କନିଷ୍ଠ ଶିକ୍ଷକ ପରୀକ୍ଷାଫଳ ପ୍ରକାଶ: ମାସ ସୁଦ୍ଧା ନିଯୁକ୍ତି ପ୍ରକ୍ରିୟା ଆରମ୍ଭ
ଭୁବନେଶ୍ୱର, ୧୫।୧(ଅସମାପିକା ସାହୁ): କନିଷ୍ଠ ଶିକ୍ଷକ(ସ୍କିମାଟିକ୍) ଲିଖିତ ପରୀକ୍ଷାଫଳ ସୋମବାର ପ୍ରକାଶ ପାଇଛି। ଓଡ଼ିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ୱେବ୍ସାଇଟ୍ରେ ପରୀକ୍ଷାଫଳ ଉପଲବ୍ଧ ହୋଇଛି। ଫଳ ତାଲିକାରେ କଳା, ବିଜ୍ଞାନ, ତେଲୁଗୁ, ଉର୍ଦ୍ଦୁ ଓ ବଙ୍ଗଳା ଶିକ୍ଷକ ପାଇଁ ମୋଟ ୧୮,୭୮୮ଜଣ ସ୍ଥାନ ପାଇଛନ୍ତି। ବିଭିନ୍ନ ବର୍ଗ ପାଇଁ ସଂରକ୍ଷିତ ସିଟ୍ ପୂରଣ ହୋଇ ନ ଥିବାରୁ ସେସବୁ ପଦ ଖାଲି ରହିଥିବା ସୂଚନା ମିଳିଛି। ସୂଚନାନୁଯାୟୀ, ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ କନିଷ୍ଠ ଶିକ୍ଷକ […] The post କନିଷ୍ଠ ଶିକ୍ଷକ ପରୀକ୍ଷାଫଳ ପ୍ରକାଶ: ମାସ ସୁଦ୍ଧା ନିଯୁକ୍ତି ପ୍ରକ୍ରିୟା ଆରମ୍ଭ appeared first on Dharitri Odia News.
ଭୁବନେଶ୍ୱର, ୧୫।୧(ଅସମାପିକା ସାହୁ): କନିଷ୍ଠ ଶିକ୍ଷକ(ସ୍କିମାଟିକ୍) ଲିଖିତ ପରୀକ୍ଷାଫଳ ସୋମବାର ପ୍ରକାଶ ପାଇଛି। ଓଡ଼ିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ୱେବ୍ସାଇଟ୍ରେ ପରୀକ୍ଷାଫଳ ଉପଲବ୍ଧ ହୋଇଛି। ଫଳ ତାଲିକାରେ କଳା, ବିଜ୍ଞାନ, ତେଲୁଗୁ, ଉର୍ଦ୍ଦୁ ଓ ବଙ୍ଗଳା ଶିକ୍ଷକ ପାଇଁ ମୋଟ ୧୮,୭୮୮ଜଣ ସ୍ଥାନ ପାଇଛନ୍ତି। ବିଭିନ୍ନ ବର୍ଗ ପାଇଁ ସଂରକ୍ଷିତ ସିଟ୍ ପୂରଣ ହୋଇ ନ ଥିବାରୁ ସେସବୁ ପଦ ଖାଲି ରହିଥିବା ସୂଚନା ମିଳିଛି।
ସୂଚନାନୁଯାୟୀ, ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ କନିଷ୍ଠ ଶିକ୍ଷକ ପଦ ପାଇଁ ମୋଟ ୯,୯୮୨ଜଣ କୃତିତ୍ୱ ଅର୍ଜନ କରିଛନ୍ତି। ତନ୍ମଧ୍ୟରୁ ବିଜ୍ଞାନରେ ୫,୯୯୬ଜଣ ସ୍ଥାନ ପାଇଥିବାବେଳେ କଳାରେ ୩,୭୯୯, ତେଲୁଗୁରେ ୧୬, ଉର୍ଦ୍ଦୁରେ ୧୫୯ ଏବଂ ବଙ୍ଗଳାରେ ୧୨ଜଣ ସ୍ଥାନ ପାଇଛନ୍ତି। ସେହିପରି ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଶିକ୍ଷକ ପାଇଁ ମୋଟ ୮,୮୦୬ଜଣ କୃତକାର୍ଯ୍ୟ ହୋଇଥିବାବେଳେ ବିଜ୍ଞାନରେ ୫,୦୧୪ଜଣ, କଳାରେ ୩,୭୦୫, ତେଲୁଗୁରେ ୧୧, ଉର୍ଦ୍ଦୁରେ ୨୪ ଏବଂ ବଙ୍ଗଳାରେ ୭ଜଣ କୃତକାର୍ଯ୍ୟ ହୋଇଛନ୍ତି। ଆସନ୍ତା ବୁଧବାର ମଧ୍ୟରେ ଡକ୍ୟୁମେଣ୍ଟ ଭେରିଫିକେଶନ ପ୍ରକ୍ରିୟା ଆରମ୍ଭ କରାଯିବ। ସପ୍ତାହେ ମଧ୍ୟରେ ଏହି ପ୍ରକ୍ରିୟା ସାରିବାକୁ ଲକ୍ଷ୍ୟ ମଧ୍ୟ ଧାର୍ଯ୍ୟ ହୋଇଛି। ଏହାସହ ଚଳିତ ମାସ ଶେଷ ସୁଦ୍ଧା କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରିବାକୁ ସମସ୍ତ ପ୍ରସ୍ତୁତି କରାଯାଇଛି। ନିଯୁକ୍ତି ପାଇଁ ଓସେପା ପୂର୍ବରୁ ପ୍ରସ୍ତୁତି ଚଳାଇଛି। ଇତିମଧ୍ୟରେ ସମସ୍ତ ବ୍ଲକ୍ ଶିକ୍ଷା ଅଧିକାରୀ(ବିଇଓ)ମାନେ ପ୍ରାଥମିକତା ଭିତ୍ତିରେ ଶିକ୍ଷକ ଆବଶ୍ୟକ କରୁଥିବା ବିଦ୍ୟାଳୟର ତାଲିକା ପ୍ରଦାନ କରିଛନ୍ତି। ସେହି ତାଲିକା ଭିତ୍ତିରେ ବିଦ୍ୟାଳୟଗୁଡ଼ିକରେ ନିଯୁକ୍ତି ଦିଆଯିବ ବୋଲି ସୂଚନା ଦିଆଯାଇଛି।
The post କନିଷ୍ଠ ଶିକ୍ଷକ ପରୀକ୍ଷାଫଳ ପ୍ରକାଶ: ମାସ ସୁଦ୍ଧା ନିଯୁକ୍ତି ପ୍ରକ୍ରିୟା ଆରମ୍ଭ appeared first on Dharitri Odia News.