ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ଦାବି

ଭବାନୀପାଟଣା,୨୫ା୧୨(ଉତ୍ତମ କୁମାର ଦାଶ): ରାଜ୍ୟ ସଭାରେ ବାବା ସାହେବ ଡ଼. ଆମ୍ବେଡ଼କରଙ୍କ ପ୍ରତି କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦୃଢ଼ ନିନ୍ଦା କରିଛି କରିଛି କଂଗ୍ରେସ। ଏହାର ପ୍ରତିବାଦରେ ଭବାନୀପାଟଣାରେ ଦଳ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା କରାଯାଇଛି। ଜିଲା କଂଗ୍ରେସ ସଭାପତି ଭାରତ ଭୂଷଣ ବେମାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ ଓ ଭବାନୀପାଟଣା ବିଧାୟକ ସାଗର ଚରଣ ଦାସ ନେତୃତ୍ୱ ନେଇଥିଲେ। ଶୋଭାଯାତ୍ରା […] The post ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ଦାବି appeared first on Dharitri Odia News.

ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ଦାବି

ଭବାନୀପାଟଣା,୨୫ା୧୨(ଉତ୍ତମ କୁମାର ଦାଶ): ରାଜ୍ୟ ସଭାରେ ବାବା ସାହେବ ଡ଼. ଆମ୍ବେଡ଼କରଙ୍କ ପ୍ରତି କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦୃଢ଼ ନିନ୍ଦା କରିଛି କରିଛି କଂଗ୍ରେସ। ଏହାର ପ୍ରତିବାଦରେ ଭବାନୀପାଟଣାରେ ଦଳ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା କରାଯାଇଛି। ଜିଲା କଂଗ୍ରେସ ସଭାପତି ଭାରତ ଭୂଷଣ ବେମାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ ଓ ଭବାନୀପାଟଣା ବିଧାୟକ ସାଗର ଚରଣ ଦାସ ନେତୃତ୍ୱ ନେଇଥିଲେ। ଶୋଭାଯାତ୍ରା ସ୍ଥାନୀୟ ରେଳ ଷ୍ଟେଶନ ନିକଟ ବାବା ସାହେବ ଡ଼. ଆମ୍ବେଡ଼କରଙ୍କ ପ୍ରତିମୂର୍ତ୍ତିଠାରୁ ସହର ପରିକ୍ରମା କରି ଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ହୋଇଥିଲା। ପରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲ। ଏଥିରେ ସ୍ବରାଷ୍ଟ୍ରମନ୍ତ୍ରୀ ଶାହା ବାବା ସାହେବଙ୍କୁ ଅପମାନିତ କରିଥିବାରୁ କ୍ଷମା ପାର୍ଥନା କରନ୍ତୁ ନଚେତ ମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ। ଯଦି ସେ ଇସ୍ତଫା ନ ଦେଲେ କଂଗ୍ରେସ ପକ୍ଷରୁ ବିରାଟ ଜନଆନ୍ଦୋଳନ କରାଯିବ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଏହି ସମୟରେ ଜିଲା ଉପସଭାପତି ଉଚ୍ଛବ ସାହୁ, ଇନ୍ଦ୍ରଜିତ ମହାକୁଡ, ଦ୍ରୌପଦୀ ମାଝୀ, ସୁବାସ ଚନ୍ଦ୍ର ପ୍ରଧାନ, ଜଳନ୍ଧର ନାୟକ, ପ୍ରେମଲାଲ ସାଗର, ରାମ ଜୈନ, ସରୋଜ ବାଗ, ରାହସ ସାହୁ, ସଚିନ ନାୟକଙ୍କ ସମେତ ଶତାଧିକ କଂଗ୍ରେସ କର୍ମକର୍ତ୍ତା ଯୋଗଦେଇଥିଲେ।

The post ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ଦାବି appeared first on Dharitri Odia News.