ନିଆରା ପ୍ରେମ କାହାଣୀ: ସୁନାମୀରେ ହଜିଗଲେ ପ୍ରାଣପ୍ରିୟା ସ୍ତ୍ରୀ, ୧୩ ବର୍ଷ ହେଲାଣି ଖୋଜୁଛନ୍ତି ସ୍ବାମୀ

ନୂଆଦିଲ୍ଲୀ ୧୨/୯: ଶୁଣ…ବ୍ୟାଙ୍କରେ କାମ କରି ଥକିଗଲିଣି…ଆରାମ କରିବାକୁ ଘରକୁ ଆସୁଛି । ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଏ ଥିଲା ଶେଷ କଥା । ବାସ୍‌ ୟା ପରେ ଶେଷ ହୋଇଯାଇଥିଲା ସବୁ କିଛି। ସୁନାମୀର ଆଁରେ ହଜିଯାଇଥିଲେ ପତ୍ନୀ । ଆଉ ସେବେଠୁ ପାଗଳ ପରି ପ୍ରାଣପ୍ରିୟା ପତ୍ନୀଙ୍କୁ ଖୋଜୁଛନ୍ତି ସ୍ବାମୀ । ୟା ଭିତରେ ବିତିଗଲାଣି ୧୩ଟି ଫଗୁଣ । ସବୁଦିନ ସମୁଦ୍ରକୁ ଯାଇ ପତ୍ନୀଙ୍କର ସନ୍ତକ ଖୋଜୁଛନ୍ତି ହେଲେ ନିରାଶା ଛଡା ଆଉ କିଛି ମିଳିନି । ଜଣେ ଦଂପତ୍ତିଙ୍କର ପ୍ରେମକାହାଣୀ ଆପଣଙ୍କ ଆଖିରେ ଲୁହ ଆଣିଦେବ ନିଶ୍ଚୟ। କାହାଣୀ ସୁଦୂର ଜାପାନର । ୧୩ ବର୍ଷ ତଳେ ଜାପାନରେ ହୋଇଥିଲା ଭୟଙ୍କର ସୁନାମୀ । ଆଉ ତା ସୁଅରେ ଭାସିଯାଇଥିଲେ ହଜାର ହଜାର ଲୋକ । ସେମାନଙ୍କ ମଧ୍ୟରେ ଥିଲେ ୪୭ ବର୍ଷୀୟ ୟୁକୋ । ପ୍ରାଣପ୍ରିୟା ପତ୍ନୀଙ୍କୁ ନପାଇ ସତେ ଯେମିତି ପାଗଳ ହୋଇଯାଇଥିଲେ ସ୍ବାମୀ ୟାସୁଓ ତାକାମାସୁ । ତାଙ୍କୁ ଚାରି ଦିଗ ଅନ୍ଧାର ଦେଖାଗଲା । ଅଣ୍ଡର ୱାଟର ଡ୍ରାଇଭିଂ ଶିଖି ୟୁକୋଙ୍କୁ ଖୋଜିବା ମିଶନ ଆରମ୍ଭ କରିଦେଇଥିଲେ ସେ । ଦୀର୍ଘ ୧୩ ବର୍ଷ ହେଲାଣି ପ୍ରତିଦିନ ମନରେ ଅସୁମାରୀ ଆଶା ନେଇ ସମୁଦ୍ର ଭିତରକୁ ଲମ୍ଫ ମାରୁଛନ୍ତି। ଖୋଜୁଛନ୍ତି କାଳେ ମିଳିଯିବ ପତ୍ନୀଙ୍କ ଶେଷ ସନ୍ତକ । କିନ୍ତୁ ନିରାଶ ହେବାକୁ ପଡେ । ଆଶା ଆଶାରେ ରହିଯାଏ ।  ଆଜିର ସମୟରେ ୟାସୁଓଙ୍କ ବୟସ ୬୭ ।  ତଥାପି ସେ ହାର୍‌ ମାନିନାହାନ୍ତି । ପତ୍ନୀଙ୍କ ସନ୍ଧାନ ସିନା ପାଇନାହାନ୍ତି

