ମାଛ ଖାଇଦେବାରୁ ରୋଷେୟାଙ୍କୁ ହତ୍ୟା

ଭୁବନେଶ୍ୱର,୩୧ା୧୦: ସୂର୍ଯ୍ୟକାନ୍ତ ବେହେରା): ମାଛ ଖାଇଦେବାରୁ ଜଣେ ରୋଷେୟାଙ୍କୁ ପନିକିରେ ହାଣି ହତ୍ୟା କରାଯାଇଛି। ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଡମାଣା ଛକ ପାଖରେ ଥିବା ଏକ ହୋଟେଲରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ଗଞ୍ଜାମ ସୋରଡ଼ା ଅଞ୍ଚଳର ପୀତାମ୍ବର ଜେନା(୬୫)। ଉକ୍ତ ହୋଟେଲର ଅନ୍ୟ ଜଣେ କର୍ମଚାରୀ ଏହି ହତ୍ୟାକାଣ୍ଡ ଭିଆଇଥିବା ଜଣାପଡିଛି। ଚନ୍ଦ୍ରଶେଖରପୁର ପୋଲିସ ଏକ ହତ୍ୟା ମାମଲା ରୁଜୁକରି ଅଭିଯୁକ୍ତ କର୍ମଚାରୀ ଢେଙ୍କାନାଳର ବିନୋଦ ସାହୁଙ୍କୁ ଅଟକ ରଖି […] The post ମାଛ ଖାଇଦେବାରୁ ରୋଷେୟାଙ୍କୁ ହତ୍ୟା appeared first on Dharitri Odia News.

ମାଛ ଖାଇଦେବାରୁ ରୋଷେୟାଙ୍କୁ ହତ୍ୟା

ଭୁବନେଶ୍ୱର,୩୧ା୧୦: ସୂର୍ଯ୍ୟକାନ୍ତ ବେହେରା): ମାଛ ଖାଇଦେବାରୁ ଜଣେ ରୋଷେୟାଙ୍କୁ ପନିକିରେ ହାଣି ହତ୍ୟା କରାଯାଇଛି। ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଡମାଣା ଛକ ପାଖରେ ଥିବା ଏକ ହୋଟେଲରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ଗଞ୍ଜାମ ସୋରଡ଼ା ଅଞ୍ଚଳର ପୀତାମ୍ବର ଜେନା(୬୫)। ଉକ୍ତ ହୋଟେଲର ଅନ୍ୟ ଜଣେ କର୍ମଚାରୀ ଏହି ହତ୍ୟାକାଣ୍ଡ ଭିଆଇଥିବା ଜଣାପଡିଛି। ଚନ୍ଦ୍ରଶେଖରପୁର ପୋଲିସ ଏକ ହତ୍ୟା ମାମଲା ରୁଜୁକରି ଅଭିଯୁକ୍ତ କର୍ମଚାରୀ ଢେଙ୍କାନାଳର ବିନୋଦ ସାହୁଙ୍କୁ ଅଟକ ରଖି ଘଟଣାର ଅଧିକ ତଦନ୍ତ ଚଳାଇଛି। ଅନ୍ୟପଟେ କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ ପରେ ପୋଲିସ ପୀତାମ୍ବରଙ୍କ ମୃତଦେହକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ସୂଚନାନୁସାରେ, ଡମଣା ଛକରେ ଥିବା ହୋଟେଲ ତାରାଦେଈରେ ପୀତାମ୍ବର ରୋଷେୟା ଭାବେ କାମ କରୁଥିଲେ। ଉକ୍ତ ହୋଟେଲରେ ବିନୋଦ ମଧ୍ୟ କର୍ମଚାରୀ ଥିଲେ। ମଙ୍ଗଳବାର ରାତିରେ ପୀତାମ୍ବର ହୋଟେଲରେ ଥିବା ମାଛ ଖାଇଦେଇଥିଲେ। ବିନୋଦ ଅନ୍ୟ କର୍ମଚାରୀଙ୍କଠାରୁ ଏହା ଜାଣିବା ପରେ ପୀତାମ୍ବରଙ୍କୁ ପାଟି କରିଥିଲେ, ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଉପସ୍ଥିତ ଅନ୍ୟ କର୍ମଚାରୀଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ହେଲେ ବିନୋଦ ଉତ୍ତେଜିତ ଅବସ୍ଥାରେ ରହିଥିଲେ। ମୋତେ ଲୁଚାଇ ମାଛ ଯେମିତି ଖାଇଛୁ, ତୋତେ ସେମିତି ରାତିରେ ବଳି ପକାଇଦେବି ବୋଲି ପୀତାମ୍ବରଙ୍କୁ ଚେତାବନୀ ଦେଇଥିଲେ ବିନୋଦ। ଆଉ ସତକୁ ସତ ବିଳମ୍ବିତ ରାତିରେ ପୀତାମ୍ବର ଶୋଇଥିବାବେଳେ ଅଭିଯୁକ୍ତ ବିନୋଦ ଏକ ପନିକି ଆଣି ତାଙ୍କ ପେଟକୁ ହାଣି ପକାଇଥିଲେ। ପୀତାମ୍ବରଙ୍କ ଚିତ୍କାର ଶୁଣି ଅନ୍ୟ କର୍ମଚାରୀ ଉଠିବା ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ବାବେଳକୁ ତାଙ୍କର ମୃତ୍ୟୁ ଘଟିସାରିଥିଲା। ବୁଧବାର ସକାଳେ ସାଇଣ୍ଟିଫିକ ଟିମ୍‌ ସହାୟତରେ ମୃତଦେହ ଜବତକରି କ୍ୟାପିଟାଲ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏହି ଘଟଣାରେ ବିନୋଦଙ୍କ ବ୍ୟତୀତ ଆଉ କାହାର ସମ୍ପୃକ୍ତି ରହିଛି କି ନାହିଁ ସେନେଇ ପୋଲିସ ହୋଟେଲର ସମସ୍ତ କର୍ମଚାରୀ ଓ ମାଲିକଙ୍କୁ ପଚରାଉଚରାକରି ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ଦେଇଛି।

The post ମାଛ ଖାଇଦେବାରୁ ରୋଷେୟାଙ୍କୁ ହତ୍ୟା appeared first on Dharitri Odia News.