ଦଳକୁ ବଳ ଯୋଗାଇବେ ହେଭିୱେଟ୍‌

ଅନୁଗୋଳ,୧୨।୫ (ଅମିତ କୁମାର ସାମଲ)ଅନୁଗୋଳ ଜିଲାର ୫ ବିଧାନସଭା ଆସନରେ ଆସନ୍ତା ୨୫ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ହାତରେ ଆଉ ମାତ୍ର ଦିନକେଇଟା ଥିବାରୁ ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସ ବିଧାୟକ ପ୍ରାର୍ଥୀମାନେ ପ୍ରଚାର କାର୍ଯ୍ୟରେ ଲାଗି ପଡ଼ିଛନ୍ତି। ସେହିପରି ଢେଙ୍କାନାଳ ଓ ସମ୍ବଲପୁର ଏମ୍‌ପି ପ୍ରାର୍ଥୀ ମଧ୍ୟ ଭୋଟ ଭିକ୍ଷା କରିବାକୁ ପଞ୍ଚାୟତ ଗସ୍ତ ଆରମ୍ଭ କରିଛନ୍ତି। ତେବେ ଦଳକୁ ବଳ ଯୋଗାଇବାକୁ ଏବଂ ଦଳୀୟ ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର […] The post ଦଳକୁ ବଳ ଯୋଗାଇବେ ହେଭିୱେଟ୍‌ appeared first on Dharitri Odia News.