ନିଆରା ପ୍ରେମ କାହାଣୀ: ସୁନାମୀରେ ହଜିଗଲେ ପ୍ରାଣପ୍ରିୟା ସ୍ତ୍ରୀ, ୧୩ ବର୍ଷ ହେଲାଣି ଖୋଜୁଛନ୍ତି ସ୍ବାମୀ

ନୂଆଦିଲ୍ଲୀ ୧୨/୯: ଶୁଣ…ବ୍ୟାଙ୍କରେ କାମ କରି ଥକିଗଲିଣି…ଆରାମ କରିବାକୁ ଘରକୁ ଆସୁଛି । ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଏ ଥିଲା ଶେଷ କଥା । ବାସ୍‌ ୟା ପରେ ଶେଷ ହୋଇଯାଇଥିଲା ସବୁ କିଛି। ସୁନାମୀର ଆଁରେ ହଜିଯାଇଥିଲେ ପତ୍ନୀ । ଆଉ ସେବେଠୁ ପାଗଳ ପରି ପ୍ରାଣପ୍ରିୟା ପତ୍ନୀଙ୍କୁ ଖୋଜୁଛନ୍ତି ସ୍ବାମୀ । ୟା ଭିତରେ ବିତିଗଲାଣି ୧୩ଟି ଫଗୁଣ । ସବୁଦିନ ସମୁଦ୍ରକୁ ଯାଇ ପତ୍ନୀଙ୍କର ସନ୍ତକ ଖୋଜୁଛନ୍ତି ହେଲେ ନିରାଶା ଛଡା ଆଉ କିଛି ମିଳିନି । ଜଣେ ଦଂପତ୍ତିଙ୍କର ପ୍ରେମକାହାଣୀ ଆପଣଙ୍କ ଆଖିରେ ଲୁହ ଆଣିଦେବ ନିଶ୍ଚୟ। 

କାହାଣୀ ସୁଦୂର ଜାପାନର । ୧୩ ବର୍ଷ ତଳେ ଜାପାନରେ ହୋଇଥିଲା ଭୟଙ୍କର ସୁନାମୀ । ଆଉ ତା ସୁଅରେ ଭାସିଯାଇଥିଲେ ହଜାର ହଜାର ଲୋକ । ସେମାନଙ୍କ ମଧ୍ୟରେ ଥିଲେ ୪୭ ବର୍ଷୀୟ ୟୁକୋ । ପ୍ରାଣପ୍ରିୟା ପତ୍ନୀଙ୍କୁ ନପାଇ ସତେ ଯେମିତି ପାଗଳ ହୋଇଯାଇଥିଲେ ସ୍ବାମୀ ୟାସୁଓ ତାକାମାସୁ । ତାଙ୍କୁ ଚାରି ଦିଗ ଅନ୍ଧାର ଦେଖାଗଲା । ଅଣ୍ଡର ୱାଟର ଡ୍ରାଇଭିଂ ଶିଖି ୟୁକୋଙ୍କୁ ଖୋଜିବା ମିଶନ ଆରମ୍ଭ କରିଦେଇଥିଲେ ସେ । ଦୀର୍ଘ ୧୩ ବର୍ଷ ହେଲାଣି ପ୍ରତିଦିନ ମନରେ ଅସୁମାରୀ ଆଶା ନେଇ ସମୁଦ୍ର ଭିତରକୁ ଲମ୍ଫ ମାରୁଛନ୍ତି। ଖୋଜୁଛନ୍ତି କାଳେ ମିଳିଯିବ ପତ୍ନୀଙ୍କ ଶେଷ ସନ୍ତକ । କିନ୍ତୁ ନିରାଶ ହେବାକୁ ପଡେ । ଆଶା ଆଶାରେ ରହିଯାଏ ।  ଆଜିର ସମୟରେ ୟାସୁଓଙ୍କ ବୟସ ୬୭ ।  ତଥାପି ସେ ହାର୍‌ ମାନିନାହାନ୍ତି । ପତ୍ନୀଙ୍କ ସନ୍ଧାନ ସିନା ପାଇନାହାନ୍ତି ହେଲେ ଏହାରି ଭିତରେ ଜାପାନ ସରକାରଙ୍କ ସହଯୋଗରେ ସେ ଅଢେଇ ହଜାରରୁ ଅଧିକ ଲୋକଙ୍କ ସନ୍ତକକୁ ଖୋଜିପାଇଛନ୍ତି । ଯାହା ତାଙ୍କୁ ଆତ୍ମତୃପ୍ତି ଦେଇଛି ।


