ଦୁର୍ଘଟଣାରେ ଚାଲିଗଲେ ସତ, ହେଲେ ଚକ୍ଷୁ ଦାନ କରି ଅମର ହୋଇଗଲେ ରାଜେନ୍ଦ୍ର
ଭଞ୍ଜନଗର,୨୭।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବେଲଗୁଣ୍ଠା ମୁଖ୍ୟ ରାସ୍ତାର ନୂଆଗାଁ ସେତୁ ଉପରେ ସୋମବାର ରାତିରେ ୩ଟି ପୃଥକ ବାଇକ୍ ଦୁର୍ଘଟଣା ହୋଇଥିଲା। ଏଥିରେ ୬ ଜଣ ଆହତ ହୋଇଥିଲେ। ସେଥିମଧ୍ୟରୁ ଜଣେ ଯୁବକଙ୍କର ବ୍ରହ୍ମପୁର ବଡ ମେଡ଼ିକାଲରେ ମୃତ୍ୟୁ ଘଟିଥିଲା। ମୃତ ଯୁବକ ଜଣକ ହେଲେ ଭଞ୍ଜନଗର ଥାନା ଅନ୍ତର୍ଗତ ଡୁମାକୁମ୍ପାର ରାଜେନ୍ଦ୍ର ପାତ୍ର (୧୯)। ତେବେ ରାଜେନ୍ଦ୍ରଙ୍କ ମୃତ୍ୟୁ ପରେ ପରିବାର ଲୋକଙ୍କ ସ୍ବୀକୃତି କ୍ରମେ ତାଙ୍କ ଚକ୍ଷୁକୁ ମେଡ଼ିକାଲକୁ ଦାନ କରାଯାଇଥିଲା। […] The post ଦୁର୍ଘଟଣାରେ ଚାଲିଗଲେ ସତ, ହେଲେ ଚକ୍ଷୁ ଦାନ କରି ଅମର ହୋଇଗଲେ ରାଜେନ୍ଦ୍ର appeared first on Dharitri Odia News.
ଭଞ୍ଜନଗର,୨୭।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବେଲଗୁଣ୍ଠା ମୁଖ୍ୟ ରାସ୍ତାର ନୂଆଗାଁ ସେତୁ ଉପରେ ସୋମବାର ରାତିରେ ୩ଟି ପୃଥକ ବାଇକ୍ ଦୁର୍ଘଟଣା ହୋଇଥିଲା। ଏଥିରେ ୬ ଜଣ ଆହତ ହୋଇଥିଲେ। ସେଥିମଧ୍ୟରୁ ଜଣେ ଯୁବକଙ୍କର ବ୍ରହ୍ମପୁର ବଡ ମେଡ଼ିକାଲରେ ମୃତ୍ୟୁ ଘଟିଥିଲା। ମୃତ ଯୁବକ ଜଣକ ହେଲେ ଭଞ୍ଜନଗର ଥାନା ଅନ୍ତର୍ଗତ ଡୁମାକୁମ୍ପାର ରାଜେନ୍ଦ୍ର ପାତ୍ର (୧୯)। ତେବେ ରାଜେନ୍ଦ୍ରଙ୍କ ମୃତ୍ୟୁ ପରେ ପରିବାର ଲୋକଙ୍କ ସ୍ବୀକୃତି କ୍ରମେ ତାଙ୍କ ଚକ୍ଷୁକୁ ମେଡ଼ିକାଲକୁ ଦାନ କରାଯାଇଥିଲା। ଏହାପରେ ଉକ୍ତ ଚକ୍ଷୁକୁ ଅନ୍ୟଜଣଙ୍କଠାରେ ପ୍ରତିରୋପଣ କରିବା ବ୍ୟବସ୍ଥା କରାଯାଇଛି। ଏମିତିରେ ସେ ପରିବାର ଲୋକଙ୍କୁ ଛାଡ଼ି ଚାଲିଗଲେ ସତ କିନ୍ତୁ ଚକ୍ଷୁ ଦାନ କରି ଅମର ହୋଇଗଲେ ବୋଲି ଚର୍ଚ୍ଚା ହେଉଛି।
ଘଟଣାରୁ ପ୍ରକାଶ ଯେ, ଡୁମାକୁମ୍ପାର ପ୍ରସନ୍ନ ପାତ୍ରଙ୍କ ପୁତ୍ର ରାଜେନ୍ଦ୍ର ଏବଂ ତାର ଜଣେ ସାଙ୍ଗ ଦୀପକଙ୍କ ସହ ମିଶି ଗତକାଲି ରାତିରେ ବେଲଗୁଣ୍ଠା ଠାକୁରାଣୀ ଯାତ୍ରା ଦେଖିବାକୁ ଯାଉଥିଲେ। ଏହି ସମୟରେ ନୂଆଗାଁ ସେତୁ ନିକଟରେ ସେମାନଙ୍କ ବାଇକ ଦୁର୍ଘଟଣା ହୋଇଥିଲା। ଫଳରେ ବାଇକ ପଛରେ ବସିଥିବା ରାଜେନ୍ଦ୍ର ଗାଡିରୁ ଛିଟିକି ପଡ଼ି ଗୁରୁତର ଭାବେ ଆହତ ହୋଇଥିଲେ। ଏହାପରେ ତାଙ୍କୁ ଭଞ୍ଜନଗର ମେଡ଼ିକାଲରେ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଏଠାରେ ରାଜେନ୍ଦ୍ରଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଯାଇଥିଲା। ସେଠାରେ ରାଜେନ୍ଦ୍ର ମୃତ୍ୟୁବରଣ କରିଥିଲେ। ସନ୍ଧ୍ୟାରେ ରାଜେନ୍ଦ୍ରଙ୍କ ମୃତଦେହ ତାଙ୍କ ଗ୍ରାମରେ ପହଞ୍ଚିବା ପରେ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା।
The post ଦୁର୍ଘଟଣାରେ ଚାଲିଗଲେ ସତ, ହେଲେ ଚକ୍ଷୁ ଦାନ କରି ଅମର ହୋଇଗଲେ ରାଜେନ୍ଦ୍ର appeared first on Dharitri Odia News.