ଦଳକୁ ବଳ ଯୋଗାଇବେ ହେଭିୱେଟ୍‌

ଅନୁଗୋଳ,୧୨।୫ (ଅମିତ କୁମାର ସାମଲ)ଅନୁଗୋଳ ଜିଲାର ୫ ବିଧାନସଭା ଆସନରେ ଆସନ୍ତା ୨୫ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ହାତରେ ଆଉ ମାତ୍ର ଦିନକେଇଟା ଥିବାରୁ ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସ ବିଧାୟକ ପ୍ରାର୍ଥୀମାନେ ପ୍ରଚାର କାର୍ଯ୍ୟରେ ଲାଗି ପଡ଼ିଛନ୍ତି। ସେହିପରି ଢେଙ୍କାନାଳ ଓ ସମ୍ବଲପୁର ଏମ୍‌ପି ପ୍ରାର୍ଥୀ ମଧ୍ୟ ଭୋଟ ଭିକ୍ଷା କରିବାକୁ ପଞ୍ଚାୟତ ଗସ୍ତ ଆରମ୍ଭ କରିଛନ୍ତି। ତେବେ ଦଳକୁ ବଳ ଯୋଗାଇବାକୁ ଏବଂ ଦଳୀୟ ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର କରିବାକୁ ଖୁବ୍‌ଶୀଘ୍ର ଷ୍ଟାର ପ୍ରଚାରକ ଓ ହେଭିଓ୍ବେଟ୍‌ମାନେ ଅନୁଗୋଳ ଗସ୍ତରେ ଆସିବେ। ଆସନ୍ତା ୧୩ ତାରିଖରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଓ ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଗୋଳ ଜିଲା ଗସ୍ତରେ ଆସିବାର କାର୍ଯ୍ୟସୂଚୀ ରହିଛି। ସେହିଭଳି ୧୭ ତାରିଖରେ ମଧ୍ୟ ଅନୁଗୋଳରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର କାର୍ଯ୍ୟକ୍ରମ ରହିଛି। ଭାଜପା ପ୍ରାର୍ଥୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିବାର ସମ୍ଭାବନା ରହିଛି। ଏଥିସହ ସ୍ମୃତି ଇରାନି, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖଙ୍କ ଆସିବାର କାର୍ଯ୍ୟକ୍ରମ ରହିଛି। ସେହିପରି କଂଗ୍ରେସ ମଧ୍ୟ କେନ୍ଦ୍ରର ଷ୍ଟାର ପ୍ରଚାରକଙ୍କୁ ଅନୁଗୋଳ ଆସି ପ୍ରଚାର କରିବାକୁ ନିବେଦନ କରିଥିବା ସୂଚନା ମିଳିଛି।
ଅନୁଗୋଳର ୫ଟି ନିର୍ବାଚନମଣ୍ଡଳୀ ଅନୁଗୋଳ, ତାଳଚେର, ପାଲଲହଡ଼ା, ଆଠମଲ୍ଲିକ ଓ ଛେଣ୍ଡିପଦାରେ ପ୍ରଚାରପର୍ବ ସରଗରମ୍‌ ହେଲାଣି। ପ୍ରାର୍ଥୀମାନେ ଦିନ ରାତି ଏକ୍‌ କରି ପ୍ରଚାରରେ ଲାଗି ପଡ଼ିଛନ୍ତି। କର୍ମୀମାନଙ୍କ ମଧ୍ୟରେ ମଧ୍ୟ ନାହିଁ ନ ଥିବା ଉତ୍ସାହ ଦେଖିବାକୁ ମିଳୁଛି। ଆଉ ୨ ଦିନ ପରେ ଅର୍ଥାତ୍‌ ୧୩ ତାରିଖରେ ବିଜେଡିର ଷ୍ଟାର ପ୍ରଚାରକ କାର୍ତ୍ତିକ ପାଣ୍ଡିଆନ ଅନୁଗୋଳ ଜିଲା ଗ୍ରସ୍ତରେ ଆସୁଛନ୍ତି। ସେ ପ୍ରଥମେ ପାଲଲହଡ଼ା ନିର୍ବାଚନମଣ୍ଡଳୀର ରେଙ୍ଗାଳିରେ ରୋଡ୍‌ ଶୋ କରିବା ପରେ ତାଳଚେରରେ ରୋଡ୍‌ ଶୋ କରିବେ। ପରେ ଅପରାହ୍ନରେ ଅନୁଗୋଳ ଆସି ସନ୍ଧ୍ୟାରେ ରୋଡ ଶୋ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫ ତାରିଖରେ ଛେଣ୍ଡିପଦା ନିର୍ବାଚନମଣ୍ଡଳୀରେ ସାଧାରଣ ସଭାରେ ଯୋଗଦେଇ ଭୋଟ ଭିକ୍ଷା କରିବେ। ଉକ୍ତ ଦିନ ଆଠମଲ୍ଲିକ ଯାଇ ସେଠାରେ ମଧ୍ୟ ସାଧାରଣ ସଭାରେ ଯୋଗଦେବେ। ଏହା ଜିଲାର ବିଜେଡି କର୍ମୀଙ୍କ ମଧ୍ୟରେ ଯୋସ ଭରିଦେବ। ପାଣ୍ଡିଆନ ଓ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଚୂଡ଼ାନ୍ତ ହୋଇସାରିଥିବା ବିଜେଡି ଜିଲା ସଭାପତି ମହେନ୍ଦ୍ର ବସ୍ତିଆ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଭାଜପା ପ୍ରାର୍ଥୀଙ୍କ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁଗୋଳ ଗ୍ରସ୍ତରେ ଆସିପାରନ୍ତି ବୋଲି ଭାଜପା ସଭାପତି ଦିଲେଶ୍ୱର ପ୍ରଧାନ ସୂଚନା ଦେଇଛନ୍ତି। ଏଥିସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ସ୍ମୃତି ଇରାନିଙ୍କ ଭଳି କେନ୍ଦ୍ରର ଷ୍ଟାର କ୍ୟାମ୍ପେନର ଆଠମଲ୍ଲିକ, ଛେଣ୍ଡିପଦା, ତାଳଚେର ଓ ପାଲଲହଡ଼ା ଆଦି ଅଞ୍ଚଳକୁ ଆସିବାର କାର୍ଯ୍ୟକ୍ରମ ରହିଥିବା ସେ କହିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସର କେଉଁ ନେତୃ ମଣ୍ଡଳୀ ନିର୍ବାଚନ ପ୍ରଚାରରେ ଆସିବେ ତାହା ସ୍ଥିର ହୋଇନାହିଁ। କଂଗ୍ରେସ ତାର ଷ୍ଟାର ପ୍ରଚାରକ ପଠାଇବାକୁ କେନ୍ଦ୍ର ନେତୃମଣ୍ଡଳୀକୁ କୁହାଯାଇଥିବା ଜିଲା ସଭାପତି ଅମ୍ବିକା ଭଟ୍ଟ ସୂଚନା ଦେଇଛନ୍ତି।

The post ଦଳକୁ ବଳ ଯୋଗାଇବେ ହେଭିୱେଟ୍‌ appeared first on Dharitri Odia News.