ସୁନାମି ଦିନର ସେ ଶେଷ କଥାକୁ ଭୁଲିପାରୁନାହାନ୍ତି ୟାସୁଓ । ସେ କୁହନ୍ତି ୟୁକୋ ଥକିଯାଇଥିଲେ ଆରାମ କରିବାକୁ ଯାଇଛନ୍ତି । ଏକ ଦଶକ ପରେ ମଧ୍ୟ ମୁଁ ତାଙ୍କୁ ଖୋଜୁଛି । କାରଣ ୟୁକୋଙ୍କୁ ମୁଁ ଘରକୁ ନେଇଯିବି । ଆଉ କାମ କରିବାକୁ ଛାଡିବିନି । ମୃତ୍ୟୁ ପର୍ଯ୍ୟନ୍ତ ମୁଁ ତାଙ୍କୁ ଖୋଜିବି । ସମୁଦ୍ରର କୋଣ ଅନୁକୋଣ ଖୋଜିବି । ଦିନେ ନା ଦିନେ ସେ ମୋତେ ନିଶ୍ଚୟ ମିଳିବେ । 

୧୯୮୮ରେ ୟୁକୋ ଓ ୟାସୁଓଙ୍କ ବାହାଘର ହୋଇଥିଲା । ଉଭୟଙ୍କର ଗୋଟିଏ ପୁଅ ଓ ଝିଅ ଅଛନ୍ତି । ବ୍ୟାଙ୍କରେ ଚାକିରି କରୁଥିଲେ ୟୁକୋ । ୟାସୁଓ ବସ୍‌ ଡ୍ରାଇଭର ଥିଲେ । ସୁନାମୀ ଦିନ ପିଲାମାନେ ସ୍କଲ ଯାଇଥିବାବେଳେ ୟାସୁଓ ମଧ୍ୟ କୌଣସି କାମରେ ବାହାରେ ଥିଲେ । ସମସ୍ତେ ସୁନାମୀ ପ୍ରଳୟରୁ ବଞ୍ଚିଯାଇଥିବାବେଳେ ୟୋକ ସବୁଦିନ ପାଇଁ ହଜିଯାଇଥିଲେ । 

୨୦୧୧ ମସିହାରେ ଜାପାନର ଉତ୍ତରପୂର୍ବ ଉପକୂଳକୁ ଦୋହଲାଇ ଦେଇଥିଲେ ଭୟଙ୍କର ସୁନାମୀ । ଯେଉଁଥିରେ ୧୫ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା । ପ୍ରାୟ ୨ଲକ୍ଷ ୩୦ ହଜାର ଲୋକ ଜୀବନ ବଞ୍ଚାଇବା ପାଇଁ ଭିଟାମାଟି ଛାଡି ଦେଇଥିଲେ । (ଆଙ୍କର) କିଏ କହେ ପ୍ରେମ ଅଢେଇ ଅକ୍ଷର । ଆଉ କିଏ କହେ ପ୍ରେମ ୨ଟି ମନର ମିଳନ । ପାଇବାର ଆଶା ଓ ହରାଇବାର ଦୁଃଖ ଭିତରେ ପ୍ରେମ ବାନ୍ଧି ହୋଇ ରହିପାରେନା । ପ୍ରେମ ତ ଏକ ଅନାବିଳ ଆବେଗ । ଦଂପତ୍ତିଙ୍କ ଭାବ ଓ ଆବେଗର ସଂପର୍କ ଭିତରେ ସମର୍ପଣର ଭାବ ହିଁ ପ୍ରକୃତ ପ୍ରେମର ନିଦର୍ଶନ । ଯାହାର ନିଚ୍ଛକ ଉଦାହରଣ ହେଉଛନ୍ତି ୟୁକୋ ଓ ୟାସୁଓ…