ୍କୁ କୁଇଣ୍ଟାଲ ପିଛା ୨୩ ଶହ ଟଙ୍କା ଏମଏସପି ଉପରେ ୮୦୦ ଟଙ୍କା ଇନ୍ ପୁଟ ସହାୟତା ପ୍ରଦାନ କରାଯିବ ।
ନିର୍ବାଚନ ସମୟରେ ଚାଷୀଙ୍କୁ କୁଇଣ୍ଟାଲ ପିଛା ୩୧ ଶହ ଟଙ୍କା ଦିଆଯିବ ବୋଲି ଘୋଷଣା କରିଥିଲା ବିଜେପି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସଭାସ୍ଥଳ ସହ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିଛନ୍ତି ସମ୍ବଲପୁର ଆଇଜି ହିମାଂଶୁ ଲାଲ। ବରଗଡ଼ ଏସପି ପ୍ରହଲ୍ଲାଦ ସାହାଇ ମୀନାଙ୍କ ନେତୃତ୍ବରେ ସୁରକ୍ଷା ବ୍ୟବସ୍ଥାରେ ୧୨ ଜଣ ଡିଏସପି, ୪ ଜଣ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ୩୭ ଜଣ ଇନ୍ସପେକ୍ଟର, ୫୩ ଜଣ ଏସଆଇ, ୭୦ ଜଣ ଏଏସଆଇଙ୍କ ସହ ୩୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ ।
The post ଆସନ୍ତାକାଲିଠୁ ଚାଷୀଙ୍କୁ ୮୦୦ ଟଙ୍କା ଇନପୁଟ୍ ସହାୟତା, ବରଗଡ଼ ଜିଲ୍ଲା ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ଦେବେ ସହାୟତା appeared first on KNews Odisha.