ଟାଉନ ଥାନା ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
କୋରାପୁଟ,୭ା୩(ଅମିତାଭ ବେହେରା): ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଶୁକ୍ରବାର କୋରାପୁଟ ଜିଲାର କୋରାପୁଟ ଟାଉନ ଥାନା ଓ ଶୁଙ୍କି ଥାନାର ଉଦ୍ଘାଟନ କରିଛନ୍ତି। ସମସ୍ତ ଥାନାରେ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି। କୋରାପୁଟ ସହରର ଗ୍ୟାରେଜ କଲୋନୀ ନିକଟରେ ନୂତନ ଭାବେ ନିର୍ମିତ ଟାଉନ ଥାନାର ଗୃହ ଓ ଶୁଙ୍କି ଥାନାର ନୂତନ ଗୃହକୁ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମୋଡ୍ରେ ଉଦ୍ଘାଟନ କରିଛନ୍ତି। କୋରାପୁଟଠାରେ ଆୟୋଜିତ କାର୍ଯ୍ୟକ୍ରମ ଡିଆଇଜି ଅଖିଳେଶ୍ୱର ସିଂ, ଜିଲାପାଳ ଭି କୀର୍ତ୍ତି ଭାସନ, […] The post ଟାଉନ ଥାନା ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.
କୋରାପୁଟ,୭ା୩(ଅମିତାଭ ବେହେରା): ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଶୁକ୍ରବାର କୋରାପୁଟ ଜିଲାର କୋରାପୁଟ ଟାଉନ ଥାନା ଓ ଶୁଙ୍କି ଥାନାର ଉଦ୍ଘାଟନ କରିଛନ୍ତି। ସମସ୍ତ ଥାନାରେ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି। କୋରାପୁଟ ସହରର ଗ୍ୟାରେଜ କଲୋନୀ ନିକଟରେ ନୂତନ ଭାବେ ନିର୍ମିତ ଟାଉନ ଥାନାର ଗୃହ ଓ ଶୁଙ୍କି ଥାନାର ନୂତନ ଗୃହକୁ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମୋଡ୍ରେ ଉଦ୍ଘାଟନ କରିଛନ୍ତି। କୋରାପୁଟଠାରେ ଆୟୋଜିତ କାର୍ଯ୍ୟକ୍ରମ ଡିଆଇଜି ଅଖିଳେଶ୍ୱର ସିଂ, ଜିଲାପାଳ ଭି କୀର୍ତ୍ତି ଭାସନ, କୋରାପୁଟ ବିଧାୟକ ରଘୁରାମ ମାଛ, ଅତିରିକ୍ତ ଏସ୍ପି ମନୋବ୍ରତା ଶତପଥୀ, ମନୋଜ ପୂଜାରୀ, ଏସ୍ଡିପିଓ ଶ୍ରାବଣୀ ନାୟକ, ଟାଉନ ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର ଙ୍କ ସମେତ ବହୁ ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ, ପୋଲିସ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ.. ସେହିପରି ଶୁଙ୍କି ଠାରେ ଆୟୋଜିତ ଉଦଘାଟନୀ ସମାରୋହରେ ଏସପି ରୋହିତ ବର୍ମା, ସୁନାବେଡା ଏସଡିପିଓ ସୁମିତ୍ରା ଜେନା ଓ ସ୍ଥାନୀୟ ଥାନାଧିକାରୀଙ୍କ ସମେତ ବହୁ ବୁଦ୍ଧିଜୀବୀ, ପୋଲିସ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। କୋରାପୁଟ ଜିଲାରେ ଉପରୋକ୍ତ ଦୁଇଟି ଅତ୍ୟାଧୁନିକ ଥାନା ଉଦ୍ଘାଟନ ଦ୍ୱାରା ସ୍ଥାନୀୟ ଲୋକଙ୍କୁ ସୁରକ୍ଷା ଯୋଗାଇବାରେ ସହାୟକ ହେବ ବୋଲି ଏସ୍ପି ପ୍ରକାଶ କରିଛନ୍ତି। ସୂଚନା ଥାଉକି, ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ରାଜ୍ୟରେ ପ୍ରାୟ ୪୨ କୋଟି ଟଙ୍କା ବ୍ୟୟରେ ମୋଟ୍ ୧୪ଟି ଅତ୍ୟାଧୁନିକ ଥାନାର ନୂତନ ଗୃହ ଉଦ୍ଘାଟନ କରିଥିବାବେଳେ ସେଥିମଧ୍ୟରେ କୋରାପୁଟ ଜିଲାର ୨ ଟି ନୂତନ ଥାନା ରହିଛି।
The post ଟାଉନ ଥାନା ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.