ମିଡିଆ ଟ୍ରାଏଲ୍ ବିରୋଧରେ ପ୍ରେସ୍ ଲକ୍ଷ୍ମଣରେଖା ଟାଣିବା ଜରୁରୀ: ହାଇକୋର୍ଟ
ନୂଆଦିଲ୍ଲୀ,୮ା୧୧: ସ୍ବାଧୀନ ମତବ୍ୟକ୍ତ କରିବା ଅଧିକାର ଗଣମାଧ୍ୟମର ରହିଛି, କିନ୍ତୁ ଏହି ଅଧିକାର ଆଳରେ ଗଣମାଧ୍ୟମ ଅଦାଲତର ଭୂମିକା ନିଭାଇ ପାରିବ ନାହିଁ ବୋଲି କେରଳ ହାଇକୋର୍ଟ କହିଛନ୍ତି। କୋର୍ଟ ରାୟ ପୂର୍ବରୁ ଗଣମାଧ୍ୟମ କୌଣସି ବ୍ୟକ୍ତିଙ୍କୁ ଦୋଷୀସାବ୍ୟସ୍ତ କରିପାରିବ ନାହିଁ। ମିଡିଆ ଟ୍ରାଏଲ୍ ଯୋଗୁ ବ୍ୟକ୍ତିଙ୍କ ମର୍ଯ୍ୟାଦା, ପ୍ରିଭେସି ଏବଂ ଖ୍ୟାତି ଉଲ୍ଲଂଘନ ହେବାର ବିପଦ ରହିଥିବା ହାଇକୋର୍ଟ କହିଛନ୍ତି। କୌଣସି ବିଚାରାଧୀନ ଆପରାଧିକ ମାମଲାରେ ମତାମତ ଦେବାରୁ ଗଣମାଧ୍ୟମ ଦୂରେଇ ରହୁ। ମିଡିଆ ଟ୍ରାଏଲ୍ […] The post ମିଡିଆ ଟ୍ରାଏଲ୍ ବିରୋଧରେ ପ୍ରେସ୍ ଲକ୍ଷ୍ମଣରେଖା ଟାଣିବା ଜରୁରୀ: ହାଇକୋର୍ଟ appeared first on Dharitri Odia News.
ନୂଆଦିଲ୍ଲୀ,୮ା୧୧: ସ୍ବାଧୀନ ମତବ୍ୟକ୍ତ କରିବା ଅଧିକାର ଗଣମାଧ୍ୟମର ରହିଛି, କିନ୍ତୁ ଏହି ଅଧିକାର ଆଳରେ ଗଣମାଧ୍ୟମ ଅଦାଲତର ଭୂମିକା ନିଭାଇ ପାରିବ ନାହିଁ ବୋଲି କେରଳ ହାଇକୋର୍ଟ କହିଛନ୍ତି। କୋର୍ଟ ରାୟ ପୂର୍ବରୁ ଗଣମାଧ୍ୟମ କୌଣସି ବ୍ୟକ୍ତିଙ୍କୁ ଦୋଷୀସାବ୍ୟସ୍ତ କରିପାରିବ ନାହିଁ। ମିଡିଆ ଟ୍ରାଏଲ୍ ଯୋଗୁ ବ୍ୟକ୍ତିଙ୍କ ମର୍ଯ୍ୟାଦା, ପ୍ରିଭେସି ଏବଂ ଖ୍ୟାତି ଉଲ୍ଲଂଘନ ହେବାର ବିପଦ ରହିଥିବା ହାଇକୋର୍ଟ କହିଛନ୍ତି। କୌଣସି ବିଚାରାଧୀନ ଆପରାଧିକ ମାମଲାରେ ମତାମତ ଦେବାରୁ ଗଣମାଧ୍ୟମ ଦୂରେଇ ରହୁ। ମିଡିଆ ଟ୍ରାଏଲ୍ ବିରୋଧରେ ପ୍ରେସ୍ ଲକ୍ଷ୍ମଣରେଖା ଟାଣିବା ଜରୁରୀ ବୋଲି ଉଚ୍ଚ ଅଦାଲତ କହିଛନ୍ତି।
ସମ୍ବିଧାନର ଅନୁଚ୍ଛେଦ ୧୯(୧)(ଏ) ଅନୁଯାୟୀ ମତବ୍ୟକ୍ତ ବା ଅଭିବ୍ୟକ୍ତି ସ୍ବାଧୀନତା ମୌଳିକ ଅଧିକାର। ତେବେ ଅଭିଯୁକ୍ତଙ୍କୁ ଦୋଷୀ କିମ୍ବା ନିର୍ଦ୍ଦୋଷ ଘୋଷଣା କରିବା ପାଇଁ ଏହି ସ୍ବାଧୀନତା ଗଣମାଧ୍ୟମ ପାଇଁ ଏକ ଲାଇସେନ୍ସ ପୁହେଁ ବୋଲଇ ଜଷ୍ଟିସ୍ ଏ.କେ. ଜୟଶଙ୍କରନ୍ ନମ୍ବିଆରଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ପୀଠ କହିଛନ୍ତି। ରିପୋର୍ଟିଂରେ କଟକଣା ନ ରହିଲେ, ତାହା ମତାମତକୁ ପ୍ରଭାବିତ କରିବା ସହ ଅଦାଲତଙ୍କ ରାୟ ଉପରେ ସାଧାରଣରେ ଅବିଶ୍ୱାସ ସୃଷ୍ଟି କରିବ ବୋଲି ଖଣ୍ଡପୀଠ ମତ ଦେଇଛନ୍ତି।
The post ମିଡିଆ ଟ୍ରାଏଲ୍ ବିରୋଧରେ ପ୍ରେସ୍ ଲକ୍ଷ୍ମଣରେଖା ଟାଣିବା ଜରୁରୀ: ହାଇକୋର୍ଟ appeared first on Dharitri Odia News.