ଟ୍ରାକ୍‌ରେ କରୁଥିଲେ ରିଲ୍ସ, ଚଢ଼ିଗଲା ନୀଳାଚଳ ଏକ୍ସପ୍ରେସ୍‌

ଆଜି ଅପରାହ୍ନରେ ସବିରା ରେଳ ଷ୍ଟେସନ ନିକଟସ୍ଥ ରେଳ ଧାରଣାରେ ଭଦ୍ରକ ଜିଲ୍ଲା ବାଣିତିଆ ଗାଁର ଅକ୍ଷୟ ପାତ୍ର ଓ ତାଙ୍କର ୫ ଜଣ ସାଥୀ ମିଶି ରିଲ୍‌ସ କରୁଥିଲେ। ଠିକ୍‌ ସେତିକି ବେଳେ ସେହି ଲାଇନରେ ଯାଉଥିବା ନୀଳାଚଳ ଏକ୍ସପ୍ରେସ୍‌ ଅକ୍ଷୟଙ୍କୁ ପଛରୁ ଧକ୍କା ଦେଇଥିଲା।

ଟ୍ରାକ୍‌ରେ କରୁଥିଲେ ରିଲ୍ସ, ଚଢ଼ିଗଲା ନୀଳାଚଳ ଏକ୍ସପ୍ରେସ୍‌

ଟ୍ରେନ୍‌ ଟ୍ରାକ୍‌ରେ ଶୋଇ ଇନ୍‌ଷ୍ଟା ରିଲ୍ସ କରୁଥିଲେ! ଚଢ଼ିଗଲା ନୀଳାଚଳ ଏକ୍ସପ୍ରେସ୍‌। ଆଜି ଅପରାହ୍ନରେ ଏପରି ମର୍ମନ୍ତୁଦ ଦୁର୍ଘଟଣା ବାଲେଶ୍ୱର ଜିଲ୍ଲା ସବିରା ରେଳ ଷ୍ଟେସନ୍‌ ନିକଟରେ ଘଟିଛି।

ଆଜି ଅପରାହ୍ନରେ ସବିରା ରେଳ ଷ୍ଟେସନ ନିକଟସ୍ଥ ରେଳ ଧାରଣାରେ ଭଦ୍ରକ ଜିଲ୍ଲା ବାଣିତିଆ ଗାଁର ଅକ୍ଷୟ ପାତ୍ର ଓ ତାଙ୍କର ୫ ଜଣ ସାଥୀ ମିଶି ରିଲ୍‌ସ କରୁଥିଲେ। ଠିକ୍‌ ସେତିକି ବେଳେ ସେହି ଲାଇନରେ ଯାଉଥିବା ନୀଳାଚଳ ଏକ୍ସପ୍ରେସ୍‌ ଅକ୍ଷୟଙ୍କୁ ପଛରୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ହେଲେ ତାଙ୍କ ସାଥୀମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ। ଖବର ପାଇ ଆରପିଏଫ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁସାରେ ଅକ୍ଷୟ ଜଣେ ଡ୍ୟାନ୍ସର। ସେ ଯାତ୍ରା ପାର୍ଟିରେ ଡ୍ୟାନ୍ସ କରନ୍ତି। ଆଜି ଅନ୍ୟ ଯୁବକଙ୍କ ସହି ଡ୍ୟାନ୍ସ କରିବା ପାଇଁ ଆସିଥିଲେ। ତା’ପୂର୍ବରୁ ରିଲ୍ସ କରିବା ପାଇଁ ସାଥୀଙ୍କ ସହ ଟ୍ରେନ୍‌ ଲାଇନ୍‌କୁ ଯାଇଥିଲେ। ହେଲେ ଦୁର୍ଭାଗ୍ୟକୁ ନୀଳାଚଳ ଏକ୍ସ ନେଇଗଲା ଅକ୍ଷୟଙ୍କ ଜୀବନ। ଆଉ ବାପା-ମାଆଙ୍କ କୋଳରୁ ଛଡ଼ାଇ ନେଲା ଏକମାତ୍ର ପୁଅକୁ।

ରିପୋର୍ଟ-ସୋରରୁ ନୀରଞ୍ଜନ ବେହେରା