ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ଦିଲ୍ଲୀପ ରାୟଙ୍କ ଭେଟ-ଘାଟ
ଭୁବନେଶ୍ୱର : ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଭେଟିଲେ ଦିଲ୍ଲୀପ ରାୟ । ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ବାସଭବନକୁ ଯାଇଁ ଭେଟିଛନ୍ତି ବରିଷ୍ଠ ରାଜନେତା ଦିଲ୍ଲୀପ ରାୟ । ବିଭିନ୍ନ ପ୍ରସଙ୍ଗ ନେଇ ମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି । ତେବେ ମନ୍ତ୍ରୀଙ୍କ ସହ ସାକ୍ଷାତ ପରେ ଦିଲ୍ଲୀପ ରାୟ କହିଛନ୍ତି ଯେ, ରାଉରକେଲାରେ ଗ୍ଲାସ ବ୍ରିଜ, ଝୁଲା ବ୍ରିଜ ଓ ରିଙ୍ଗ ରୋଡ଼ ନେଇ ମାନ୍ୟବର ମନ୍ତ୍ରୀଙ୍କ ସହିତ ଆଲୋଚନା କରିଛି । ଦୁର୍ଗା […]

ଭୁବନେଶ୍ୱର : ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଭେଟିଲେ ଦିଲ୍ଲୀପ ରାୟ । ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ବାସଭବନକୁ ଯାଇଁ ଭେଟିଛନ୍ତି ବରିଷ୍ଠ ରାଜନେତା ଦିଲ୍ଲୀପ ରାୟ । ବିଭିନ୍ନ ପ୍ରସଙ୍ଗ ନେଇ ମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି ।
ତେବେ ମନ୍ତ୍ରୀଙ୍କ ସହ ସାକ୍ଷାତ ପରେ ଦିଲ୍ଲୀପ ରାୟ କହିଛନ୍ତି ଯେ, ରାଉରକେଲାରେ ଗ୍ଲାସ ବ୍ରିଜ, ଝୁଲା ବ୍ରିଜ ଓ ରିଙ୍ଗ ରୋଡ଼ ନେଇ ମାନ୍ୟବର ମନ୍ତ୍ରୀଙ୍କ ସହିତ ଆଲୋଚନା କରିଛି । ଦୁର୍ଗା ପୂଜା ସୁଦ୍ଧା ବ୍ରିଜ କାମ ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଛନ୍ତି । ସେହିପରି ଦୁଇ ମାସ ତଳେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ନେଇ ଦିଲ୍ଲୀପ ରାୟ କହିଛନ୍ତି ଯେ, ଓଡ଼ିଶାର ବିକାଶମୂଳକ କାର୍ଯ୍ୟ ନେଇ ଆଲୋଚନା ହୋଇଛି । ତେବେ ରାଜ୍ୟସଭାକୁ ଦିଲ୍ଲୀପ ରାୟଙ୍କ ଯିବା ନେଇ ସାମ୍ବାଦିକଙ୍କ ପ୍ରଶ୍ନକୁ ଏଡ଼ାଇ ଦେଇ କହିଥିଲେ ଏପରି କିଛି ଚର୍ଚ୍ଚା ନାହିଁ ।
ସେପଟେ ଗତକାଲି ମହାମହିମ ରାଜ୍ୟପାଳ ହରିବାବୁ କମ୍ଭମପତି ଆଇନମନ୍ତ୍ରୀଙ୍କୁ ଭେଟିଥିଲେ । ଆଇନ ମନ୍ତ୍ରୀଙ୍କ ସରକାରୀ ବାସଭବନ ଘରେ ସାକ୍ଷାତ ହୋଇଥିଲା । ପ୍ରାୟ ଅଧ ଘଣ୍ଟା ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ତେବେ ବ୍ୟକ୍ତିଗତ ସମ୍ପର୍କ କାରଣରୁ ରାଜ୍ୟପାଳ ଆସିଥିଲେ ବୋଲି ଆଇନମନ୍ତ୍ରୀ କହିଛନ୍ତି । ରାଜ୍ୟପାଳ ବିଭାଗ ସମ୍ପର୍କରେ ଆଲୋଚନା କରିଥିଲେ। ଆଇନ ବିଭାଗ ସମ୍ପର୍କରେ ପଚାରି ବୁଝିଥିଲେ ବୋଲି ଆଇନ ମନ୍ତ୍ରୀ କହିଥିଲେ ।