ବଞ୍ଚିଥିବାଯାଏ ଲୋକଙ୍କ ସେବା କରିବି: ନରସିଂହ

ବଲାଙ୍ଗୀର,୧୨ା୨(ବୀରେନ୍ଦ୍ର କୁମାର ଝାଙ୍କର):ବରିଷ୍ଠ ରାଜନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ତାଙ୍କ ଦୀର୍ଘ ରାଜନୈତିକ ଜୀବନର ଶେଷ ବିଧାନସଭା ଅଧିବେଶନ ସାରି ରବିବାର ବଲାଙ୍ଗୀର ଫେରିଛନ୍ତି। ସେ ବଲାଙ୍ଗୀର-ସୁବର୍ଣ୍ଣପୁର ଜିଲା ସୀମାରେଖାର ବଇରାସରଠାରେ ପହଞ୍ଚିବା ପରେ କଂଗ୍ରେସ କର୍ମୀ ତାଙ୍କୁ ସ୍ବାଗତ କରିଥିଲେ। ସେଠାରୁ ଏକ ବାଇକ୍‌ ରାଲିରେ ତାଙ୍କୁ ୨୦କିଲୋମିଟର ଦୂର ବଲାଙ୍ଗୀର ସହର ଅଭିମୁଖେ ଅଣାଯାଇଥିଲା। ଅପରାହ୍ଣ ପ୍ରାୟ ୫ଟାରେ ପୁଇଁତଳା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ କର୍ମୀ ଓ ଜନସାଧାରଣ ତାଙ୍କୁ […] The post ବଞ୍ଚିଥିବାଯାଏ ଲୋକଙ୍କ ସେବା କରିବି: ନରସିଂହ appeared first on Dharitri Odia News.

