ଖରାଦିନେ କେମିତି ନେବେ ତ୍ୱଚାର ଯତ୍ନ: ଆପଣାନ୍ତୁ ଏହି ଟିପ୍ସ
ଯଦି ଆପଣ ଖରାଦିନରେ କେଉଁଠିକି ବୁଲିବାକୁ ଯାଉଛନ୍ତି ତେବେ ସାଙ୍ଗରେ ଭଲ କ୍ଲିଞ୍ଜର,ଟୋନର,ମଶ୍ଚରାଇଜର ନେବାକୁ ଭୁଲନ୍ତୁ ନାହିଁ। ଏହାପରେ ସନ୍ସ୍କ୍ରିନ୍ ଲୋସନ୍ ବ୍ୟବହାର କରିପାରିବେ; ଯାହା ଲୋମଛିଦ୍ରକୁ ବନ୍ଦକରୁ ନ ଥିବ, ଏହା ମୁହଁକୁ ଭଲ ଲୁକ୍ ଦେବ… ନିଜ ତ୍ୱଚା ଅନୁଯାୟୀ ମୁହଁରେ ଭଲ ପ୍ରାଇମର ବ୍ୟବହାର କରିପାରନ୍ତି। ଏହାପରେ ମେକ୍ଅପ୍ ମୁହଁରେ ଭଲଭାବେ ମିଶିଯିବ। ପୁଣି ଭଲ ଶେଡ୍ର କନ୍ସିଲର ଦ୍ୱାରା ଦାଗକୁ ଲୁଚାଇପାରିବେ। ଏହାପରେ ମ୍ୟାଟ୍ ଫିନିସ୍ ଫାଉଣ୍ଡେଶନକୁ ସ୍ପଞ୍ଜ ସହାୟତାରେ ମୁହଁରେ […] The post ଖରାଦିନେ କେମିତି ନେବେ ତ୍ୱଚାର ଯତ୍ନ: ଆପଣାନ୍ତୁ ଏହି ଟିପ୍ସ appeared first on Dharitri Odia News.
ଯଦି ଆପଣ ଖରାଦିନରେ କେଉଁଠିକି ବୁଲିବାକୁ ଯାଉଛନ୍ତି ତେବେ ସାଙ୍ଗରେ ଭଲ କ୍ଲିଞ୍ଜର,ଟୋନର,ମଶ୍ଚରାଇଜର ନେବାକୁ ଭୁଲନ୍ତୁ ନାହିଁ। ଏହାପରେ ସନ୍ସ୍କ୍ରିନ୍ ଲୋସନ୍ ବ୍ୟବହାର କରିପାରିବେ; ଯାହା ଲୋମଛିଦ୍ରକୁ ବନ୍ଦକରୁ ନ ଥିବ, ଏହା ମୁହଁକୁ ଭଲ ଲୁକ୍ ଦେବ…
ନିଜ ତ୍ୱଚା ଅନୁଯାୟୀ ମୁହଁରେ ଭଲ ପ୍ରାଇମର ବ୍ୟବହାର କରିପାରନ୍ତି। ଏହାପରେ ମେକ୍ଅପ୍ ମୁହଁରେ ଭଲଭାବେ ମିଶିଯିବ। ପୁଣି ଭଲ ଶେଡ୍ର କନ୍ସିଲର ଦ୍ୱାରା ଦାଗକୁ ଲୁଚାଇପାରିବେ।
ଏହାପରେ ମ୍ୟାଟ୍ ଫିନିସ୍ ଫାଉଣ୍ଡେଶନକୁ ସ୍ପଞ୍ଜ ସହାୟତାରେ ମୁହଁରେ ଲଗାନ୍ତୁ। ଏହି ଉପାୟ ତେଲିଆ ତ୍ୱଚା ଲାଗି ବେଶ୍ ଉପଯୋଗୀ ହୋଇଥାଏ। ଏହାପରେ ମେକ୍ଅପ୍ ସେଟ୍ କରିବାକୁ ହେଲେ କିଛି ଲୁଜ୍ ପାଉଡରର ପ୍ରୟୋଗ କରିପାରନ୍ତି।
ପୁଣି ନାଚୁରାଲ କଲର ଏବଂ ବ୍ଲଶର ଲଗାନ୍ତୁ। ଆଇବ୍ରୋକୁ ସେଟ୍ କରିବାକୁ ହେଲେ ଆଇବ୍ରୋ ପେନ୍ସିଲ୍ ବ୍ୟବହାର କରିପାରନ୍ତି। ଆଖି ଲାଗି ସବୁବେଳେ ବ୍ଲାକ୍ ପେନ୍ସିଲ୍ ହିଁ ଚୟନ କରନ୍ତୁ।
ଆଇଲ୍ୟାସ୍କୁ ଦିନସାରା ସେଟ୍ ରଖିବାକୁ ଚାହୁଁଥିଲେ ଓ୍ବାଟରପ୍ରୁଫ୍ ମସ୍କରା ଲଗାଇବାକୁ ଭୁଲନ୍ତୁ ନାହିଁ।
ଯଦି ଆପଣ ଚାହଁୁଥାନ୍ତି ସବୁ ପ୍ରଡକ୍ଟ ସେପରି ରହୁ ତେବେ ଏସ୍ପିଏଫ ଯୁକ୍ତ ଫାଉଣ୍ଡେଶନର ପ୍ରୟୋଗ କରନ୍ତୁ।
ଲିପ୍ଷ୍ଟିକ୍ ଅଧିକ ସମୟ ପର୍ଯ୍ୟନ୍ତ ଓଠରେ ରଖିବାକୁ ହେଲେ ପ୍ରଥମେ ହାଲ୍କା ଫାଉଣ୍ଡେଶନ କିମ୍ବା ପାଉଡର ଲଗାଇବା ପରେ ଲିପ୍ ପେନ୍ସିଲ ବା ଲିପ୍ଷ୍ଟିକ୍ ଲଗାନ୍ତୁ।
The post ଖରାଦିନେ କେମିତି ନେବେ ତ୍ୱଚାର ଯତ୍ନ: ଆପଣାନ୍ତୁ ଏହି ଟିପ୍ସ appeared first on Dharitri Odia News.