ଓଟିଡିସି ଅଧ୍ୟକ୍ଷ ଲେନିନ୍ ମହାନ୍ତି ଇସ୍ତଫା ଦେଲେ
ଭୁବନେଶ୍ୱର,୮।୬(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି)ର ଅଧ୍ୟକ୍ଷ ଲେନିନ୍ ମହାନ୍ତି ତାଙ୍କ ପଦବୀରୁ ଶୁକ୍ରବାର ଇସ୍ତଫା ଦେଇଛନ୍ତି। ସେ ୨୦୨୨ରେ ଅଧ୍ୟକ୍ଷ ପଦରେ ଅବସ୍ଥାପିତ ହୋଇଥିଲେ। ଏଥିସହ ମହାନ୍ତି ବିଜୁ ଜନତା ଦଳର ମୁଖପାତ୍ର ଅଛନ୍ତି। ଗତ ୪ ତାରିଖରେ ରାଜ୍ୟରେ ସରକାର ପରିବର୍ତ୍ତନ ହେବା ପରେ ସେ ଓଟିଡିସି ଅଧ୍ୟକ୍ଷ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। ଏ ନେଇ ମହାନ୍ତି କହିଛନ୍ତି, ସରକାର ପରିବର୍ତ୍ତନ ହେବା ଏକ ସ୍ବାଭାବିକ ପ୍ରକ୍ରିୟା। ପର୍ଯ୍ୟଟନ କ୍ଷେତ୍ରରେ ଏକ […] The post ଓଟିଡିସି ଅଧ୍ୟକ୍ଷ ଲେନିନ୍ ମହାନ୍ତି ଇସ୍ତଫା ଦେଲେ appeared first on Dharitri Odia News.
ଭୁବନେଶ୍ୱର,୮।୬(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି)ର ଅଧ୍ୟକ୍ଷ ଲେନିନ୍ ମହାନ୍ତି ତାଙ୍କ ପଦବୀରୁ ଶୁକ୍ରବାର ଇସ୍ତଫା ଦେଇଛନ୍ତି। ସେ ୨୦୨୨ରେ ଅଧ୍ୟକ୍ଷ ପଦରେ ଅବସ୍ଥାପିତ ହୋଇଥିଲେ। ଏଥିସହ ମହାନ୍ତି ବିଜୁ ଜନତା ଦଳର ମୁଖପାତ୍ର ଅଛନ୍ତି। ଗତ ୪ ତାରିଖରେ ରାଜ୍ୟରେ ସରକାର ପରିବର୍ତ୍ତନ ହେବା ପରେ ସେ ଓଟିଡିସି ଅଧ୍ୟକ୍ଷ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। ଏ ନେଇ ମହାନ୍ତି କହିଛନ୍ତି, ସରକାର ପରିବର୍ତ୍ତନ ହେବା ଏକ ସ୍ବାଭାବିକ ପ୍ରକ୍ରିୟା। ପର୍ଯ୍ୟଟନ କ୍ଷେତ୍ରରେ ଏକ ରୂପାନ୍ତରୀକରଣ ହେବା ଆମେ ସମସ୍ତେ ଦେଖିଛୁ। ସମସ୍ତଙ୍କ ସହଯୋଗରେ ୪୦ବର୍ଷର ପେଣ୍ଡିଙ୍ଗ କାମକୁ ମୋ କାର୍ଯ୍ୟକାଳ ମଧ୍ୟରେ ଶେଷ କରିବାକୁ ଆମେ ସମସ୍ତେ ଚେଷ୍ଟା କରିଛୁ। ପଦବୀରୁ ଇସ୍ତଫା ଦେଲେ ମଧ୍ୟ ଓଡ଼ିଶା ଲୋକଙ୍କ ପାଇଁ ମୋ ନେତା ନବୀନ ପଟ୍ଟନାୟକଙ୍କ ସହ ରହି ଆଗାମୀ ଦିନରେ କାମ କରିବେ ବୋଲି ଲେନିନ୍ କହିଛନ୍ତି।
The post ଓଟିଡିସି ଅଧ୍ୟକ୍ଷ ଲେନିନ୍ ମହାନ୍ତି ଇସ୍ତଫା ଦେଲେ appeared first on Dharitri Odia News.