ବନ୍ଧାହେଲେ ଖଣି ଉପନିର୍ଦ୍ଦେଶକ, ଘରେ କରିଥିଲେ ଟଙ୍କାର ଖଣି
ଭୁବନେଶ୍ୱର,୩।୯: ବନ୍ଧାହେଲା ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ତାଙ୍କୁ ଗିରଫ କରାଯାଇଛି। ସୋମବାର ଚଢ଼ାଉ ହୋଇଥିଲା। ଖଣି ଉପନିର୍ଦ୍ଦେଶକଙ୍କର ୧ କୋଟି ୩୦ ଲକ୍ଷର ଏକ ଫ୍ଲାଟ ଅଛି। ୨ଟି ମାର୍କେଟ କମ୍ପଲେକ୍ସ, ୧୧ଟି ପ୍ଲଟ, ୫୩ ଲକ୍ଷର ବ୍ୟାଙ୍କ ଜମା ଠାବ ହୋଇଛି। ଭୁବନେଶ୍ବରରେ ଗୋଟିଏ ଡୁପ୍ଲେକ୍ସ ସହ ଘରୁ ମିଳିଥିଲା ୯.୮୫ ଲକ୍ଷ ଟଙ୍କା। ଏକକାଳୀନ ୮ଟି ସ୍ଥାନରେ ଭିଜିଲାନ୍ସ ଟିମ ଏହି ଚଢ଼ାଉ […] The post ବନ୍ଧାହେଲେ ଖଣି ଉପନିର୍ଦ୍ଦେଶକ, ଘରେ କରିଥିଲେ ଟଙ୍କାର ଖଣି appeared first on Dharitri Odia News.
ଭୁବନେଶ୍ୱର,୩।୯: ବନ୍ଧାହେଲା ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ତାଙ୍କୁ ଗିରଫ କରାଯାଇଛି। ସୋମବାର ଚଢ଼ାଉ ହୋଇଥିଲା। ଖଣି ଉପନିର୍ଦ୍ଦେଶକଙ୍କର ୧ କୋଟି ୩୦ ଲକ୍ଷର ଏକ ଫ୍ଲାଟ ଅଛି। ୨ଟି ମାର୍କେଟ କମ୍ପଲେକ୍ସ, ୧୧ଟି ପ୍ଲଟ, ୫୩ ଲକ୍ଷର ବ୍ୟାଙ୍କ ଜମା ଠାବ ହୋଇଛି। ଭୁବନେଶ୍ବରରେ ଗୋଟିଏ ଡୁପ୍ଲେକ୍ସ ସହ ଘରୁ ମିଳିଥିଲା ୯.୮୫ ଲକ୍ଷ ଟଙ୍କା।
ଏକକାଳୀନ ୮ଟି ସ୍ଥାନରେ ଭିଜିଲାନ୍ସ ଟିମ ଏହି ଚଢ଼ାଉ ଜାରି ରହିଥିଲା। ଚଢାଉ ବେଳେ ଖଣି ଅଫିସରଙ୍କ ଘରୁ ଟଙ୍କାର ଗନ୍ତା ଘର ମିଳିଛି। ଭୁବନେଶ୍ବର ସୁରେଖା ଅର୍ଚିଡ ଆପାର୍ଟମେଣ୍ଟ ଘରୁ ପୁଳା ପୁଳା ଟଙ୍କା ଦାମୀ ଘଣ୍ଟା, ସୁନା ଅଳଙ୍କାର ରୁପା ସାମଗ୍ରୀ ଜବତ ହୋଇଛି। ଏହି ଘରେ ଧରଣୀଧର ରହୁଥିବା ବେଳେ ଏହି ଘରର ମୂଲ୍ୟ ପାଖାପାଖି ୧ କୋଟି ୫୦ ଲକ୍ଷ ଟଙ୍କା ହେବ।
ସେହିଭଳି ସୁନ୍ଦରପଦାରେ ଦୁଇମହଲା କୋଠା ରହିଛି,ଯାହାର ମୂଲ୍ୟ ୫୫ ଲକ୍ଷ ଟଙ୍କା। କେନ୍ଦୁଝର ତେଲକୋଇରେରେ ୩ ଟି ମାର୍କେଟ କମ୍ପ୍ଲେକ୍ସ ୨ଟି ଦୁଇମହଲା ବିଶିଷ୍ଟ ଓ ଗୋଟିଏ ଏକ ମହଲା ବିଶିଷ୍ଟ ମାର୍କେଟ କମ୍ପ୍ଲେକ୍ସ ଠାବ କରିଛି ଭିଜିଲାନ୍ସ ବିଭାଗ। କେନ୍ଦୁଝର, ଅନଗୋଳ, ଭୁବନେଶ୍ବର, କଟକରେ ଏକାଧିକ ପ୍ଲଟ ମଧ୍ୟ ରହିଥିବା ଜଣା ପଡ଼ିଛି। କେବଳ ସେତିକି ନୁହେଁ ବାବୁଙ୍କର୍ ବ୍ୟାଙ୍କ ଜମା ୧୦ ଲକ୍ଷ ଟଙ୍କା ଥିବା ବେଳେ ୧୬ ଲକ୍ଷ ଟଙ୍କା ଫିକ୍ସ ଡିପୋଜିଟ ରହିଛି ।
ସବୁଠୁ ଆଶ୍ଚର୍ଯ୍ୟର କଥା ୨୦ ବର୍ଷରେ ଶୁଝିବା ପାଇଁ ଆଣିଥିବା ୧ କୋଟି ୧୩ ଲକ୍ଷ ଟଙ୍କାକୁ ମାତ୍ର ୨ ବର୍ଷରେ ଶୁଝି ଦେଇ ଭିଜିଲାନ୍ସ ଆଖିଆଗକୁ ଆସିଛନ୍ତି। ଭୁବନେଶ୍ୱର ଘରକୁ ଛାଡ଼ିଦେଲେ ତାଳଚେର ଘରୁ ମଧ୍ୟ ମିଳିଛି ପୁଳା ପୁଳା ଟଙ୍କା।
The post ବନ୍ଧାହେଲେ ଖଣି ଉପନିର୍ଦ୍ଦେଶକ, ଘରେ କରିଥିଲେ ଟଙ୍କାର ଖଣି appeared first on Dharitri Odia News.