ଜମନକିରା : ସୁଭଦ୍ରା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ବ୍ଲକ ସ୍ତରୀୟ ବିରାଟ ସମାବେଶ

ଜମନକିରା : ଜମନକିରା ବ୍ଲକ ସଦର ମହକୁମାରେ ଆଜି ସୁଭଦ୍ରା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ବ୍ଲକ ସ୍ତରୀୟ ବିରାଟ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶରେ ଆଜି ୩ ହଜାର ରୁ ଅଧିକ ମହିଳା ମାନେ ଯୋଗ ଦେଇଥିଲେ। ଏତେ ପ୍ରବଳ ମାତ୍ରାରେ ଭିଡ ହୋଇଥିବା ସତ୍ତ୍ଵେ ମହିଳା ମାନେ ଖୁସିରେ କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଡ଼ିଓ ସୁଶ୍ରୀ ରୀନା ନାଏକ ସମାବେଶର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଉପରେ […] The post ଜମନକିରା : ସୁଭଦ୍ରା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ବ୍ଲକ ସ୍ତରୀୟ ବିରାଟ ସମାବେଶ appeared first on Odisha.News.

ଜମନକିରା : ସୁଭଦ୍ରା ଯୋଜନା ଏବଂ ପ୍ରଧାନମନ୍ତ୍ରୀ  ଆବାସ ଯୋଜନା ନେଇ ବ୍ଲକ ସ୍ତରୀୟ ବିରାଟ ସମାବେଶ

ଜମନକିରା : ଜମନକିରା ବ୍ଲକ ସଦର ମହକୁମାରେ ଆଜି ସୁଭଦ୍ରା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ବ୍ଲକ ସ୍ତରୀୟ ବିରାଟ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶରେ ଆଜି ୩ ହଜାର ରୁ ଅଧିକ ମହିଳା ମାନେ ଯୋଗ ଦେଇଥିଲେ। ଏତେ ପ୍ରବଳ ମାତ୍ରାରେ ଭିଡ ହୋଇଥିବା ସତ୍ତ୍ଵେ ମହିଳା ମାନେ ଖୁସିରେ କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଡ଼ିଓ ସୁଶ୍ରୀ ରୀନା ନାଏକ ସମାବେଶର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଉପରେ ବିଶଦ ଭାବେ ବର୍ଣ୍ଣନା କରିଥିବା ସହ ସ୍ୱଚ୍ଛ ଭାରତ ମିଶନ ନେଇ ଏକ କବିତା ପାଠ କରିଥିଲେ। ଆଜି ଭାରତର ଯଶଶ୍ଵି ପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସ ଉପଲକ୍ଷେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଥିବା ହେତୁ ତାଙ୍କର ଭୂୟଶି ପ୍ରଶଂସା ବିଡ଼ିଓ ସୁଶ୍ରୀ ନାଏକ କରିଥିଲେ। ପ୍ରାରମ୍ଭରେ ନୃତ୍ୟ ପରିବେଷଣ କରିଥିବା ବେଳେ ପାଲା ଗାୟକ ମାନେ ପାଲା ମାଧ୍ୟମରେ ସରକାରଙ୍କ ସୁଭଦ୍ରା ଯୋଜନା, ପ୍ରଧାନମନ୍ତ୍ରୀ ଆବାସିକ ଯୋଜନା, ସ୍ୱଚ୍ଛ ଭାରତ ଆଦି ବିଭିନ୍ନ ଯୋଜନା ଉପରେ ଗୀତ ଓ ସଙ୍ଗୀତ ମାଧ୍ୟମରେ ବୁଝାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ନୋଡାଲ ଅଫିସର ଜିଲ୍ଲା ପଞ୍ଚାୟତ ଅଧିକାରୀ ଅନଙ୍ଗ ଭଞ୍ଜ ସାଗର, ଜମନକିରା ସରପଞ୍ଚ ଜାଜ୍ଞସିନି ନାଏକ, ଏବିଡିଓ ରବୀନ୍ଦ୍ର ରଣା, ସହକାରୀ ନିର୍ବାହୀ ଯନ୍ତ୍ରୀ ସାଳିନି ସିଂଙ୍କ ସମେତ ବ୍ଲକ ଓ ପଞ୍ଚାୟତ ସ୍ତରୀୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ଶେଷରେ ସୁଶ୍ରୀ ନାଏକ ଧନ୍ୟବାଦ ଅର୍ପଣ କରି ସମାବେଶ କୁ ସାଙ୍ଗ କରିଥିଲେ।

The post ଜମନକିରା : ସୁଭଦ୍ରା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ବ୍ଲକ ସ୍ତରୀୟ ବିରାଟ ସମାବେଶ appeared first on Odisha.News.