ପାନୀୟଜଳ ସମସ୍ୟା ଦୂରହେବା ଆଶା ଉଜ୍ଜୀବିତ
କେସିଙ୍ଗା,୩ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ୍ର ପରଲସିଙ୍ଗା ଗ୍ରାମ ପଞ୍ଚାୟତବାସୀ ପାନୀୟଜଳ ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହେଉଥିଲେ। ବାରମ୍ବାର ଆପତ୍ତି ଅଭିଯୋଗ ପରେ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି। ୩କୋଟି ୨୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କାଣ୍ଡେଲ ଦେହେରେନ ଜୋର ନିକଟରେ ପାଣିଟାଙ୍କି କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲୁରହିଛି। ଫଳରେ ସମସ୍ୟା ଦୂରହେବା ନେଇ ପଞ୍ଚାୟତବାସୀଙ୍କ ଆଶା ଉଜ୍ଜୀବିତ ହୋଇଛି। ଆର୍ଡବ୍ଲ୍ୟୁଏସ୍ଏସ୍ ବିଭାଗର ଯନ୍ତ୍ରୀ ଧର୍ମେନ୍ଦ୍ର ସେଠ ନିର୍ମାଣସ୍ଥଳରେ ପହଞ୍ଚି ପାଣିଟାଙ୍କି, ସାଇଟ ୱେଲ, […] The post ପାନୀୟଜଳ ସମସ୍ୟା ଦୂରହେବା ଆଶା ଉଜ୍ଜୀବିତ appeared first on Dharitri Odia News.
କେସିଙ୍ଗା,୩ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ୍ର ପରଲସିଙ୍ଗା ଗ୍ରାମ ପଞ୍ଚାୟତବାସୀ ପାନୀୟଜଳ ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହେଉଥିଲେ। ବାରମ୍ବାର ଆପତ୍ତି ଅଭିଯୋଗ ପରେ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି। ୩କୋଟି ୨୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କାଣ୍ଡେଲ ଦେହେରେନ ଜୋର ନିକଟରେ ପାଣିଟାଙ୍କି କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲୁରହିଛି। ଫଳରେ ସମସ୍ୟା ଦୂରହେବା ନେଇ ପଞ୍ଚାୟତବାସୀଙ୍କ ଆଶା ଉଜ୍ଜୀବିତ ହୋଇଛି। ଆର୍ଡବ୍ଲ୍ୟୁଏସ୍ଏସ୍ ବିଭାଗର ଯନ୍ତ୍ରୀ ଧର୍ମେନ୍ଦ୍ର ସେଠ ନିର୍ମାଣସ୍ଥଳରେ ପହଞ୍ଚି ପାଣିଟାଙ୍କି, ସାଇଟ ୱେଲ, ପାଇପ୍ ଲାଇନ୍ ଆଦି କାମ ତଦାରଖ କରିବା ସହ ତୁରନ୍ତ ଏହା ସାରିବା ପାଇଁ ନିୟୋଜିତ ମିସ୍ତ୍ରି, ଶ୍ରମିକଙ୍କୁ ତାଗିଦ କରିଥିଲେ। ପାଣିଟାଙ୍କିରୁ ପରଲସିଙ୍ଗା ଓ ଜୁରକାଭା ଗ୍ରାମ ଯାଏ ପ୍ରାୟ ୧୦ କି.ମି. ଦୂର ପାଇପ୍ଲାଇନ ନିର୍ମାଣ କରାଯିବ। ଏହି କାମ ଶେଷ ହେଲେ ପରଲସିଙ୍ଗା ପଞ୍ଚାୟତର ମହୁଲପଡା, ମାଝିପଡା ଓ ଜୁରକାଭା ଗ୍ରାମର ପ୍ରାୟ ୩ ହଜାର ଲୋକେ ପାନୀୟଜଳ ପାଇପାରିବେ। ଏ ନେଇ ପରଲସିଙ୍ଗା ସରପଞ୍ଚ କୃତାଞ୍ଜଳି ଗୌଡ଼ଙ୍କୁ ପଚାରିବାରୁ ଆମ ପଞ୍ଚାୟତରେ ପାନୀୟଜଳର ଘୋର ଅସୁବିଧା ହେଉଥିବା ନେଇ ରାଜ୍ୟ ସରକାର ଓ ବିଭାଗୀୟ ଅଧିକାରୀଙ୍କୁ ଆବେଦନ କରିଥିଲୁ। ଏବେ ଅର୍ଥ ମଞ୍ଜୁର ହୋଇ କାମ ଚାଲିଥିବାରୁ ପଞ୍ଚାୟତବାସୀଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଉଛି ବୋଲି ପ୍ରକାଶ କରିଥିଲେ। ଆର୍ଡବ୍ଲ୍ୟୁଏସ୍ଏସ୍ ଯନ୍ତ୍ରୀ ଧର୍ମେନ୍ଦ୍ର ସେଠଙ୍କୁ ପଚାରିବାରୁ ଲୋକଙ୍କ ସମସ୍ୟା କିପରି ଦୂରହେବ ସେଥିପାଇଁ ପାନୀୟଜଳ ବ୍ୟବସ୍ଥା କରାଯାଉଛି ବୋଲି ପ୍ରକାଶ କରିଥିଲେ।
The post ପାନୀୟଜଳ ସମସ୍ୟା ଦୂରହେବା ଆଶା ଉଜ୍ଜୀବିତ appeared first on Dharitri Odia News.