ବିରଳ ଖଣିଜ ପଦାର୍ଥର ଅଭାବ ପୂରଣ ପାଇଁ ଚିଲି ଓ ପେରୁ ସହ ଆଲୋଚନା କଲା ଭାରତ: ରିପୋର୍ଟ

ନୂଆଦିଲ୍ଲୀ: ଚୀନ କଟକଣା ଲଗାଇବା ପରେ ଭାରତ ତାର ବିରଳ ଖଣିଜ ପଦାର୍ଥର ଅଭାବ ପୂରଣ କରିବା ପାଇଁ ଅନ୍ୟ ଦେଶଗୁଡ଼ିକ ସହ ଆଲୋଚନା କରିବା ଆରମ୍ଭ କରିଦେଇଛି। ମୁକ୍ତ ବାଣିଜ୍ୟ ଚୁକ୍ତି ଆଲୋଚନା ଅଧୀନରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ସଂଗ୍ରହ ପାଇଁ ଭାରତ ଚିଲି ଓ ପେରୁ ସହ ଆଲୋଚନା କରୁଛି। ବାଣିଜ୍ୟ ମନ୍ତ୍ରଣାଳୟର ତଥ୍ୟ ନେଇ ଏହି ରିପୋର୍ଟ ପ୍ରକାଶ କରିଛି ଇକୋନୋମିକ୍ସ ଟାଇମ୍ସ। ଚାହିଦା ପୂରଣ ପାଇଁ ଆମଦାନୀ ଉପରେ ନିର୍ଭରଶୀଳ ଭାରତ ପୂର୍ବରୁ ଏହି ଦୁଇ ଦକ୍ଷିଣ ଆମେରିକୀୟ ଦେଶ ସହିତ ବାଣିଜ୍ୟ ଆଲୋଚନା କରିଥିଲା। ଏଥିରେ ତମ୍ବାକୁ ମଧ୍ୟ ଯୋଡ଼ାଯାଇଥିଲା। ଫଳରେ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପଦାର୍ଥ ସହ ତମ୍ବାର ବି ଅଭାବ ଯେମିତି ନ ରହିବ ସେ ନେଇ ଆଲୋଚନା ହୋଇଥିବା ସରକାରୀ ଦସ୍ତାବେଜ୍‌ରୁ ସୂଚନା ମିଳିଥିଲା।  ସୂଚନା ଥାଉକି ଭାରତ ନିଜର ତମ୍ବା ଆବଶ୍ୟକତାର ୯୦% ରୁ ବି ଅଧିକ ଆମଦାନୀ ମାଧ୍ୟମରେ ପୂରଣ କରେ। ଏବଂ ୨୦୪୭ ସୁଦ୍ଧା ଏହାର ନିର୍ଭରଶୀଳତା ୯୭% କୁ ବୃଦ୍ଧି ପାଇବାର ଆଶା କରାଯାଉଥିବା ସରକାରୀ ଡକ୍ୟୁମେଣ୍ଟରୁ ଜଣାପଡ଼ିଛି। ସବୁଠାରୁ ବଡ଼ କଥା ହେଉଛି ଭାରତ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ପାଇଁ ଚୀନ୍ ଉପରେ ନିର୍ଭରଶୀଳତା ହ୍ରାସ କରିବାକୁ ଚେଷ୍ଟା କରୁଛି। ଏଥିପାଇଁ ଟ୍ରେଡିଂ ପାର୍ଟନର୍ସମାନଙ୍କ ସହ ମିଶି କାମ ଜାରି ରଖିଛି ବୋଲି ବାଣିଜ୍ୟ ମନ୍ତ୍ରଣାଳୟ ସୂତ୍ରରୁ ସୂଚନା ମିଳିଛି। ଜାଣିବା ଜରୁରୀ ଯେ ବିଶ୍ୱର ପ୍ରାୟ ୯୦% ବିରଳ ପୃଥି

ବିରଳ ଖଣିଜ ପଦାର୍ଥର ଅଭାବ ପୂରଣ ପାଇଁ ଚିଲି ଓ ପେରୁ ସହ ଆଲୋଚନା କଲା ଭାରତ: ରିପୋର୍ଟ

ନୂଆଦିଲ୍ଲୀ: ଚୀନ କଟକଣା ଲଗାଇବା ପରେ ଭାରତ ତାର ବିରଳ ଖଣିଜ ପଦାର୍ଥର ଅଭାବ ପୂରଣ କରିବା ପାଇଁ ଅନ୍ୟ ଦେଶଗୁଡ଼ିକ ସହ ଆଲୋଚନା କରିବା ଆରମ୍ଭ କରିଦେଇଛି। ମୁକ୍ତ ବାଣିଜ୍ୟ ଚୁକ୍ତି ଆଲୋଚନା ଅଧୀନରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ସଂଗ୍ରହ ପାଇଁ ଭାରତ ଚିଲି ଓ ପେରୁ ସହ ଆଲୋଚନା କରୁଛି। ବାଣିଜ୍ୟ ମନ୍ତ୍ରଣାଳୟର ତଥ୍ୟ ନେଇ ଏହି ରିପୋର୍ଟ ପ୍ରକାଶ କରିଛି ଇକୋନୋମିକ୍ସ ଟାଇମ୍ସ। 

