ସାହିତ୍ୟ ଏକାଡେମୀର ଯୁବ ଏବଂ ଶିଶୁ ପୁରସ୍କାର ଘୋଷଣା, ଦୁଇ ଓଡ଼ିଆ ହେବେ ପୁରସ୍କୃତ

ଭୁବନେଶ୍ବର: ସମ୍ମାନଜନକ କେନ୍ଦ୍ର ସାହିତ୍ୟ ଏକାଡେମୀର ଯୁବ ଏବଂ ଶିଶୁ ସାହିତ୍ୟ ପୁରସ୍କାରରେ ପୁରସ୍କୃତ ହେବେ ଓଡ଼ିଆ ଲେଖକ ତଥା ସାହିତ୍ୟିକ ମାନସ ସାମଲ ଏବଂ ସଞ୍ଜୟ ପଣ୍ଡା। ସୂଚନା ଅନୁଯାୟୀ, ଗଳ୍ପ ସଂକଳନ ‘ଗପ କଳିକା’ ପାଇଁ ଓଡ଼ିଆ ଭାଷାର ଶିଶୁ ସାହିତ୍ୟ ପୁରସ୍କାରରେ ପୁରସ୍କୃତ ହେବେ ବିଶିଷ୍ଟ ଶିଶୁ ସାହିତ୍ୟିକ ଏବଂ ସଂପାଦକ ମାନସ ରଂଜନ ସାମଲ। ସେହିପରି ଗଳ୍ପ ସଂକଳନ ‘ହୁ ବାଇଆ’ ପାଇଁ ଯୁବ ପୁରସ୍କାର ପାଇବେ ସଂଜୟ କୁମାର ପଣ୍ଡା। ଉଲ୍ଲେଖଯୋଗ୍ୟ, ଶନିବାର ଗୁଜୁରାଟର ନର୍ମଦା ଜିଲ୍ଲାରେ ଅନୁଷ୍ଠିତ କେନ୍ଦ୍ର ସାହିତ୍ୟ ଏକାଡେମୀର କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଚଳିତ ବର୍ଷର ଶିଶୁ ସାହିତ୍ୟ ପୁରସ୍କାର ଏବଂ ଯୁବ ସାହିତ୍ୟ ପୁରସ୍କାର ଘୋଷିତ ହୋଇଛି। ଏହି ବୈଠକରେ ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ଡକ୍ଟର ଗୌରହରି ଦାସ ଉପସ୍ଥିତ ଥିଲେ। ସାହିତ୍ୟ ଏକାଡେମୀର ସଭାପତି ଡକ୍ଟର ମାଧବ କୌଶିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଚବିଶଟି ଭାଷାର ବାଲ ସାହିତ୍ୟ ଏବଂ ଯୁବ ପୁରସ୍କାର ଘୋଷଣା କରାଯାଇଛି। ଚଳିତ ଥରର ଶିଶୁ ସାହିତ୍ୟ ପୁରସ୍କାର ପାଇଁ ବିଚାରକ ଥିଲେ ତରୁଣ କୁମାର ସାହୁ, ବୀରେନ୍ଦ୍ର ମହାନ୍ତି ଏବଂ ମମତା ଦାଶ। ସେହିପରି ଯୁବ ପୁରସ୍କାରର ବିଚାରକ ଥିଲେ ଗିରିବାଳା ମହାନ୍ତି, ହିରଣ୍ମୟୀ ମିଶ୍ର ଏବଂ ନିତ୍ୟାନନ୍ଦ ସାହୁ।

ସାହିତ୍ୟ ଏକାଡେମୀର ଯୁବ ଏବଂ ଶିଶୁ ପୁରସ୍କାର ଘୋଷଣା, ଦୁଇ ଓଡ଼ିଆ ହେବେ ପୁରସ୍କୃତ

ଭୁବନେଶ୍ବର: ସମ୍ମାନଜନକ କେନ୍ଦ୍ର ସାହିତ୍ୟ ଏକାଡେମୀର ଯୁବ ଏବଂ ଶିଶୁ ସାହିତ୍ୟ ପୁରସ୍କାରରେ ପୁରସ୍କୃତ ହେବେ ଓଡ଼ିଆ ଲେଖକ ତଥା ସାହିତ୍ୟିକ ମାନସ ସାମଲ ଏବଂ ସଞ୍ଜୟ ପଣ୍ଡା। 

ସୂଚନା ଅନୁଯାୟୀ, ଗଳ୍ପ ସଂକଳନ ‘ଗପ କଳିକା’ ପାଇଁ ଓଡ଼ିଆ ଭାଷାର ଶିଶୁ ସାହିତ୍ୟ ପୁରସ୍କାରରେ ପୁରସ୍କୃତ ହେବେ ବିଶିଷ୍ଟ ଶିଶୁ ସାହିତ୍ୟିକ ଏବଂ ସଂପାଦକ ମାନସ ରଂଜନ ସାମଲ। ସେହିପରି ଗଳ୍ପ ସଂକଳନ ‘ହୁ ବାଇଆ’ ପାଇଁ ଯୁବ ପୁରସ୍କାର ପାଇବେ ସଂଜୟ କୁମାର ପଣ୍ଡା। 

ଉଲ୍ଲେଖଯୋଗ୍ୟ, ଶନିବାର ଗୁଜୁରାଟର ନର୍ମଦା ଜିଲ୍ଲାରେ ଅନୁଷ୍ଠିତ କେନ୍ଦ୍ର ସାହିତ୍ୟ ଏକାଡେମୀର କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଚଳିତ ବର୍ଷର ଶିଶୁ ସାହିତ୍ୟ ପୁରସ୍କାର ଏବଂ ଯୁବ ସାହିତ୍ୟ ପୁରସ୍କାର ଘୋଷିତ ହୋଇଛି। ଏହି ବୈଠକରେ ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ଡକ୍ଟର ଗୌରହରି ଦାସ ଉପସ୍ଥିତ ଥିଲେ। 

ସାହିତ୍ୟ ଏକାଡେମୀର ସଭାପତି ଡକ୍ଟର ମାଧବ କୌଶିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଚବିଶଟି ଭାଷାର ବାଲ ସାହିତ୍ୟ ଏବଂ ଯୁବ ପୁରସ୍କାର ଘୋଷଣା କରାଯାଇଛି। ଚଳିତ ଥରର ଶିଶୁ ସାହିତ୍ୟ ପୁରସ୍କାର ପାଇଁ ବିଚାରକ ଥିଲେ ତରୁଣ କୁମାର ସାହୁ, ବୀରେନ୍ଦ୍ର ମହାନ୍ତି ଏବଂ ମମତା ଦାଶ। ସେହିପରି ଯୁବ ପୁରସ୍କାରର ବିଚାରକ ଥିଲେ ଗିରିବାଳା ମହାନ୍ତି, ହିରଣ୍ମୟୀ ମିଶ୍ର ଏବଂ ନିତ୍ୟାନନ୍ଦ ସାହୁ।