ବନ୍ଦର ବିରୋଧରେ ତେଜୁଛି ଅସନ୍ତୋଷ

ବାଲିଆପାଳ, ୪।୧୨(ଗୋପାଳ ଚନ୍ଦ୍ର ସାହୁ):ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକର ସମୁଦ୍ର ଉପକୂଳ ଚଉମୁଖଠାରେ ପ୍ରସ୍ତାବିତ ସୁବର୍ଣ୍ଣରେଖା ବନ୍ଦର ନିର୍ମାଣ ପାଇଁ ଚଳିତ ମାସ ୧୭ ତାରିଖ ହେବାକୁ ଥିବା ଜନଶୁଣାଣିରେ ବନ୍ଦରକୁ ବିରୋଧ କରି ଭିଟାମାଟିକୁ ସୁରକ୍ଷା ଦେବା ପାଇଁ ଭିଟାମାଟି ସୁରକ୍ଷା କମିଟି ପକ୍ଷରୁ ମଙ୍ଗଳବାର ଜନ ଜାଗରଣ ଅଭିଯାନ ଅନୁଷ୍ଠିତ ହୋଇଛି। ପରିବେଶବିତ୍‌ ତଥା ଗ୍ରୀନ ନୋବେଲ ପୁରସ୍କାରପ୍ରାପ୍ତ ପ୍ରଫୁଲ୍ଲ ସାମନ୍ତରା ଯୋଗଦେଇ ଜମ୍ଭୀରାଇ ପଞ୍ଚାୟତର ବାଲିବିଲ ଗ୍ରାମଠାରୁ ଏହି ଜନ ଜାଗରଣ ଅଭିଯାନ […] The post ବନ୍ଦର ବିରୋଧରେ ତେଜୁଛି ଅସନ୍ତୋଷ appeared first on Dharitri Odia News.

ବନ୍ଦର ବିରୋଧରେ ତେଜୁଛି ଅସନ୍ତୋଷ

ବାଲିଆପାଳ, ୪।୧୨(ଗୋପାଳ ଚନ୍ଦ୍ର ସାହୁ):ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକର ସମୁଦ୍ର ଉପକୂଳ ଚଉମୁଖଠାରେ ପ୍ରସ୍ତାବିତ ସୁବର୍ଣ୍ଣରେଖା ବନ୍ଦର ନିର୍ମାଣ ପାଇଁ ଚଳିତ ମାସ ୧୭ ତାରିଖ ହେବାକୁ ଥିବା ଜନଶୁଣାଣିରେ ବନ୍ଦରକୁ ବିରୋଧ କରି ଭିଟାମାଟିକୁ ସୁରକ୍ଷା ଦେବା ପାଇଁ ଭିଟାମାଟି ସୁରକ୍ଷା କମିଟି ପକ୍ଷରୁ ମଙ୍ଗଳବାର ଜନ ଜାଗରଣ ଅଭିଯାନ ଅନୁଷ୍ଠିତ ହୋଇଛି। ପରିବେଶବିତ୍‌ ତଥା ଗ୍ରୀନ ନୋବେଲ ପୁରସ୍କାରପ୍ରାପ୍ତ ପ୍ରଫୁଲ୍ଲ ସାମନ୍ତରା ଯୋଗଦେଇ ଜମ୍ଭୀରାଇ ପଞ୍ଚାୟତର ବାଲିବିଲ ଗ୍ରାମଠାରୁ ଏହି ଜନ ଜାଗରଣ ଅଭିଯାନ ଆରମ୍ଭ କରି ଚଉମୁଖ ପର୍ଯ୍ୟନ୍ତ ଯାଇଥିଲେ। ରାସ୍ତାରେ ବିଭିନ୍ନ ସ୍ଥାନରେ ଲୋକଙ୍କୁ ଭେଟି ଜଙ୍ଗଲଜମି ଆଇନ ଓ ବନ୍ଦର ହେଲେ ପରିବେଶ କିପରି ନଷ୍ଟ ହେବେ ସେ ବିଷୟରେ ଲୋକମାନଙ୍କୁ ସଚେତନ କରାଇଥିଲେ। ପରିଶେଷରେ ଚଉମୁଖ ଗ୍ରାମରେ ଭିଟାମାଟି ସୁରକ୍ଷା କମିଟିର ଆବାହକ ଅରୁଣ ଜେନାଙ୍କ ସଭାପତିତ୍ୱରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ପରିବେଶବିତ୍‌ ସାମନ୍ତରା, ସିପିଏମ ନେତା ଜୟନ୍ତ ଦାସ, ବାଲେଶ୍ୱର ସିଭିଲ ସୋସାଇଟିର ସମ୍ପାଦକ ମନୋଜ ନାୟକ, ରମା ଚୌଧୁରୀ ପ୍ରମୁଖ ଯୋଗଦେଇ ଉର୍ବର ଜମିରେ ସରକାର ବନ୍ଦର ନିର୍ମାଣ ପାଇଁ ଅନୁମତି ଦେବା ଉଚିତ ନୁହେଁ, ଯଦି ଅଗଣତାନ୍ତ୍ରିକ ଭାବରେ ବନ୍ଦର ନିର୍ମାଣ କରାଯାଏ ତା’ହେଲେ ଆଇନର ଆଶ୍ରୟ ନେଇ ବନ୍ଦରକୁ ବିରୋଧ କରାଯିବ।
ସଭାରେ ୨ଶହରୁ ଅଧିକ ଭିଟାମାଟି ସୁରକ୍ଷା କମିଟିର ସକ୍ରିୟ ସଦସ୍ୟ ଯୋଗ ଦେଇ ନିଜର ଭିଟାମାଟିକୁ ବଞ୍ଚାଇବା ପାଇଁ ବଜ୍ରଶପଥ ନେଇଥିଲେ। ଜୀବନର ଶେଷ ରକ୍ତ ବିନ୍ଦୁ ଥିବା ଯାଏ ଲଢ଼େଇ ଜାରି ରହିବ ବୋଲି ମଧ୍ୟ କହିଥିଲେ। ଶେଷରେ ତୀର୍ଥ କୁମାର ନାଗ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବାଲିଆପାଳ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ରାଜେଶ ଚୌଧୁରୀଙ୍କ ସହିତ ଭିଟାମାଟି ସୁରକ୍ଷା କମିଟିର ଅନ୍ୟ ସଦସ୍ୟମାନେ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ।

The post ବନ୍ଦର ବିରୋଧରେ ତେଜୁଛି ଅସନ୍ତୋଷ appeared first on Dharitri Odia News.