ୟୁକ୍ରେନ ଯୁଦ୍ଧରେ ୧୫୦,୦୦୦ ଋଷ ସୈନିକ ନିହତ ହୋଇଥିବା ଆକଳନ କଲା ଫ୍ରାନ୍ସ
ନୂଆଦିଲ୍ଲୀ,୩।୫: ୟୁକ୍ରେନ ଉପରେ ଆକ୍ରମଣ ସମୟରେ ୧୫୦,୦୦୦ ଋଷ ସୈନିକଙ୍କ ପ୍ରାଣ ହରାଇଥିବା ଆକଳନ କରିଛି ଫ୍ରାନ୍ସ। ଶୁକ୍ରବାର ପ୍ରକାଶିତ ଏକ ସାକ୍ଷାତକାରରେ ଏଭଳି ଏକ ସାଙ୍ଘାତିକ ଖୁଲାସା କରିଛନ୍ତି ଫ୍ରାନ୍ସ ବୈଦେଶିକ ମନ୍ତ୍ରୀ ଷ୍ଟେଫେନ ସେଜୋର୍ନ। ଋଷର ଏକ ଖବରକାଗଜ ”ନୋଭାୟା ଗେଜେଟା ୟୁରୋପ” ସହ ଆଲୋଚନା କରି ସେଜୋର୍ନ କହିଛନ୍ତି ଯେ ଯୁଦ୍ଧରେ ଆହତଙ୍କ ସମେତ ମୋଟ ଋଷର ଆହତଙ୍କ ସଂଖ୍ୟା ବର୍ତ୍ତମାନ ୫୦୦,୦୦୦ ହେବ। ସେ କହିଛନ୍ତି, “ୟୁରୋପ ଏବଂ ଏହାର ସହଯୋଗୀମାନେ […] The post ୟୁକ୍ରେନ ଯୁଦ୍ଧରେ ୧୫୦,୦୦୦ ଋଷ ସୈନିକ ନିହତ ହୋଇଥିବା ଆକଳନ କଲା ଫ୍ରାନ୍ସ appeared first on Dharitri Odia News.
ନୂଆଦିଲ୍ଲୀ,୩।୫: ୟୁକ୍ରେନ ଉପରେ ଆକ୍ରମଣ ସମୟରେ ୧୫୦,୦୦୦ ଋଷ ସୈନିକଙ୍କ ପ୍ରାଣ ହରାଇଥିବା ଆକଳନ କରିଛି ଫ୍ରାନ୍ସ। ଶୁକ୍ରବାର ପ୍ରକାଶିତ ଏକ ସାକ୍ଷାତକାରରେ ଏଭଳି ଏକ ସାଙ୍ଘାତିକ ଖୁଲାସା କରିଛନ୍ତି ଫ୍ରାନ୍ସ ବୈଦେଶିକ ମନ୍ତ୍ରୀ ଷ୍ଟେଫେନ ସେଜୋର୍ନ।
ଋଷର ଏକ ଖବରକାଗଜ ”ନୋଭାୟା ଗେଜେଟା ୟୁରୋପ” ସହ ଆଲୋଚନା କରି ସେଜୋର୍ନ କହିଛନ୍ତି ଯେ ଯୁଦ୍ଧରେ ଆହତଙ୍କ ସମେତ ମୋଟ ଋଷର ଆହତଙ୍କ ସଂଖ୍ୟା ବର୍ତ୍ତମାନ ୫୦୦,୦୦୦ ହେବ।
ସେ କହିଛନ୍ତି, “ୟୁରୋପ ଏବଂ ଏହାର ସହଯୋଗୀମାନେ ଯେତେ ଦିନ ପର୍ଯ୍ୟନ୍ତ ଏକଜୁଟ ହୋଇ ସ୍ଥିର ରହିବେ, ଯେ ପର୍ଯ୍ୟନ୍ତ ଆବଶ୍ୟକ ହେବ। ଋଷର ସାମରିକ ବିଫଳତା ପୂର୍ବରୁ ସ୍ପଷ୍ଟ ହୋଇସାରିଛି। ୧୫୦,୦୦୦ ମୃତ୍ୟୁ ସମେତ ୫୦୦,୦୦୦ ରୁଷର ସାମରିକ କ୍ଷତି ଆକଳନ କରୁଛୁ।”
ସେ କହିଛନ୍ତି ଯେ, “ଏହାକୁ ଦୁଇଟି ଶବ୍ଦରେ ସଂକ୍ଷିପ୍ତ କରାଯାଇପାରେ। ଅର୍ଥାତ ଋଷ ଏହାର କ୍ଷୟକ୍ଷତି ସମ୍ପର୍କରେ ସୂଚନା ଦେଇନାହିଁ।
ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଫେବୃଆରୀରେ କହିଥିଲେ ଯେ ଯୁଦ୍ଧରେ ୧୮୦,୦୦୦ ରୁଷ ସୈନିକ ନିହତ ହୋଇଥିଲେ। ଅନ୍ୟପଟେ ବ୍ରିଟେନ ଆକଳନ କରିଛି ଯେ ୟୁକ୍ରେନରେ ପ୍ରାୟ ୪୫୦,୦୦୦ ରୁଷୀୟଙ୍କର ମୃତ୍ୟୁ ଘଟିଛି କିମ୍ବା ଆହତ ହୋଇଛନ୍ତି।
ସେହିପରି ଏପ୍ରିଲରେ ବିବିସି ରିପୋର୍ଟ କରିଥିଲା ଯେ ୫୦,୦୦୦ ରୁ ଅଧିକ ଋଷର ସାମରିକ କର୍ମଚାରୀଙ୍କ ମୃତ୍ୟୁ ଘଟିଛି।
ଫେବୃଆରୀ ୨୨, ୨୦୨୨ ରେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ବିପକ୍ଷରେ ଏକ ସ୍ୱତନ୍ତ୍ର ସାମରିକ ଅପରେସନ ଘୋଷଣା କରିଥିଲେ, ଯାହା ପରଠାରୁନଦୁଇ ଦେଶ ମଧ୍ୟରେ ଏକ ରକ୍ତାକ୍ତ ଯୁଦ୍ଧରେ ପରିଣତ ହୋଇଛି।
ଏହାରୀ ମଧ୍ୟରେ କେତେକ ସାମରିକ ବିଶ୍ଳେଷକ ବିଶ୍ୱାସ କରନ୍ତି ଯେ ଋଷ ୟୁକ୍ରେନରେ ଏକ ନୂତନ ଆକ୍ରମଣ ଆରମ୍ଭ କରିବାକୁ ଯାଉଛି।
The post ୟୁକ୍ରେନ ଯୁଦ୍ଧରେ ୧୫୦,୦୦୦ ଋଷ ସୈନିକ ନିହତ ହୋଇଥିବା ଆକଳନ କଲା ଫ୍ରାନ୍ସ appeared first on Dharitri Odia News.