‘କ୍ଲାସମେଟ୍ଙ୍କୁ କିପରି ହତ୍ୟା କରିବେ’! ଛାତ୍ରଙ୍କୁ ରଚନା ଲେଖିବାକୁ ଦେଇ ବିବାଦରେ ଶିକ୍ଷକ
ଓ୍ବାଶିଂଟନ୍,୧୬।୨: ପିଲାବେଳେ ସ୍କୁଲରେ ରଚନା ଲେଖିବାକୁ ଦିଆଯାଇଥାଏ। ପିଲାମାନେ ସେ ବିଷୟ ଉପରେ ସୁନ୍ଦର ସୁନ୍ଦର ବର୍ଣ୍ଣନା କରି ସ୍କୁଲ ଶିକ୍ଷକଙ୍କୁ ଦେଇଥାନ୍ତି। ହେଲେ କେବେ କ୍ଲାସମେଟ୍କୁ କିପରି ମାରିବା ଏସମ୍ପର୍କରେ ରଚନା ଲେଖିଛନ୍ତି। ଆଶ୍ଚର୍ଯ୍ୟ ଲାଗୁଛି ନା। ଯୁକ୍ତରାଷ୍ଟ୍ରର ଜଣେ ସ୍କୁଲ ଶିକ୍ଷକ ଛାତ୍ରଙ୍କୁ ସହପାଠୀଙ୍କୁ କିପରି ହତ୍ୟା କରାଯିବ ସେ ସମ୍ପର୍କରେ ରଚନା ଲେଖିବାକୁ ଦେଇଛନ୍ତି। ନ୍ୟୁୟର୍କ ପୋଷ୍ଟ ଅନୁଯାୟୀ, ୟୁଏସ ଭର୍ଜିନିଆର କ୍ରେଷ୍ଟଉଡ ମିଡିଲ ସ୍କୁଲର ଇଂରାଜୀ ଶିକ୍ଷକ ତାଙ୍କ କ୍ଲାସ ଛାତ୍ରଙ୍କୁ […] The post ‘କ୍ଲାସମେଟ୍ଙ୍କୁ କିପରି ହତ୍ୟା କରିବେ’! ଛାତ୍ରଙ୍କୁ ରଚନା ଲେଖିବାକୁ ଦେଇ ବିବାଦରେ ଶିକ୍ଷକ appeared first on Dharitri Odia News.
ଓ୍ବାଶିଂଟନ୍,୧୬।୨: ପିଲାବେଳେ ସ୍କୁଲରେ ରଚନା ଲେଖିବାକୁ ଦିଆଯାଇଥାଏ। ପିଲାମାନେ ସେ ବିଷୟ ଉପରେ ସୁନ୍ଦର ସୁନ୍ଦର ବର୍ଣ୍ଣନା କରି ସ୍କୁଲ ଶିକ୍ଷକଙ୍କୁ ଦେଇଥାନ୍ତି। ହେଲେ କେବେ କ୍ଲାସମେଟ୍କୁ କିପରି ମାରିବା ଏସମ୍ପର୍କରେ ରଚନା ଲେଖିଛନ୍ତି। ଆଶ୍ଚର୍ଯ୍ୟ ଲାଗୁଛି ନା। ଯୁକ୍ତରାଷ୍ଟ୍ରର ଜଣେ ସ୍କୁଲ ଶିକ୍ଷକ ଛାତ୍ରଙ୍କୁ ସହପାଠୀଙ୍କୁ କିପରି ହତ୍ୟା କରାଯିବ ସେ ସମ୍ପର୍କରେ ରଚନା ଲେଖିବାକୁ ଦେଇଛନ୍ତି।
ନ୍ୟୁୟର୍କ ପୋଷ୍ଟ ଅନୁଯାୟୀ, ୟୁଏସ ଭର୍ଜିନିଆର କ୍ରେଷ୍ଟଉଡ ମିଡିଲ ସ୍କୁଲର ଇଂରାଜୀ ଶିକ୍ଷକ ତାଙ୍କ କ୍ଲାସ ଛାତ୍ରଙ୍କୁ ଏପରି ରଚନା ଲେଖିବାକୁ ହୋମଓ୍ବର୍କ ଦେଇଛନ୍ତି। ତେବେ କିଛି ଛାତ୍ର ଏହି ହୋମଓ୍ବର୍କ କରି ମଧ୍ୟ ଆସିଥିଲେ। ଯେଉଁଥିରେ ସେମାନେ ନିଜ କ୍ଲାସମେଟ୍ଙ୍କୁ ଜିଅନ୍ତା ଜାଳିବା, କାଟିବା, ଝରକା ବାହାରକୁ ଫିଙ୍ଗିବା ଏବଂ ହତ୍ୟା କରି କୁକୁରକୁ ଖାଇବାକୁ ଦେବା ବିଷୟରେ ଲେଖିଛନ୍ତି। କିନ୍ତୁ ତନ୍ମଧ୍ୟରୁ ଜଣେ ଛାତ୍ର ତାଙ୍କ ପିତାମାତାଙ୍କୁ ଏହି ଘଟଣା ବିଷୟରେ କହିଥିଲେ। ପରେ ସେମାନଙ୍କ ଅଭିଭାବକ ପୋଲିସକୁ ସୂଚନା ଦେଇଥିଲେ। ପରେ ସେହି ଶିକ୍ଷକଙ୍କୁ ଗିରଫ କରାଯାଇଛି।
ପୋଲିସ ଯାଞ୍ଚରେ କହିଛି କି, ଯେତେବେଳେ ଶିକ୍ଷକଙ୍କୁ ଏସମ୍ପର୍କରେ ପଚରାଯାଇଥିଲା, ସେ ଏହାକୁ ବିଷୟବସ୍ତୁ ଅନ୍ତର୍ଭୁକ୍ତ ବୋଲି କହିଛନ୍ତି। କିନ୍ତୁ ପରେ ସ୍ବୀକାର କରିଛନ୍ତି ଯେ, ଦେଇଥିବା ପାଠ ଉପଯୁକ୍ତ ନୁହେଁ ।
The post ‘କ୍ଲାସମେଟ୍ଙ୍କୁ କିପରି ହତ୍ୟା କରିବେ’! ଛାତ୍ରଙ୍କୁ ରଚନା ଲେଖିବାକୁ ଦେଇ ବିବାଦରେ ଶିକ୍ଷକ appeared first on Dharitri Odia News.