ପୁଣି ଫେରିଲେ ୨ ଗୋଠଛଡ଼ା ଦନ୍ତା

ବଣାଇଁ, ୨୨ା୧ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ରେଞ୍ଜ ଅଧୀନ ଧରଣୀଧର ସେକ୍ସନରେ ଦୀର୍ଘଦିନ ଧରି ହାତୀ ଉପଦ୍ରବ ବୃଦ୍ଧି ପାଉଛି। ହାତୀ ବହୁ ଘର ଭାଙ୍ଗିବା ସହ ବ୍ୟାପକ ଧାନ, ଚାଉଳ ଖାଇ ନଷ୍ଟ କରିବା ଏକ ନିତି ଦିନିଆ ଘଟଣା ସାଜିଛି। ବଣାଇଁ ରେଞ୍ଜର ତଳିତା, ସାନ ଗୋଗୁଆ, ଭାଙ୍ଗଡିହି, ବାଞ୍ଚିକୁସୁମ, ଜକୈକଳା, କେଲୋ, ଧରଣୀଧରପାଲି ଆଦି ଗ୍ରାମରେ ୨ଟି ଗୋଠଛଡା ହାତୀ ପଶି ଘର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ […] The post ପୁଣି ଫେରିଲେ ୨ ଗୋଠଛଡ଼ା ଦନ୍ତା appeared first on Dharitri Odia News.

ପୁଣି ଫେରିଲେ ୨ ଗୋଠଛଡ଼ା ଦନ୍ତା

ବଣାଇଁ, ୨୨ା୧ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ରେଞ୍ଜ ଅଧୀନ ଧରଣୀଧର ସେକ୍ସନରେ ଦୀର୍ଘଦିନ ଧରି ହାତୀ ଉପଦ୍ରବ ବୃଦ୍ଧି ପାଉଛି। ହାତୀ ବହୁ ଘର ଭାଙ୍ଗିବା ସହ ବ୍ୟାପକ ଧାନ, ଚାଉଳ ଖାଇ ନଷ୍ଟ କରିବା ଏକ ନିତି ଦିନିଆ ଘଟଣା ସାଜିଛି। ବଣାଇଁ ରେଞ୍ଜର ତଳିତା, ସାନ ଗୋଗୁଆ, ଭାଙ୍ଗଡିହି, ବାଞ୍ଚିକୁସୁମ, ଜକୈକଳା, କେଲୋ, ଧରଣୀଧରପାଲି ଆଦି ଗ୍ରାମରେ ୨ଟି ଗୋଠଛଡା ହାତୀ ପଶି ଘର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କରିଛନ୍ତି।

ଗତ କିଛିଦିନ ତଳେ ଏହି ୨ହାତୀ ଜକୈକଳା ଗ୍ରାମରେ ଘର ଭାଙ୍ଗିବା କାରଣକୁ ନେଇ ଗ୍ରାମବାସୀ ୨ଦିନ ରାସ୍ତା ଉପରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବନବିଭାଗ ଲୋକଙ୍କ ସହାୟତାରେ ହାତୀ ୨ଟିକୁ ଘଉଡାଇ ଦେଇଥିଲେ। ୩ ସପ୍ତାହ ନ ପୁରୁଣୁ ସୋମବାର ପୁଣି ଏହି ହାତୀ ୨ଟି ବଡପୋଷ ଗ୍ରାମର ସୁଦର୍ଶନ କିଷାନଙ୍କ ଘର ଭାଙ୍ଗି ଦେଇଥିବା ବେଳେ ଉମା କିଷାନଙ୍କ ଆଳୁ ବଗିଚାକୁ ମାଡିଦଳି ନଷ୍ଟ କରିଦେଇଛନ୍ତି। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ହାତୀ ଘଉଡାଇବା ପାଇଁ ବ୍ୟାପକ ଅର୍ଥ ବ୍ୟବସ୍ଥା ରାଜ୍ୟ ସରକାର ଯୋଗାଇ ଦେଇଥିଲେ ହେଁ କାହିଁକି ଏଥିରେ ବ୍ୟତିକ୍ରମ ଦେଖାଯାଉଛି ତାହାର ସମୀକ୍ଷା କରିବା ଆବଶ୍ୟକ ହୋଇପଡିଛି ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି। ସଭା ସମିତି କରି ହାତୀ ଉପଦ୍ରବ ସମ୍ପର୍କରେ ସମୀକ୍ଷା, ସ୍ବତନ୍ତ୍ର ସ୍କାର୍ଡ ଗଠନ, ସବୁ ବ୍ୟବସ୍ଥା ଆଜି ଫେଲ ମାରିବା କାରଣରୁ ଆଗାମୀ ଦିନରେ ଅଞ୍ଚଳବାସୀ ଯେ କୌଣସି ଅଘଟଣ ଘଟାଇ ପାରନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ଆଶଙ୍କା ପ୍ରକାଶ ପାଇଛି।

The post ପୁଣି ଫେରିଲେ ୨ ଗୋଠଛଡ଼ା ଦନ୍ତା appeared first on Dharitri Odia News.