ତନିସ୍କର ଶତ ପ୍ରତିଶତ ଗୋଲ୍ଡ ଏକ୍ସଚେଞ୍ଜ ପ୍ରୋଗ୍ରାମ
ଭୁବନେଶ୍ୱର,୮।୬: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ଜାତୀୟସ୍ତରର ଗହଣା ରିଟେଲ ବ୍ରାଣ୍ଡ୍ ‘ତନିସ୍କ’ର ବହୁ ପ୍ରତୀକ୍ଷିତ ଅଫର ‘ଗୋଲ୍ଡ ଏକ୍ସଚେଞ୍ଜ ପ୍ରୋଗ୍ରାମ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ସୁନାର ବର୍ଦ୍ଧିତ ଦର ମଧ୍ୟରେ ଗହଣା ରିଟେଲ ବ୍ରାଣ୍ଡ୍ ତନିସ୍କ ଶତ ପ୍ରତିଶତ ଗୋଲ୍ଡ ଏକ୍ସଚେଞ୍ଜ ପ୍ରୋଗ୍ରାମ ଆରମ୍ଭ କରିଛି। ଅସ୍ଥିର ସୁନା ଦର ମଧ୍ୟରେ ଗ୍ରାହକଙ୍କ ପରିବର୍ଦ୍ଧିତ ଆବଶ୍ୟକତା ପୂରଣ କରିବା ଏହି ଅଫରର ମୂଳ ଉଦ୍ଦେଶ୍ୟ ବୋଲି ତନିସ୍କ ପକ୍ଷରୁ କୁହାଯାଇଛି। ସେହିଭଳି […] The post ତନିସ୍କର ଶତ ପ୍ରତିଶତ ଗୋଲ୍ଡ ଏକ୍ସଚେଞ୍ଜ ପ୍ରୋଗ୍ରାମ appeared first on Dharitri Odia News.
ଭୁବନେଶ୍ୱର,୮।୬: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ଜାତୀୟସ୍ତରର ଗହଣା ରିଟେଲ ବ୍ରାଣ୍ଡ୍ ‘ତନିସ୍କ’ର ବହୁ ପ୍ରତୀକ୍ଷିତ ଅଫର ‘ଗୋଲ୍ଡ ଏକ୍ସଚେଞ୍ଜ ପ୍ରୋଗ୍ରାମ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ସୁନାର ବର୍ଦ୍ଧିତ ଦର ମଧ୍ୟରେ ଗହଣା ରିଟେଲ ବ୍ରାଣ୍ଡ୍ ତନିସ୍କ ଶତ ପ୍ରତିଶତ ଗୋଲ୍ଡ ଏକ୍ସଚେଞ୍ଜ ପ୍ରୋଗ୍ରାମ ଆରମ୍ଭ କରିଛି। ଅସ୍ଥିର ସୁନା ଦର ମଧ୍ୟରେ ଗ୍ରାହକଙ୍କ ପରିବର୍ଦ୍ଧିତ ଆବଶ୍ୟକତା ପୂରଣ କରିବା ଏହି ଅଫରର ମୂଳ ଉଦ୍ଦେଶ୍ୟ ବୋଲି ତନିସ୍କ ପକ୍ଷରୁ କୁହାଯାଇଛି। ସେହିଭଳି ଜିରୋ ଡିଡକ୍ସନ ଜରିଆରେ ଗ୍ରାହକଙ୍କୁ ସର୍ବୋତ୍ତମ ମୂଲ୍ୟ ପ୍ରଦାନ କରିବା ଏହାର ଲକ୍ଷ୍ୟ ହୋଇଥିବାବେଳେ ଏହି ଏକ୍ସଚେଞ୍ଜ ପ୍ରୋଗ୍ରାମ ଗ୍ରାହକଙ୍କୁ ସେମାନଙ୍କ ପୁରୁଣା ସୁନାକୁ ବଦଳାଇ ତନିସ୍କର ଅତ୍ୟାଧୁନିକ ତଥା ନୂଆ ଡିଜାଇନ ସହ ଅପ୍ଗ୍ରେଡ୍ ହେବାର ସୁଯୋଗ ପ୍ରଦାନ କରୁଛି। ଏହି ପରିପ୍ରେକ୍ଷୀରେ ତନିସ୍କର ଭୁବନେଶ୍ୱର ଆଉଟ୍ଲେଟ ତନିସ୍କ ଚନ୍ଦ୍ରଶେଖରପୁର ପକ୍ଷରୁ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏଥିରେ ତନିସ୍କ (ଟାଟା)ର ଏଏସ୍ଏମ୍ ଆର୍ଯ୍ୟନ୍ଦେୁ ବୁନ୍ଦେଲ,ବୁଦ୍ଧାଦିତ୍ୟ ଭୌମିକଙ୍କ ସମେତ ବିଏ ମାଣିକ ହଂସ, ଅକ୍ଷୟ ହଂସ ଏବଂ ବିବେକ ହଂସ ପ୍ରମୁଖ ଯୋଗଦେଇ ସମ୍ମିଳନୀର ଆଭିମୁଖ୍ୟ ଓ ଅଫର ଏବଂ ଗୋଲ୍ଡ ଏକ୍ସଚେଞ୍ଜ ପ୍ରୋଗ୍ରାମ ବିଷୟରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ଅପରପକ୍ଷରେ ଏକ ଉପଭୋକ୍ତା-କୈନ୍ଦ୍ରିକ ବ୍ରାଣ୍ଡ୍ ଭାବେ ତନିସ୍କ ତା’ର କାରବାରରେ ଗ୍ରାହକଙ୍କୁ ସର୍ବାଗ୍ରେ ରଖିଥାଏ।
The post ତନିସ୍କର ଶତ ପ୍ରତିଶତ ଗୋଲ୍ଡ ଏକ୍ସଚେଞ୍ଜ ପ୍ରୋଗ୍ରାମ appeared first on Dharitri Odia News.