ଭସାଣି ପାଇଁ ଆସୁଥିବା ବ୍ୟାଣ୍ଡ୍ପାର୍ଟି ଗାଡ଼ି ଓଲଟିଲା: ମ୍ୟୁଜିକାଲ ଗ୍ରୁପ୍ର ୫ ଆହତ
କାମାକ୍ଷାନଗର,୧୪ା୧୦(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଭସାଣି ଯାତ୍ରାକୁ ମ୍ୟୁଜିକ୍ ପରିବେଷଣ ପାଇଁ ଆସୁଥିବା ବେଳେ ଏକ ବ୍ୟାଣ୍ଡପାର୍ଟି ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ରବିବାର ବିଳମ୍ବିତ ରାତିରେ ଡିଭାଇଡରରେ ପିଟି ହୋଇ ଯାଜପୁର ଜିଲା ମଙ୍ଗଳପୁର ଅଞ୍ଚଳର ଶିବମ ମ୍ୟୁଜିକାଲ୍ ନାମକ ଗ୍ରୁପର ଟାଟାଏସି ଗାଡ଼ିଟି ବଡ଼ମୁକ୍ତାପଶି ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଛି। ଫଳରେ ମ୍ୟୁଜିକାଲ ଗ୍ରୁପ୍ର ୫ ଜଣ ଆହତ ଥିବାବେଳେ ସେଥିରୁ ୨ ଜଣ ଗୁରୁତର ଅଛନ୍ତି। ଡ୍ରାଇଭରଙ୍କ ଆଖି […] The post ଭସାଣି ପାଇଁ ଆସୁଥିବା ବ୍ୟାଣ୍ଡ୍ପାର୍ଟି ଗାଡ଼ି ଓଲଟିଲା: ମ୍ୟୁଜିକାଲ ଗ୍ରୁପ୍ର ୫ ଆହତ appeared first on Dharitri Odia News.
କାମାକ୍ଷାନଗର,୧୪ା୧୦(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଭସାଣି ଯାତ୍ରାକୁ ମ୍ୟୁଜିକ୍ ପରିବେଷଣ ପାଇଁ ଆସୁଥିବା ବେଳେ ଏକ ବ୍ୟାଣ୍ଡପାର୍ଟି ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ରବିବାର ବିଳମ୍ବିତ ରାତିରେ ଡିଭାଇଡରରେ ପିଟି ହୋଇ ଯାଜପୁର ଜିଲା ମଙ୍ଗଳପୁର ଅଞ୍ଚଳର ଶିବମ ମ୍ୟୁଜିକାଲ୍ ନାମକ ଗ୍ରୁପର ଟାଟାଏସି ଗାଡ଼ିଟି ବଡ଼ମୁକ୍ତାପଶି ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଛି। ଫଳରେ ମ୍ୟୁଜିକାଲ ଗ୍ରୁପ୍ର ୫ ଜଣ ଆହତ ଥିବାବେଳେ ସେଥିରୁ ୨ ଜଣ ଗୁରୁତର ଅଛନ୍ତି। ଡ୍ରାଇଭରଙ୍କ ଆଖି ଲାଗିଯିବା କାରଣରୁ ଗାଡ଼ିଟି ଡିଭାଇଡରରେ ପିଟି ହୋଇ ଓଲଟିଥିବା ଜଣାପଡିଛି। ଶିବମ ମ୍ୟୁଜିକାଲ୍ ଟିମ୍ କାମାକ୍ଷାନଗର ସହରର ରେକୁଳା ପୂଜା କମିଟି ପାଇଁ ଭସାଣି ଶୋଭାଯାତ୍ରା ନିମନ୍ତେ ଆସୁଥିବା ବେଳେ ଏହି ଅଘଟଣ ଘଟିଛି। ତେବେ ଘଟଣାସ୍ଥଳରୁ ମ୍ୟୁଜିକାଲ ଟିମ୍ର ସଦସ୍ୟମାନଙ୍କୁ ଆମ୍ବୁଲାନ୍ସ ମାଧ୍ୟମରେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି।
ମ୍ୟୁଜିକାଲ ଟିମ୍ର ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଅଞ୍ଚଳର ଏମ୍ ଭେଙ୍କଟରାଓଙ୍କ ଡାହାଣ ହାତ ଛିଡ଼ିଯାଇଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
The post ଭସାଣି ପାଇଁ ଆସୁଥିବା ବ୍ୟାଣ୍ଡ୍ପାର୍ଟି ଗାଡ଼ି ଓଲଟିଲା: ମ୍ୟୁଜିକାଲ ଗ୍ରୁପ୍ର ୫ ଆହତ appeared first on Dharitri Odia News.