ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି ବଦଳାଇଛି। ଯେଉଁଥିପାଇଁ ଲୋକମାନେ ବର୍ତ୍ତମାନ ପଢ଼ିବାରେ କ୍ୱଚିତ୍‌ ବହି ବ୍ୟବହାର କରୁଛନ୍ତି। ତେଣୁ ପୁସ୍ତକଗୁଡ଼ିକର ମହତ୍ତ୍ୱ ବିଷୟରେ ଲୋକଙ୍କୁ ଜଣାଇବା ଲକ୍ଷ୍ୟରେ ୟୁନେସ୍କୋ ୨୩ ଏପ୍ରିଲକୁ ବିଶ୍ୱ ପୁସ୍ତକ ଦିବସ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନେଇଛି। ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସର ଇତିହାସ: ୧୯୨୨ରେ ସର୍ଭାଣ୍ଟେସ ପ୍ରକାଶନ […] The post ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ… appeared first on Dharitri Odia News.

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି ବଦଳାଇଛି। ଯେଉଁଥିପାଇଁ ଲୋକମାନେ ବର୍ତ୍ତମାନ ପଢ଼ିବାରେ କ୍ୱଚିତ୍‌ ବହି ବ୍ୟବହାର କରୁଛନ୍ତି। ତେଣୁ ପୁସ୍ତକଗୁଡ଼ିକର ମହତ୍ତ୍ୱ ବିଷୟରେ ଲୋକଙ୍କୁ ଜଣାଇବା ଲକ୍ଷ୍ୟରେ ୟୁନେସ୍କୋ ୨୩ ଏପ୍ରିଲକୁ ବିଶ୍ୱ ପୁସ୍ତକ ଦିବସ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନେଇଛି।

ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସର ଇତିହାସ:
୧୯୨୨ରେ ସର୍ଭାଣ୍ଟେସ ପ୍ରକାଶନ ଗୃହର ନିର୍ଦ୍ଦେଶକ ଭିସେଣ୍ଟେ କ୍ଲାଭେଲଙ୍କ ଦ୍ୱାରା ବିଶ୍ୱ ପୁସ୍ତକ ଦିବସ ଆରମ୍ଭ ହୋଇଥିଲା। ମିଗୁଏଲ ଡି. ସର୍ଭାଣ୍ଟେସ୍‌ଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ସେ ଏହି ଦିନ ପାଳନ କରିବାକୁ ପଦକ୍ଷେପ ନେଇଥିଲେ। ଏହା ପରେ ୧୯୨୬ରେ ବାର୍ସିଲୋନାରେ ପ୍ରଥମ ବିଶ୍ୱ ପୁସ୍ତକ ଦିବସ ପାଳନ କରାଯାଇଥିଲା। ଅକ୍ଟୋବର ୭ରେ ମିଗୁଏଲ ଡି. ସର୍ଭାଣ୍ଟେସ୍‌ଙ୍କ ଜନ୍ମଦିନ। ଏହିଦିନ ପୁସ୍ତକ ଦିବସ ପାଳନ କରାଯାଇଥିଲା। କିନ୍ତୁ ପରେ ମିଗୁଏଲଙ୍କ ମୃତ୍ୟୁ ଅର୍ଥାତ୍‌ ଏପ୍ରିଲ ୨୩ରେ ଏହି ଦିବସ ପାଳନ କରାଯିବାକୁ ମନୋନୀତ ହୋଇଥିଲା।

ବିଶ୍ୱ ପୁସ୍ତକ ଦିବସ ପାଳନର ଲକ୍ଷ୍ୟ:
ବିଶ୍ୱ ପୁସ୍ତକ ଦିବସ ଲୋକମାନଙ୍କୁ ବହି ଏବଂ ଲେଖକମାନଙ୍କୁ ସମ୍ମାନ ଦେବା ଶିଖାଏ। ଯେଉଁମାନେ ପଢ଼ିବାକୁ ଭଲ ପାଆନ୍ତି ସେମାନଙ୍କ ପାଇଁ ଏହି ଦିନଟି ଅତ୍ୟନ୍ତ ସ୍ବତନ୍ତ୍ର।
ବିଶ୍ୱର ଲୋକମାନଙ୍କୁ ସମ୍ମାନିତ କରିବା ପାଇଁ ବିଶ୍ୱ ପୁସ୍ତକ ଦିବସ ମଧ୍ୟ ପାଳନ କରାଯାଏ। ବିଶେଷକରି ଯେଉଁମାନେ ଗଣମାଧ୍ୟମ, ଲେଖକ ଏବଂ ଏକାଡେମିକ୍‌ ପରି ପୁସ୍ତକ ଶିଳ୍ପକୁ ପ୍ରୋତ୍ସାହିତ କରିବାରେ ସହଯୋଗ କରନ୍ତି।

ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ସୁନିଶ୍ଚିତ କରେ ଯେ, ସାକ୍ଷରତାକୁ ସମସ୍ତ ରୂପରେ ପ୍ରୋତ୍ସାହନ ଦିଆଯିବା ଉଚିତ୍‌ ଏବଂ ଲୋକମାନେ ସମସ୍ତ ପ୍ରକାର ଶିକ୍ଷାଗତ ଉତ୍ସ ପାଇବା ଜରୁରୀ।

The post ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ… appeared first on Dharitri Odia News.