ବଞ୍ଚିଥିବାଯାଏ ଲୋକଙ୍କ ସେବା କରିବି: ନରସିଂହ

ବଲାଙ୍ଗୀର,୧୨ା୨(ବୀରେନ୍ଦ୍ର କୁମାର ଝାଙ୍କର):ବରିଷ୍ଠ ରାଜନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ତାଙ୍କ ଦୀର୍ଘ ରାଜନୈତିକ ଜୀବନର ଶେଷ ବିଧାନସଭା ଅଧିବେଶନ ସାରି ରବିବାର ବଲାଙ୍ଗୀର ଫେରିଛନ୍ତି। ସେ ବଲାଙ୍ଗୀର-ସୁବର୍ଣ୍ଣପୁର ଜିଲା ସୀମାରେଖାର ବଇରାସରଠାରେ ପହଞ୍ଚିବା ପରେ କଂଗ୍ରେସ କର୍ମୀ ତାଙ୍କୁ ସ୍ବାଗତ କରିଥିଲେ। ସେଠାରୁ ଏକ ବାଇକ୍‌ ରାଲିରେ ତାଙ୍କୁ ୨୦କିଲୋମିଟର ଦୂର ବଲାଙ୍ଗୀର ସହର ଅଭିମୁଖେ ଅଣାଯାଇଥିଲା। ଅପରାହ୍ଣ ପ୍ରାୟ ୫ଟାରେ ପୁଇଁତଳା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ କର୍ମୀ ଓ ଜନସାଧାରଣ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ସେଠାରୁ ବାଇକ୍‌ ରାଲି ବଲାଙ୍ଗୀର ସହର ଅଭିମୁଖେ ଯାଇଥିଲା। ସୁଦପଡା, ହସ୍ପିଟାଲ ଛକ, ପାଟଣେଶ୍ୱରୀ ମନ୍ଦିର ଛକ, ସମଲେଶ୍ୱରୀ ମନ୍ଦିର ଛକ, ପାଟଣା ହୋଟେଲ ଛକ, ପୁରୁଣା ସରକାରୀ ବସ୍‌ଷ୍ଟାଣ୍ଡ, କଚେରି ଛକ, ଭାଗୀରଥି ଛକ, ପିପି ଏକାଡେମୀ ଛକ, ବିକ୍ରମ ଛକ ଦେଇ ବିଧାୟକ ମିଶ୍ରଙ୍କ ସ୍ବାଗତ ରାଲି ସହର ପରିକ୍ରମା କରିଥିଲା। ଏକ ଖୋଲା କାରରେ ଛିଡ଼ା ହୋଇ ବିଧାୟକ ମିଶ୍ର ସହରବାସୀଙ୍କ ଅଭିବାଦନ ଗ୍ରହଣ କରିଥିଲେ। ଏହାପରେ ସେ କ୍ଳବ୍‌ପଡା ବାସଭବନରେ ପହଞ୍ଚିଥିଲେ।
ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ବିଧାୟକ ମିଶ୍ର କହିଥିଲେ ଯେ, ଚଳିତ ବିଧାନସଭା ଥିଲା ତାଙ୍କ ନିର୍ବାଚନ ରାଜନୈତିକ ଜୀବନର ଶେଷ ଅଧିବେଶନ। ଶେଷଦିନ ବିଧାନସଭା ଭିତରେ ଭାବାବେଗର ପରିବେଶ ସୃଷ୍ଟି ହୋଇଥିଲା। ଦୀର୍ଘ ୩୪ବର୍ଷର ରାଜନୈତିକ ଜୀବନରେ ବିଧାନସଭା ଭିତରେ ଯଦି ତାଙ୍କର ବକ୍ତବ୍ୟ ବା କାର୍ଯ୍ୟକଳାପ କାହାକୁ ଆଘାତ ଦେଇଥାଏ, ତେବେ ତାଙ୍କୁ କ୍ଷମା କରିଦେବେ ବୋଲି କହିବା ପରେ ସମଗ୍ର ଗୃହ ଭାବବିହ୍ବଳ ହୋଇଯାଇଥିଲା। ସଂକୀର୍ଣ୍ଣ ରାଜନୈତିକ ଚିନ୍ତାଧାରାରୁ ଊର୍ଦ୍ଧ୍ୱକୁ ଉଠି ସେଦିନ ଗୃହର ପ୍ରତ୍ୟେକ ବରିଷ୍ଠ ଓ କନିଷ୍ଠ ବିଧାୟକ ମିଶ୍ରଙ୍କୁ ବିଧାନସଭାରୁ ଭାବପୂର୍ଣ୍ଣ ବିଦାୟ ଦେଇଥିଲେ ା ବିଧାୟକ ମିଶ୍ର କହିଥିଲେ ଯେ, ନିର୍ବାଚନ ସିନା ଲଢ଼ିବି ନାହିଁ ମାତ୍ର ବଞ୍ଚତ୍ଥିବା ଯାଏ ଲୋକଙ୍କ ସେବା ପାଇଁ ରାଜନୀତି କରିବି। ଆଗାମୀ ଦିନରେ ଆହୁରି ଯୋଗ୍ୟ ସଦସ୍ୟ ବିଧାନସଭାକୁ ଯିବେ ଏବଂ ଗଣତନ୍ତ୍ର ସଶକ୍ତ ହେବ ବୋଲି ତାଙ୍କର ବିଶ୍ୱାସ ରହିଛି। ବଲାଙ୍ଗୀରର ବିକାଶ ପାଇଁ ଶେଷନିଶ୍ୱାସ ଥିବା ଯାଏ କାର୍ଯ୍ୟ କରିବେ ବୋଲି ସେ କହିଥିଲେ। ରାଜନୈତିକ ଜୀବନରେ ଲୋକଙ୍କ ଏତେ ଭଲ ପାଇବା ଓ ସମ୍ମାନ ପାଇଥିବାରୁ ସେ ଲୋକଙ୍କୁ କୃତଜ୍ଞତା ଜଣାଇଥିଲେ।

The post ବଞ୍ଚିଥିବାଯାଏ ଲୋକଙ୍କ ସେବା କରିବି: ନରସିଂହ appeared first on Dharitri Odia News.