ରାଜଧାନୀରେ ହଠାତ୍ ବଦଳିଗଲା ପାଗ, ପ୍ରବଳ ବର୍ଷା ସାଙ୍ଗକୁ ଝଡ଼ପବନ
ନୂଆଦିଲ୍ଲୀ,୧୩ା୪: ଶନିବାର ରାଜଧାନୀ ଦିଲ୍ଲୀରେ ହଠାତ୍ ପାଗରେ ପରିବର୍ତ୍ତନ ହୋଇଛି। ଅନେକ ସ୍ଥାନରେ ପ୍ରବଳ ବର୍ଷା ସହିତ ଝଡ଼ପବନ ହୋଇଛି। ଏନ୍ସିଆର ପକ୍ଷରୁ ଅନେକ ସ୍ଥାନରେ ବଜ୍ରପାତ ସହ ମଧ୍ୟମରୁ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ଆସନ୍ତା ଦୁଇ ଘଣ୍ଟା ମଧ୍ୟରେ ମଧ୍ୟମରୁ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆଶଙ୍କା କରିଛି। VIDEO | Light rains hit parts of Delhi-NCR. Visuals from Kartavya […] The post ରାଜଧାନୀରେ ହଠାତ୍ ବଦଳିଗଲା ପାଗ, ପ୍ରବଳ ବର୍ଷା ସାଙ୍ଗକୁ ଝଡ଼ପବନ appeared first on Dharitri Odia News.
ନୂଆଦିଲ୍ଲୀ,୧୩ା୪: ଶନିବାର ରାଜଧାନୀ ଦିଲ୍ଲୀରେ ହଠାତ୍ ପାଗରେ ପରିବର୍ତ୍ତନ ହୋଇଛି। ଅନେକ ସ୍ଥାନରେ ପ୍ରବଳ ବର୍ଷା ସହିତ ଝଡ଼ପବନ ହୋଇଛି। ଏନ୍ସିଆର ପକ୍ଷରୁ ଅନେକ ସ୍ଥାନରେ ବଜ୍ରପାତ ସହ ମଧ୍ୟମରୁ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ଆସନ୍ତା ଦୁଇ ଘଣ୍ଟା ମଧ୍ୟରେ ମଧ୍ୟମରୁ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆଶଙ୍କା କରିଛି।
VIDEO | Light rains hit parts of Delhi-NCR. Visuals from Kartavya Path. pic.twitter.com/Gvkr7KlN2B
— Press Trust of India (@PTI_News) April 13, 2024
ଅନେକ ସ୍ଥାନରେ ହାଲୁକା ବର୍ଷା ସହ ବଜ୍ରପାତ ଏବଂ ୩୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସାଙ୍ଗକୁ ଦିଲ୍ଲୀ, ଏନ୍ସିଆର (ବାହାଦୂରଗଡ, ନୋଏଡା, ଗ୍ରେଟର ନୋଏଡା, ଗୁରୁଗାଓଁ) ବୋଲି ଏକ ପୋଷ୍ଟରେ ଆଇଏମ୍ଡି ଲେଖିଛି।
ସୋନିପାଟ, ରୋହତକ, ଖାରଖୋଡା, ଭିଓ୍ବାନୀ, ଚକ୍ରି ଦାଦ୍ରି, ମତ୍ତାନହେଲ୍, ଝାଜର, ଫାରୁଖନଗର, କୋସଲି, ମହେନ୍ଦ୍ରଗଡ଼, ରଓ୍ବୋରୀ, ଏବଂ ରାଜସ୍ଥାନର ଭଓ୍ବରୀ ସମେତ ହରିୟାଣାର ନିକଟବର୍ତ୍ତୀ ସହରଗୁଡ଼ିକରେ ମଧ୍ୟ ବର୍ଷା ଜାରି ରହିଛି।
The post ରାଜଧାନୀରେ ହଠାତ୍ ବଦଳିଗଲା ପାଗ, ପ୍ରବଳ ବର୍ଷା ସାଙ୍ଗକୁ ଝଡ଼ପବନ appeared first on Dharitri Odia News.