ଉତ୍ତରେଶ୍ୱର ମନ୍ଦିରରେ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ମହୋତ୍ସବ ଶୁଭାରମ୍ଭ
ଚୌଦ୍ୱାର: ଚୌଦ୍ୱାରରେ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ମହୋତ୍ସବ ଓ ମହାପ୍ରଭୁଙ୍କ ଚବିଶ ବେଶ କାର୍ଯ୍ୟକ୍ରମ ଆଗ୍ରାହାଟସ୍ଥିତ ପୁରାତନ ଶୈବପୀଠ ଉତ୍ତରେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଶନିବାର ଠାରୁ ଆରମ୍ଭ ହୋଇଛି। ଚୌଦ୍ୱାର ଶ୍ରୀଜଗନ୍ନାଥ ଭକ୍ତ ସାମଜ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶଂଖଧ୍ୱନୀ, ପ୍ରାର୍ଥନା, ନଗର ସଂକୀର୍ତ୍ତନ, କଳସ ଶୋଭାଯାତ୍ରା, ଶ୍ରୀ ଜୀଉଙ୍କ ମଙ୍ଗଳ ଆରତୀ ଓ ପୂଜାର୍ଚ୍ଚନା, ସୂର୍ଯ୍ୟପୂଜା, ଦେବାଦେବୀ ଅର୍ଚ୍ଚନ, ନାମ ସଂକୀର୍ତ୍ତନ ଆଦି ଅନୁଷ୍ଠିତ ହୋଇଥିଲା। ଶ୍ରୀକ୍ଷେତ୍ରରୁ ଆସିଥିବା ଆଜ୍ଞାମାଳକୁ ଶୋଭାଯାତ୍ରାରେ ଆଗ୍ରାହାଟ ଗ୍ରାମ ପରିକ୍ରମା […]

ଚୌଦ୍ୱାର: ଚୌଦ୍ୱାରରେ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ମହୋତ୍ସବ ଓ ମହାପ୍ରଭୁଙ୍କ ଚବିଶ ବେଶ କାର୍ଯ୍ୟକ୍ରମ ଆଗ୍ରାହାଟସ୍ଥିତ ପୁରାତନ ଶୈବପୀଠ ଉତ୍ତରେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଶନିବାର ଠାରୁ ଆରମ୍ଭ ହୋଇଛି। ଚୌଦ୍ୱାର ଶ୍ରୀଜଗନ୍ନାଥ ଭକ୍ତ ସାମଜ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶଂଖଧ୍ୱନୀ, ପ୍ରାର୍ଥନା, ନଗର ସଂକୀର୍ତ୍ତନ, କଳସ ଶୋଭାଯାତ୍ରା, ଶ୍ରୀ ଜୀଉଙ୍କ ମଙ୍ଗଳ ଆରତୀ ଓ ପୂଜାର୍ଚ୍ଚନା, ସୂର୍ଯ୍ୟପୂଜା, ଦେବାଦେବୀ ଅର୍ଚ୍ଚନ, ନାମ ସଂକୀର୍ତ୍ତନ ଆଦି ଅନୁଷ୍ଠିତ ହୋଇଥିଲା।
ଶ୍ରୀକ୍ଷେତ୍ରରୁ ଆସିଥିବା ଆଜ୍ଞାମାଳକୁ ଶୋଭାଯାତ୍ରାରେ ଆଗ୍ରାହାଟ ଗ୍ରାମ ପରିକ୍ରମା କରାଯାଇ ଉତ୍ସବସ୍ଥଳରେ ସ୍ଥାପନ କରାଯାଇଥିଲା। ଆୟୋଜିତ ଶାନ୍ତି ମହାଯଜ୍ଞରେ କର୍ତ୍ତାଭାବେ ପଣ୍ଡିତ ରାମାନାଥ ଆଚାର୍ଯ୍ୟ ଆହୁତି ପ୍ରଦାନ କରିଥିଲେ। ସଂଧ୍ୟାରେ ‘ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର ମହାତ୍ମ୍ୟ’ ଉପରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନ୍ତଃରାଷ୍ଟ୍ରୀୟ ଶ୍ରୀଜଗନ୍ନାଥ ମହିମା ପ୍ରଚାରକ ତଥା ଗୁରୁକୃପା ଆଶ୍ରମର ଅଧ୍ୟକ୍ଷ ସତ୍ୟାନନ୍ଦ ଦାସ ମହାରାଜ ଏହି କାର୍ଯ୍ୟକ୍ରମରେ ପ୍ରବଚକ ଭାବେ ଯୋଗଦେଇ ପ୍ରବଚନ ପ୍ରଦାନ କରିଥିଲେ। ଦୀର୍ଘ ୫ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ନିୟମିତ ପୂଜାର୍ଚ୍ଚନା ଓ ଯଜ୍ଞାନୁଷ୍ଠାନ ସହିତ ଶ୍ରୀଜଗନ୍ନାଥ ମହିମା ଉପରେ ପ୍ରବଚନ ଆନୁଷ୍ଠିତ ହେବ ବୋଲି ଆୟୋଜକମାନଙ୍କ ସୁତ୍ରରୁ ପ୍ରକାଶ।