ନିର୍ବାଚନ ପୂର୍ବରୁ ଝଟ୍କା: ଭାଜପାରେ ସାମିଲ ହେଲେ କଂଗ୍ରେସର ବରିଷ୍ଠ ନେତା
ଭୋପାଳ,୯।୩: ଲୋକ ସଭା ନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶରେ କଂଗ୍ରେସକୁ ବଡ଼ ଝଟ୍କା ଲାଗିଛି। ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୁରେଶ ପଚୌରୀ ଶନିବାର ଭାଜପାରେ ସାମିଲ ହୋଇଛନ୍ତି। ସକାଳ ୯ଟାରେ ସେ ଅନ୍ୟ କଂଗ୍ରେସ ନେତାଙ୍କ ସହ ଭାଜପା ଅଫିସରେ ପହଞ୍ଚିଥିଲେ। ସେଠାରେ ସେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏବଂ ପୂର୍ବ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବନଙ୍କ ଉପସ୍ଥିତିରେ ଭାଜପାର ସଦସ୍ୟତା ଗ୍ରହଣ କରିଛନ୍ତି। ଦୀର୍ଘଦିନ ଧରି ସେ କଂଗ୍ରେସ ଉପରେ ଖପ୍ପା […] The post ନିର୍ବାଚନ ପୂର୍ବରୁ ଝଟ୍କା: ଭାଜପାରେ ସାମିଲ ହେଲେ କଂଗ୍ରେସର ବରିଷ୍ଠ ନେତା appeared first on Dharitri Odia News.
ଭୋପାଳ,୯।୩: ଲୋକ ସଭା ନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶରେ କଂଗ୍ରେସକୁ ବଡ଼ ଝଟ୍କା ଲାଗିଛି। ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୁରେଶ ପଚୌରୀ ଶନିବାର ଭାଜପାରେ ସାମିଲ ହୋଇଛନ୍ତି। ସକାଳ ୯ଟାରେ ସେ ଅନ୍ୟ କଂଗ୍ରେସ ନେତାଙ୍କ ସହ ଭାଜପା ଅଫିସରେ ପହଞ୍ଚିଥିଲେ। ସେଠାରେ ସେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏବଂ ପୂର୍ବ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବନଙ୍କ ଉପସ୍ଥିତିରେ ଭାଜପାର ସଦସ୍ୟତା ଗ୍ରହଣ କରିଛନ୍ତି। ଦୀର୍ଘଦିନ ଧରି ସେ କଂଗ୍ରେସ ଉପରେ ଖପ୍ପା ଥିବା କୁହାଯାଉଥିଲା।
କହିରଖୁଛୁ, ସୁରେଶ ୧୯୭୨ରେ ଜଣେ ଯୁବ କଂଗ୍ରେସ କର୍ମୀ ଭାବେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ୧୯୮୪ରେ ସେ ରାଜ୍ୟର ଯୁବ କଂଗ୍ରେସ ଅଧ୍ୟକ୍ଷ ହୋଇଥିଲେ। ଏହାପରେ ସେ ୧୯୮୪,୧୯୯୦,୧୯୯୬,୨୦୦୨ରେ ରାଜ୍ୟ ସଭା ଏମ୍ପି ଭାବେ ଚୟନ ହୋଇଥିଲେ। ୧୯୯୯ରେ ସେ ଉମା ଭାରତୀଙ୍କ ବିପକ୍ଷରେ ଲୋକ ସଭା ନିର୍ବାଚନ ଲଢ଼ିଥିଲେ, ହେଲେ ପରାଜିତ ହୋଇଯାଇଥିଲେ। ଏହାପରେ ସେ ୨୦୧୩ରେ ବିଧାନସଭା ନିର୍ବାଚନରେ ସେ ଯୋଗ ଦେଇଥିଲେ, ହେଲେ ତାଙ୍କୁ ପରାଜୟର ସମ୍ମୁୁଖୀନ ହେବାକୁ ପଡ଼ିଥିଲା।
The post ନିର୍ବାଚନ ପୂର୍ବରୁ ଝଟ୍କା: ଭାଜପାରେ ସାମିଲ ହେଲେ କଂଗ୍ରେସର ବରିଷ୍ଠ ନେତା appeared first on Dharitri Odia News.