ଆଇପିଏଲ ୨୦୨୫କୁ ନେଇ ବଡ଼ ଖବର: ନିଜ ନିଜ ଦଳ ଛାଡିପାରନ୍ତି ଏହି ସବୁ ଖେଳାଳି, ମୁମ୍ବାଇ ହାତ ଛାଡିବେ…
ନୂଆଦିଲ୍ଲୀ,୨୪।୭: ଇଣ୍ଡିଆନ ପ୍ରିମିୟର ଲିଗର ପରବର୍ତ୍ତୀ ସିଜନ ବହୁତ ରୋମାଞ୍ଚକର ହେବାକୁ ଯାଉଛି । ଏଥର ଅନେକ ଖେଳାଳିଙ୍କ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ବାସ୍ତବରେ, ଏଥର ଏକ ମେଗା ନିଲାମ ଅନୁଷ୍ଠିତ ହେବ । ଏଭଳି ପରିସ୍ଥିତିରେ ସମସ୍ତ ଦଳକୁ କେବଳ ୪-୪ ଖେଳାଳି ରଖିବାକୁ ଅନୁମତି ଦିଆଯିବ, ଅବଶିଷ୍ଟ ସମସ୍ତ ଖେଳାଳିଙ୍କୁ ମୁକ୍ତ କରିବାକୁ ପଡ଼ିବ। ତଥାପି, କିଛି ଖେଳାଳି ମେଗା ନିଲାମ ପୂର୍ବରୁ ମଧ୍ୟଦଳ ପରିବର୍ତ୍ତନ କରିପାରନ୍ତି। ଏହି ସମୟରେ, ଆଇପିଏଲ ୨୦୨୫ ନିଲାମ […] The post ଆଇପିଏଲ ୨୦୨୫କୁ ନେଇ ବଡ଼ ଖବର: ନିଜ ନିଜ ଦଳ ଛାଡିପାରନ୍ତି ଏହି ସବୁ ଖେଳାଳି, ମୁମ୍ବାଇ ହାତ ଛାଡିବେ… appeared first on Dharitri Odia News.
ନୂଆଦିଲ୍ଲୀ,୨୪।୭: ଇଣ୍ଡିଆନ ପ୍ରିମିୟର ଲିଗର ପରବର୍ତ୍ତୀ ସିଜନ ବହୁତ ରୋମାଞ୍ଚକର ହେବାକୁ ଯାଉଛି । ଏଥର ଅନେକ ଖେଳାଳିଙ୍କ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ବାସ୍ତବରେ, ଏଥର ଏକ ମେଗା ନିଲାମ ଅନୁଷ୍ଠିତ ହେବ । ଏଭଳି ପରିସ୍ଥିତିରେ ସମସ୍ତ ଦଳକୁ କେବଳ ୪-୪ ଖେଳାଳି ରଖିବାକୁ ଅନୁମତି ଦିଆଯିବ, ଅବଶିଷ୍ଟ ସମସ୍ତ ଖେଳାଳିଙ୍କୁ ମୁକ୍ତ କରିବାକୁ ପଡ଼ିବ। ତଥାପି, କିଛି ଖେଳାଳି ମେଗା ନିଲାମ ପୂର୍ବରୁ ମଧ୍ୟଦଳ ପରିବର୍ତ୍ତନ କରିପାରନ୍ତି। ଏହି ସମୟରେ, ଆଇପିଏଲ ୨୦୨୫ ନିଲାମ ପୂର୍ବରୁ ବଡ ଖବର ସାମ୍ନାକୁ ଆସିଛି।
ରିପୋର୍ଟ ଅନୁଯାୟୀ, କେ.ଏଲ ରାହୁଲ ଏବଂ ରିଷଭ ପନ୍ତ ନିଜ ନିଜ ଦଳ ଛାଡି ପାରନ୍ତି। ଏହାର ଅର୍ଥ ରାହୁଲ ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ ପନ୍ତ ଦିଲ୍ଲୀ କ୍ୟାପିଟାଲ୍ସ ଛାଡପାରନ୍ତି। ଖବର ଅଛି ଯେ କେ.ଏଲ ରାହୁଲ ଲକ୍ଷ୍ନୌ ଛାଡି ରୟଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲରୁକୁ ଯାଇପାରନ୍ତି। ରାହୁଲ ଏହା ପୂର୍ବରୁ ଆରସିବି ପାଇଁ ମଧ୍ୟ ଖେଳିଛନ୍ତି।
ଯଦି ଗଣମାଧ୍ୟମର ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଆଗାମୀ ନିଲାମ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ଏକ ବଡ଼ ଝଟକା ପାଇପାରେ। ମୁମ୍ବାଇର ତିନି ମ୍ୟାଚ ଜିତିଥିବା ଖେଳାଳି ଦଳ ଛାଡିପାରନ୍ତି। ଏଥିରେ ପୂର୍ବତନ ଅଧିନାୟକ ରୋହିତ ଶର୍ମା, ଷ୍ଟାର ଫାଷ୍ଟ ବୋଲର ଜସପ୍ରୀତ ବୁମ୍ରା ଏବଂ ଏକ ନମ୍ବର ଟି -୨୦ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଦଳ ଛାଡି ପାରନ୍ତି।
ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତ ଚେନ୍ନାଇ ସୁପର କିଙ୍ଗ୍ସରେ ଯୋଗଦେବାର ଖବର ରହିଛି। ତେବେ ଏ ପର୍ଯ୍ୟନ୍ତ ଫ୍ରାଞ୍ଚାଇଜ କିମ୍ବା ଏହି ଉଇକେଟ୍ କିପର ବ୍ୟାଟ୍ସମ୍ୟାନ ଏ ସମ୍ପର୍କରେ କିଛି କହି ନାହାଁନ୍ତି। କିନ୍ତୁ ରିପୋର୍ଟରେ କୁହାଯାଇଛି ଯେ ଚେନ୍ନାଇ ସୁପର କିଙ୍ଗ୍ସ ରିଷଭ ପନ୍ତଙ୍କୁ ସେମାନଙ୍କ ଦଳରେ ଅନ୍ତର୍ଭୁକ୍ତ କରିପାରେ। ସେହିଭଳି କେ.ଏଲ ରାହୁଲ ଆରସିବକୁ ପ୍ରତ୍ୟାବର୍ତ୍ତନ କରିପାରନ୍ତି। ଗୁଜରାଟ ଟାଇଟାନ୍ସର କୋଚ ଆଶିଷ ନେହେରା ମଧ୍ୟ ଦଳ ଛାଡି ପାରନ୍ତି ବୋଲି ଖବର ରହିଛି।
The post ଆଇପିଏଲ ୨୦୨୫କୁ ନେଇ ବଡ଼ ଖବର: ନିଜ ନିଜ ଦଳ ଛାଡିପାରନ୍ତି ଏହି ସବୁ ଖେଳାଳି, ମୁମ୍ବାଇ ହାତ ଛାଡିବେ… appeared first on Dharitri Odia News.