ଚାହିଦା ପୂରଣ ପାଇଁ ଆମଦାନୀ ଉପରେ ନିର୍ଭରଶୀଳ ଭାରତ ପୂର୍ବରୁ ଏହି ଦୁଇ ଦକ୍ଷିଣ ଆମେରିକୀୟ ଦେଶ ସହିତ ବାଣିଜ୍ୟ ଆଲୋଚନା କରିଥିଲା। ଏଥିରେ ତମ୍ବାକୁ ମଧ୍ୟ ଯୋଡ଼ାଯାଇଥିଲା। ଫଳରେ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପଦାର୍ଥ ସହ ତମ୍ବାର ବି ଅଭାବ ଯେମିତି ନ ରହିବ ସେ ନେଇ ଆଲୋଚନା ହୋଇଥିବା ସରକାରୀ ଦସ୍ତାବେଜ୍‌ରୁ ସୂଚନା ମିଳିଥିଲା।  

ସୂଚନା ଥାଉକି ଭାରତ ନିଜର ତମ୍ବା ଆବଶ୍ୟକତାର ୯୦% ରୁ ବି ଅଧିକ ଆମଦାନୀ ମାଧ୍ୟମରେ ପୂରଣ କରେ। ଏବଂ ୨୦୪୭ ସୁଦ୍ଧା ଏହାର ନିର୍ଭରଶୀଳତା ୯୭% କୁ ବୃଦ୍ଧି ପାଇବାର ଆଶା କରାଯାଉଥିବା ସରକାରୀ ଡକ୍ୟୁମେଣ୍ଟରୁ ଜଣାପଡ଼ିଛି। ସବୁଠାରୁ ବଡ଼ କଥା ହେଉଛି ଭାରତ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ପାଇଁ ଚୀନ୍ ଉପରେ ନିର୍ଭରଶୀଳତା ହ୍ରାସ କରିବାକୁ ଚେଷ୍ଟା କରୁଛି। ଏଥିପାଇଁ ଟ୍ରେଡିଂ ପାର୍ଟନର୍ସମାନଙ୍କ ସହ ମିଶି କାମ ଜାରି ରଖିଛି ବୋଲି ବାଣିଜ୍ୟ ମନ୍ତ୍ରଣାଳୟ ସୂତ୍ରରୁ ସୂଚନା ମିଳିଛି। 

ଜାଣିବା ଜରୁରୀ ଯେ ବିଶ୍ୱର ପ୍ରାୟ ୯୦% ବିରଳ ପୃଥିବୀ ଚୁମ୍ବକ ଉତ୍ପାଦନ କରୁଛି ଚୀନ୍। କେବଳ ମ୍ୟାଗ୍‌ନେଟ୍ ନୁହେଁ, ସୁନା,  ରୁପା, ତମ୍ବା କଂସା ଆଦି ବହୁ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଚୀନ ପାଖରେ ରହିଛି। ତେଣୁ ଚୀନ ଏ ଦିଗରେ ଖୁବ୍ ମଜଭୁତ ରହିଥିବା ବେଳେ ଆମେରିକାର ପାଲଟ ଶୁଳ୍କ ଜବାବରେ ଚୀନ ରିୟର ଆର୍ଥ ମ୍ୟାଟେରିଆଲ୍‌ର ରପ୍ତାନୀ ଉପରେ କଟକଣା ଲଗାଇଥିଲା। ଯାହା ଭାରତ ପାଇଁ ଏବେ ବି ଲାଗି ରହିଛି। ତେଣୁ ଭାରତ ଚୀନକୁ ଟକ୍କର ଦେବାକୁ ରିୟର ଆର୍ଥ ମ୍ୟାଗ୍ନେଟ୍‌ର ଘରୋଇ ଉତ୍ପାଦନ ସହ ଅନ୍ୟ ଦେଶରୁ ଆମଦାନୀ ଉପରେ କାମ ଜାରି ରଖିଛି।