ମହାପ୍ରଭୁଙ୍କୁ ଦର୍ଶନ କଲେ ବାଗେଶ୍ବର ବାବା
ପୁରୀ: ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରି ଆଶିଷ ନେଇଛନ୍ତି ବାଗେଶ୍ବର ବାବା। ଶନିବାର ସନ୍ଧ୍ୟାରେ ବାଗେଶ୍ବର ବାବା ଧିରେନ୍ଦ୍ର କ୍ରିଷ୍ଣ ଶାସ୍ତ୍ରୀ ଶ୍ରୀମନ୍ଦିରରେ ଚତୁର୍ଦ୍ଧାବିଗ୍ରହଙ୍କ ଦର୍ଶନ କରିଛନ୍ତି। ବାଗେଶ୍ବର ବାବା ଜୟ ବିଜୟ ଦ୍ବାର ନିକଟରୁ ଥାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ପରେ ମା ବିମଳା, ମହାଲକ୍ଷ୍ମୀ ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀଙ୍କ ଦର୍ଶନ କରିବା ସହ ସାକ୍ଷୀଗୋପାଳ ମନ୍ଦିରରେ ମହାପ୍ରସାଦ ସେବନ କରିଥିଲେ। ଦୀର୍ଘ ଅଧଘଣ୍ଟାଏ ଧରି ଶ୍ରୀମନ୍ଦିର ଭିତରେ ଅତିବାହିତ କରିଥିଲେ ବାଗେଶ୍ବର ବାବା। ହିନ୍ଦୁ ରାଷ୍ଟ୍ରକୁ ସଶକ୍ତ କରିବା ସହ ବିଶ୍ବର ମଙ୍ଗଳକାମନା ନେଇ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ତେବେ ବାଗେଶ୍ବର ବାବାଙ୍କୁ ଦେଖିବା ପାଇଁ ଶ୍ରୀମନ୍ଦିର ଭିତରେ ଓ ବାହାରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା। କଡ଼ା ସୁରକ୍ଷା ବଳୟ ମଧ୍ୟରେ ବାଗେଶ୍ବର ବାବା ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଗତକାଲି ସନ୍ଧ୍ୟାରେ ବାଗେଶ୍ଵର ବାବା ପୁରୀ ଆସି ଏକ ହୋଟେଲରେ ରାତ୍ରିଯାପନ କରିଥିବାବେଳେ ଆଜି ମହାପ୍ରଭୁଙ୍କ ଦର୍ଶନ କରି ନିଜକୁ ଭାଗ୍ୟବାନ ମନେ କରିଥିବା କହିଛନ୍ତି।
ପୁରୀ: ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରି ଆଶିଷ ନେଇଛନ୍ତି ବାଗେଶ୍ବର ବାବା। ଶନିବାର ସନ୍ଧ୍ୟାରେ ବାଗେଶ୍ବର ବାବା ଧିରେନ୍ଦ୍ର କ୍ରିଷ୍ଣ ଶାସ୍ତ୍ରୀ ଶ୍ରୀମନ୍ଦିରରେ ଚତୁର୍ଦ୍ଧାବିଗ୍ରହଙ୍କ ଦର୍ଶନ କରିଛନ୍ତି। ବାଗେଶ୍ବର ବାବା ଜୟ ବିଜୟ ଦ୍ବାର ନିକଟରୁ ଥାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ।
ପରେ ମା ବିମଳା, ମହାଲକ୍ଷ୍ମୀ ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀଙ୍କ ଦର୍ଶନ କରିବା ସହ ସାକ୍ଷୀଗୋପାଳ ମନ୍ଦିରରେ ମହାପ୍ରସାଦ ସେବନ କରିଥିଲେ। ଦୀର୍ଘ ଅଧଘଣ୍ଟାଏ ଧରି ଶ୍ରୀମନ୍ଦିର ଭିତରେ ଅତିବାହିତ କରିଥିଲେ ବାଗେଶ୍ବର ବାବା। ହିନ୍ଦୁ ରାଷ୍ଟ୍ରକୁ ସଶକ୍ତ କରିବା ସହ ବିଶ୍ବର ମଙ୍ଗଳକାମନା ନେଇ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ।
ତେବେ ବାଗେଶ୍ବର ବାବାଙ୍କୁ ଦେଖିବା ପାଇଁ ଶ୍ରୀମନ୍ଦିର ଭିତରେ ଓ ବାହାରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା। କଡ଼ା ସୁରକ୍ଷା ବଳୟ ମଧ୍ୟରେ ବାଗେଶ୍ବର ବାବା ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଗତକାଲି ସନ୍ଧ୍ୟାରେ ବାଗେଶ୍ଵର ବାବା ପୁରୀ ଆସି ଏକ ହୋଟେଲରେ ରାତ୍ରିଯାପନ କରିଥିବାବେଳେ ଆଜି ମହାପ୍ରଭୁଙ୍କ ଦର୍ଶନ କରି ନିଜକୁ ଭାଗ୍ୟବାନ ମନେ କରିଥିବା କହିଛନ୍ତି।