ଜୟ ଶାହାଙ୍କ ଉତ୍ତରାଧିକାରୀ କିଏ? ସାମ୍ନାକୁ ଆସିଲା ନାଁ!

ନୂଆଦିଲ୍ଲୀ,୨୧।୧୨: ୨୦୨୪ ଡିସେମ୍ବର ୧ରେ ଜୟ ଶାହା ନୂତନ ଆଇସିସି ଚେୟାରମ୍ୟାନ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ, ସେବେଠାରୁ ବିସିସିଆଇ ସଚିବ ପଦ ଖାଲି ପଡିଛି। କିଛି ସପ୍ତାହ ପୂର୍ବରୁ ବିସିସିଆଇ ପ୍ରେସିଡେଣ୍ଟ ରୋଜର ବିନି ଦେବଜିତ୍‌ ସୌକିଆଙ୍କୁ ମଧ୍ୟବର୍ତ୍ତୀକାଳୀନ ସଚିବ ଭାବରେ ନିଯୁକ୍ତ କରିଥିଲା, କିନ୍ତୁ ଏହା ମଧ୍ୟ କୁହାଯାଇଥିଲା ଯେ ଯଥାଶୀଘ୍ର ସଚିବ ପଦରେ ସ୍ଥାୟୀ ନିଯୁକ୍ତି ପାଇଁ ଉଦ୍ୟମ କରାଯିବ। ଏହି ସମୟରେ, ଏକ ନୂତନ ଅପଡେଟ୍‌ ସାମ୍ନାକୁ ଆସିଛି। ବିସିସିଆଇର ନୂତନ […] The post ଜୟ ଶାହାଙ୍କ ଉତ୍ତରାଧିକାରୀ କିଏ? ସାମ୍ନାକୁ ଆସିଲା ନାଁ! appeared first on Dharitri Odia News.

ଜୟ ଶାହାଙ୍କ ଉତ୍ତରାଧିକାରୀ କିଏ? ସାମ୍ନାକୁ ଆସିଲା ନାଁ!

ନୂଆଦିଲ୍ଲୀ,୨୧।୧୨: ୨୦୨୪ ଡିସେମ୍ବର ୧ରେ ଜୟ ଶାହା ନୂତନ ଆଇସିସି ଚେୟାରମ୍ୟାନ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ, ସେବେଠାରୁ ବିସିସିଆଇ ସଚିବ ପଦ ଖାଲି ପଡିଛି। କିଛି ସପ୍ତାହ ପୂର୍ବରୁ ବିସିସିଆଇ ପ୍ରେସିଡେଣ୍ଟ ରୋଜର ବିନି ଦେବଜିତ୍‌ ସୌକିଆଙ୍କୁ ମଧ୍ୟବର୍ତ୍ତୀକାଳୀନ ସଚିବ ଭାବରେ ନିଯୁକ୍ତ କରିଥିଲା, କିନ୍ତୁ ଏହା ମଧ୍ୟ କୁହାଯାଇଥିଲା ଯେ ଯଥାଶୀଘ୍ର ସଚିବ ପଦରେ ସ୍ଥାୟୀ ନିଯୁକ୍ତି ପାଇଁ ଉଦ୍ୟମ କରାଯିବ। ଏହି ସମୟରେ, ଏକ ନୂତନ ଅପଡେଟ୍‌ ସାମ୍ନାକୁ ଆସିଛି। ବିସିସିଆଇର ନୂତନ ସଚିବ ତଥା କୋଷାଧ୍ୟକ୍ଷ ପଦରେ ନିଯୁକ୍ତ କରିବାକୁ ବୋର୍ଡ ଜାନୁଆରୀ ୧୨ରେ ଏକ ସ୍ବତନ୍ତ୍ର ବୈଠକ ଡାକିବ।

ବିସିସିଆଇ ସମ୍ବିଧାନରେ କୁହାଯାଇଛି ଯେ ୪୫ ଦିନ ମଧ୍ୟରେ କୌଣସି ଖାଲି ପଦବୀରେ ନୂତନ ନିଯୁକ୍ତି ହେବା ବାଧ୍ୟତାମୂଳକ ଅଟେ। ପିଟିଆଇ ଉଦ୍ଦେଶ୍ୟରେ ଏକ ରାଜ୍ୟ କ୍ରିକେଟ ସଂଘ କହିଛି ଯେ, ଗୁରୁବାର ଅନୁଷ୍ଠିତ ପରିଷଦ ବୈଠକ ପରେ ଏକ ସ୍ବତନ୍ତ୍ର ସାଧାରଣ ବୈଠକ ସମ୍ପର୍କରେ ସମସ୍ତ ରାଜ୍ୟ କ୍ରିକେଟ ଆସୋସିଏଶନକୁ ଏକ ବାର୍ତ୍ତା ପଠାଯାଇଛି। ଜାନୁଆରୀ ୧୨ରେ ବିସିସିଆଇ ମୁଖ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହେବ।କହୁରଖୁଛୁ ଯେ ଜୟ ଶାହାଙ୍କ ସହ ଆଶିଷ ଶେଲାର କୋଷାଧ୍ୟକ୍ଷ ପଦ ଛାଡିଦେଇଥିଲେ, ଯିଏକି ନିକଟରେ ଗଠିତ ନୂତନ ମହାରାଷ୍ଟ୍ର ସରକାରରେ କ୍ୟାବିନେଟ ମନ୍ତ୍ରୀ ପଦ ପାଇଛନ୍ତି।

The post ଜୟ ଶାହାଙ୍କ ଉତ୍ତରାଧିକାରୀ କିଏ? ସାମ୍ନାକୁ ଆସିଲା ନାଁ! appeared first on Dharitri Odia News.