ଜଣେ ମହିଳା ହେବେ କି ଦିଲ୍ଲୀର ମୁଖ୍ୟମନ୍ତ୍ରୀ, ଚର୍ଚ୍ଚାରେ…ଜାତୀୟ ରାଜନୀତିରେ ହଲଚଲ

ନୂଆଦିଲ୍ଲୀ,୧୫।୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ରବିବାର ଏକ ବଡ଼ ଘୋଷଣା କରିଛନ୍ତି। ଦୁଇ ଦିନ ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏଥିସହ ଦିଲ୍ଲୀରେ ଶୀଘ୍ର ନିର୍ବାଚନ କରିବାକୁ ଦାବି କରିଛନ୍ତି। ତେବେ ତାଙ୍କ ଘୋଷଣା ପରେ ସିଏମ ପଦର ଦାୟିତ୍ୱ କିଏ ନେବ ସେନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଏହି ଦୌଡ଼ରେ କେଜରିଓ୍ବାଲ ଜଣେ ମହିଳାଙ୍କ ଏଥିପାଇଁ ଗୁରୁ ଦାୟିତ୍ୱ ଦେଇପାରନ୍ତି ବୋଲି କୁହାଯାଉଛି। ଏହି ଚର୍ଚ୍ଚା ମଧ୍ୟରେ […] The post ଜଣେ ମହିଳା ହେବେ କି ଦିଲ୍ଲୀର ମୁଖ୍ୟମନ୍ତ୍ରୀ, ଚର୍ଚ୍ଚାରେ…ଜାତୀୟ ରାଜନୀତିରେ ହଲଚଲ appeared first on Dharitri Odia News.

ଜଣେ ମହିଳା ହେବେ କି ଦିଲ୍ଲୀର ମୁଖ୍ୟମନ୍ତ୍ରୀ, ଚର୍ଚ୍ଚାରେ…ଜାତୀୟ ରାଜନୀତିରେ ହଲଚଲ

ନୂଆଦିଲ୍ଲୀ,୧୫।୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ରବିବାର ଏକ ବଡ଼ ଘୋଷଣା କରିଛନ୍ତି। ଦୁଇ ଦିନ ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏଥିସହ ଦିଲ୍ଲୀରେ ଶୀଘ୍ର ନିର୍ବାଚନ କରିବାକୁ ଦାବି କରିଛନ୍ତି। ତେବେ ତାଙ୍କ ଘୋଷଣା ପରେ ସିଏମ ପଦର ଦାୟିତ୍ୱ କିଏ ନେବ ସେନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଏହି ଦୌଡ଼ରେ କେଜରିଓ୍ବାଲ ଜଣେ ମହିଳାଙ୍କ ଏଥିପାଇଁ ଗୁରୁ ଦାୟିତ୍ୱ ଦେଇପାରନ୍ତି ବୋଲି କୁହାଯାଉଛି।

ଏହି ଚର୍ଚ୍ଚା ମଧ୍ୟରେ ଆଗରେ ଅଛନ୍ତି ଆତିଶୀ ମାରଲେନା। ବର୍ତ୍ତମାନ ସେ ଆମ ଆଦମୀ ପାର୍ଟି ସରକାରରେ ମନ୍ତ୍ରୀ ଅଛନ୍ତି। ସେ ଶିକ୍ଷା ବିଭାଗର ଦାୟିତ୍ୱରେ ଅଛନ୍ତି। ଯେତେବେଳେ କେଜରିୱାଲ ଏବଂ ମନୀଷ ସିସୋଡିଆଙ୍କ ପରି ଭେଟେରାନ ନେତାମାନେ ଜେଲରେ ଥିଲେ, ଆତିଶୀ ଦଳର ମଙ୍ଗ ଧରିଥିଲେ। ସେ ପ୍ରତ୍ୟେକ ପ୍ଲାଟଫର୍ମରେ କେଜରିୱାଲଙ୍କ ସ୍ତ୍ରୀଙ୍କ ପାଖରେ ମଧ୍ୟ ଠିଆ ହୋଇଥିଲେ। ସେ ସେହି ନେତାମାନଙ୍କ ମଧ୍ୟରୁ ଜଣେ, ଯାହା ଉପରେ କେଜ୍ରିୱାଲ ଅଧିକ ବିଶ୍ୱାସ କରନ୍ତି।

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଘୋଷଣା କରିବାବେଳେ କେଜରିୱାଲ ଏହା ମଧ୍ୟ କହିଛନ୍ତି ଯେ, ମୋ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଛି। ତେବେ ଏଭଳି ପରିସ୍ଥିତିରେ ଆତିଶୀ ସିଏମ ପଦର ଦାୟିତ୍ୱ ଦେଇପାରନ୍ତି ବୋଲି ଅଧିକ ସମ୍ଭାବନା ରହିଛି। ଯଦି ଆତିଶୀଙ୍କୁ ନ କରି ସିସୋଡିଆଙ୍କୁ କରନ୍ତି ତେବେ ଭାଜପା କେଜରିୱାଲଙ୍କୁ ଆକ୍ରମଣ କରିବାର ସୁଯୋଗ ପାଇବ।

କେଜରିୱାଲ ଜେଲରୁ ଆସି ହଠାତ୍‌ ଇସ୍ତଫା ଦେଇଥିଲେ, ଏହା କେବେ ସଙ୍ଗେସଙ୍ଗେ ହୋଇପାରିବ ନାହିଁ। ରାଜନୈତିକ ବିଶେଷଜ୍ଞମାନେ କହିଛନ୍ତି ଯେ, କେଜରିୱାଲ ଏକ ସୁଚିନ୍ତିତ ରଣନୀତି ପ୍ରସ୍ତୁତ କରିଛନ୍ତି। ଭାବପ୍ରବଣ ରାଜନୈତିକ ଆଭିମୁଖ୍ୟ ସୃଷ୍ଟି କରି ଜନତାଙ୍କ ମନ ଜିତିବାକୁ ଚାହୁଁଛନ୍ତି।

କେଜରିୱାଲ ସରକାରରେ ଆତିଶୀଙ୍କ ପାଖରେ ୧୪ଟି ବିଭାଗର ଦାୟିତ୍ୱ ଅଛି, ଯାହାକି ବର୍ତ୍ତମାନ ଦିଲ୍ଲୀ ସରକାରରେ କୌଣସି ମନ୍ତ୍ରୀଙ୍କ ପାଖରେ ନାହିଁ। ଆତିଶୀଙ୍କ ପାଖରେ ଅର୍ଥ, ଶିକ୍ଷା ଏବଂ ଜନସମ୍ପର୍କ ବିଭାଗ ଭଳି ପ୍ରମୁଖ ମନ୍ତ୍ରଣାଳୟ ରହିଛି। ଏହା ଦର୍ଶାଏ ଯେ କେଜରିୱାଲଙ୍କ ନେତୃତ୍ୱାଧୀନ ସରକାରରେ ସେ କେତେ ବଡ଼ ଭୂମିକାରେ ଅଛନ୍ତି।

The post ଜଣେ ମହିଳା ହେବେ କି ଦିଲ୍ଲୀର ମୁଖ୍ୟମନ୍ତ୍ରୀ, ଚର୍ଚ୍ଚାରେ…ଜାତୀୟ ରାଜନୀତିରେ ହଲଚଲ appeared first on Dharitri Odia News.