ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା: ବିଜେଡିର ଆସନ୍ତାକାଲି ବଡ଼ ବନ୍ଦ ଡାକରା, ଜାଣନ୍ତୁ କ’ଣ ଖୋଲା କ’ଣ ବନ୍ଦ
ବାଲେଶ୍ୱର,୧୫।୭: ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଓଡ଼ିଶାରେ ତୀବ୍ର ଆନ୍ଦୋଳନ ଓ ରାଜନୈତିକ ପ୍ରତିକ୍ରିୟା ଦେଖାଦେଇଛି। ଏହି ଘଟଣାର ପ୍ରତିବାଦରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଆସନ୍ତାକାଲି, ବାଲେଶ୍ୱରରେ ଆଠ ଘଣ୍ଟିଆ ବନ୍ଦ ଡାକରା ଦେଇଛି। ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯିବ। ସୌମ୍ୟାଶ୍ରୀ ବିଶୀ, ଯୌନ ର୍ନିଯାତନା ଓ ଅପମାନର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏହି ର୍ନିଯାତନା ସହି […] The post ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା: ବିଜେଡିର ଆସନ୍ତାକାଲି ବଡ଼ ବନ୍ଦ ଡାକରା, ଜାଣନ୍ତୁ କ’ଣ ଖୋଲା କ’ଣ ବନ୍ଦ appeared first on Dharitri Odia News.
ବାଲେଶ୍ୱର,୧୫।୭: ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଓଡ଼ିଶାରେ ତୀବ୍ର ଆନ୍ଦୋଳନ ଓ ରାଜନୈତିକ ପ୍ରତିକ୍ରିୟା ଦେଖାଦେଇଛି। ଏହି ଘଟଣାର ପ୍ରତିବାଦରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଆସନ୍ତାକାଲି, ବାଲେଶ୍ୱରରେ ଆଠ ଘଣ୍ଟିଆ ବନ୍ଦ ଡାକରା ଦେଇଛି। ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯିବ।
ସୌମ୍ୟାଶ୍ରୀ ବିଶୀ, ଯୌନ ର୍ନିଯାତନା ଓ ଅପମାନର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏହି ର୍ନିଯାତନା ସହି ନ ପାରି ଗତ ୧୨ ଜୁଲାଇ ୨୦୨୫ରେ ସେ ଆତ୍ମହୁତି କରିଥିଲେ। ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସେ ଗତକାଲି ରାତିରେ ମୃତ୍ୟୁବରଣ କରିଛନ୍ତି। ଏହି ଘଟଣାକୁ ବିଜେଡି “ଆତ୍ମହତ୍ୟା ନୁହେଁ, ବରଂ ସରକାରୀ ଅବହେଳା ଓ ବ୍ୟବସ୍ଥାର ବିଫଳତା ଦ୍ୱାରା ପ୍ରାୟୋଜିତ ହତ୍ୟା” ବୋଲି ଅଭିଯୋଗ କରିଛି।
ବିଜେଡି ନେତାମାନେ ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ତୀବ୍ର ଆକ୍ରମଣ କରିଛନ୍ତି। ବିଜେଡି ନେତା ବବି ଦାସ କହିଛନ୍ତି, “ସରକାରଙ୍କ ଦାୟିତ୍ୱହୀନତା ଓ ଅପାରଗତା ଯୋଗୁଁ ଜଣେ ଯୁବତୀଙ୍କ ଜୀବନ ଅକାଳରେ ଚାଲିଗଲା।” ସେହିପରି, ବିଜେଡି ନେତ୍ରୀ ସୁଲତା ଦେଓ ରାଜ୍ୟ ସରକାରଙ୍କୁ “ଦଳିତ ଓ ଆଦିବାସୀ ବିରୋଧୀ” ବୋଲି ଅଭିଯୋଗ କରି ପୋଷ୍ଟମର୍ଟମ ରାତିରେ କରାଯିବା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, “ରାତିରେ ପୋଷ୍ଟମର୍ଟମ କରି ଘଟଣାକୁ ଲୁଚାଇବାକୁ ଚେଷ୍ଟା କରାଯାଇଛି।”
ବିଜେଡି ନେତା ଏଲିନା ଦାଶ ମଧ୍ୟ ରାଜ୍ୟ ସରକାର ଓ ପୋଲିସ ଉପରେ ଘଟଣାକୁ ଲୁଚାଇବାର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, “ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘୋଷଣା ରାତିରେ କରାଯାଇଥିଲେ ମଧ୍ୟ ଆମେ ଜାଣିଛୁ ଯେ ସେ ୨ଦିନ ପୂର୍ବରୁ ମୃତ୍ୟୁବରଣ କରିଥିଲେ।
ତେବେ ଏହି ବନ୍ଦ ଡାକରା ଭିତରେ ଜରୁରୀ ସେବା ଜାରି ରହିବ ବୋଲି ସୂଚନା ମିଳିଛି। ଆସନ୍ତାକାଲି ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଅଖଚକ ବନ୍ଦ ରହିବ। ତେଣୁ କୌଣସି ଜରୁରୀ କାମ ଥିଲେ ଆଜି ସୁଦ୍ଧା ସାରି ଦିଅନ୍ତୁ । କାଲି ପେଟ୍ରୋଲ ପମ୍ପ ମଧ୍ୟ ବନ୍ଦ ହେବାର ସମ୍ଭାବନା ଅଛି । ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲାରେ ବଡ଼ ଆକ୍ସନ ନେଇଛି ଜିଲ୍ଲା ବିଜେଡ଼ି । ଛାତ୍ରୀଙ୍କୁ ନ୍ୟାୟ ଦାବିରେ ଆସନ୍ତା କାଲି ବାଲେଶ୍ୱର ବନ୍ଦ ଡାକରା ଦେଇଛି ବିଜେଡି । ସାମ୍ବାଦିକ ସମିଳନୀରେ ଏନେଇ ସୂଚନା ଦେଇଛନ୍ତି ବିଜେଡି ନେତା ରବୀନ୍ଦ୍ର ଜେନା ।
ସେପଟେ ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି ଓଡ଼ିଶା କଂଗ୍ରେସ । ବାଲେଶ୍ବର ଏଫଏମ କଲେଜ ଛାତ୍ରୀ ଆତ୍ମାହୂତି ଓ ମୃତ୍ୟୁ ଘଟଣାକୁ ନେଇ ଏହି ଡାକରା ଦିଆଯାଇଛି । ଓଡ଼ିଶା ବନ୍ଦ ସମୟରେ ସ୍କୁଲ, କଲେଜ, ଦୋକାନ ଓ ବଜାର ବନ୍ଦ ରଖିବାକୁ ନିଷ୍ପତ୍ତି । ବନ୍ଦ ଡାକରାରେ ଜରୁରୀ କାଳୀନ ସେବାକୁ ବାଦ ଦିଆଯାଇପାରେ । ଏହି ସମୟରେ ଆମ୍ୱୁଲାନ୍ସ, ମେଡିସିନ ଷ୍ଟୋର, ଡାଏରୀ ଦୋକାନ ଭଳି ଅତ୍ୟାବଶ୍ୟକ ଜିନିଷର ଦୋକାନ ଖୋଲା ରହିପାରେ ।
The post ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା: ବିଜେଡିର ଆସନ୍ତାକାଲି ବଡ଼ ବନ୍ଦ ଡାକରା, ଜାଣନ୍ତୁ କ’ଣ ଖୋଲା କ’ଣ ବନ୍ଦ appeared first on Dharitri Odia News.