ପଞ୍ଜାବରେ କଂଗ୍ରେସକୁ ଝଟକା, ବିଜେପିରେ ସାମିଲ ହେଲେ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ପତ୍ନୀ

ନୂଆଦିଲ୍ଲୀ ୧୪/୦୩: ଲୋକସଭା ନିର୍ବାଚନ ପୂର୍ବରୁ ପଞ୍ଜାବ କଂଗ୍ରେସକୁ ଝଟ୍‌କା । ବିଜେପିରେ ସାମିଲ ହେଲେ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ପତ୍ନୀ ସାଂସଦ ପରନୀତି କୌର । ଏହାପୂର୍ବରୁ ପଟିଆଲା ସାଂସଦ ଭାରତୀୟ ଜାତୀୟ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ । ସେବେଠାରୁ ସେ ଖୁବ ଶୀଘ୍ର ବିଜେପିରେ ଯୋଗ ଦେବେ ବୋଲି ଅନୁମାନ କରାଯାଉଥିଲା । ସୂଚନା ଥାଉକି, ପରନାତ କୌର ହେଉଛନ୍ତି କ୍ୟାପଟେନ ଅମରିନ୍ଦର ସିଂଙ୍କ ପତ୍ନୀ । ସେ ପଞ୍ଜାବର 'ଶାହୀ ସିଟ୍' ପଟିଆଲାରୁ ଚାରିଥର କଂଗ୍ରେସ ସାଂସଦ ହୋଇଛନ୍ତି। ଏବେ ସେ ଭାରତୀୟ ଜନତା ପାର୍ଟିରେ ସାମିଲ୍ ହୋଇଛନ୍ତି । ବିଜେପିରେ ଯୋଗଦେବା ପରେ ସେ କହିଛନ୍ତି ଯେ ମୁଁ ଆଜି ବିଜେପିରେ ବିଦ୍ଧିବଧ ଭାବେ ସାମିଲ ହୋଇଛି । ମୁଁ ଗତ ୨୫ ବର୍ଷ ଧରି ଗଣତନ୍ତ୍ର ପାଇଁ କାର୍ଯ୍ୟ କରିଛି । ଆଜି ହେଉଛି ସେହି ସମୟ ଯାହା ଆମ ପିଲାମାନଙ୍କର ଆସନ୍ତାକାଲିକୁ ଭଲ କରିବ । #WATCH | Preneet Kaur, suspended Congress MP and wife of former Punjab CM Amarinder Singh, joins BJP in Delhi, today pic.twitter.com/YziHMsHDez— ANI (@ANI) March 14, 2024ସେ ଆହୁରି କହିଛନ୍ତି ଯେ 'ମୋଦୀ ଜୀଙ୍କର କାର୍ଯ୍ୟ ଏବଂ ନୀତି ଦେଖିବା ପରେ ଏବଂ ମୁଁ ଚାଲିଥିବା ବିକଶିତ ଭାରତର କାର୍ଯ୍ୟକ୍ରମରେ ପ୍ରଭାବିତ ହେବା ପରେ ମୁଁ ବିଜେପିରେ ଯୋଗ ଦେଉଛି । କେବଳ ମୋଦୀ ଜିଙ୍କ ନେତୃତ୍ୱରେ ଆମେ

ପଞ୍ଜାବରେ କଂଗ୍ରେସକୁ ଝଟକା, ବିଜେପିରେ ସାମିଲ ହେଲେ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ପତ୍ନୀ

ନୂଆଦିଲ୍ଲୀ ୧୪/୦୩: ଲୋକସଭା ନିର୍ବାଚନ ପୂର୍ବରୁ ପଞ୍ଜାବ କଂଗ୍ରେସକୁ ଝଟ୍‌କା । ବିଜେପିରେ ସାମିଲ ହେଲେ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ପତ୍ନୀ ସାଂସଦ ପରନୀତି କୌର । ଏହାପୂର୍ବରୁ ପଟିଆଲା ସାଂସଦ ଭାରତୀୟ ଜାତୀୟ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ । ସେବେଠାରୁ ସେ ଖୁବ ଶୀଘ୍ର ବିଜେପିରେ ଯୋଗ ଦେବେ ବୋଲି ଅନୁମାନ କରାଯାଉଥିଲା । 


ସୂଚନା ଥାଉକି, ପରନାତ କୌର ହେଉଛନ୍ତି କ୍ୟାପଟେନ ଅମରିନ୍ଦର ସିଂଙ୍କ ପତ୍ନୀ । ସେ ପଞ୍ଜାବର 'ଶାହୀ ସିଟ୍' ପଟିଆଲାରୁ ଚାରିଥର କଂଗ୍ରେସ ସାଂସଦ ହୋଇଛନ୍ତି। ଏବେ ସେ ଭାରତୀୟ ଜନତା ପାର୍ଟିରେ ସାମିଲ୍ ହୋଇଛନ୍ତି । ବିଜେପିରେ ଯୋଗଦେବା ପରେ ସେ କହିଛନ୍ତି ଯେ ମୁଁ ଆଜି ବିଜେପିରେ ବିଦ୍ଧିବଧ ଭାବେ ସାମିଲ ହୋଇଛି । ମୁଁ ଗତ ୨୫ ବର୍ଷ ଧରି ଗଣତନ୍ତ୍ର ପାଇଁ କାର୍ଯ୍ୟ କରିଛି । ଆଜି ହେଉଛି ସେହି ସମୟ ଯାହା ଆମ ପିଲାମାନଙ୍କର ଆସନ୍ତାକାଲିକୁ ଭଲ କରିବ । 



ସେ ଆହୁରି କହିଛନ୍ତି ଯେ 'ମୋଦୀ ଜୀଙ୍କର କାର୍ଯ୍ୟ ଏବଂ ନୀତି ଦେଖିବା ପରେ ଏବଂ ମୁଁ ଚାଲିଥିବା ବିକଶିତ ଭାରତର କାର୍ଯ୍ୟକ୍ରମରେ ପ୍ରଭାବିତ ହେବା ପରେ ମୁଁ ବିଜେପିରେ ଯୋଗ ଦେଉଛି । କେବଳ ମୋଦୀ ଜିଙ୍କ ନେତୃତ୍ୱରେ ଆମେ ଆମର ପିଲା ଏବଂ ଦେଶକୁ ସୁରକ୍ଷିତ ରଖିପାରିବା । ମୁଁ ମୋଦୀ ଜୀ, ନଡ୍ଡା ଜୀ ଏବଂ ବିଜେପିକୁ ଧନ୍ୟବାଦ ଦେଉଛି ।