ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ୟାକ୍ସ ରେକର୍ଡ ଲିକ୍ କରିବା ମାମଲାରେ ଦୋଷୀକୁ ୫ ବର୍ଷ ଜେଲ ଦଣ୍ଡାଦେଶ
ଓ୍ବାଶିଂଟନ,୩୦।୧: ଆମେରିକାର ପୂର୍ବତନ କୋର୍ଟ ଡୋନାଲ୍ଡ ଟ୍ରମ୍ପଙ୍କ ସମେତ ଅନେକ ଲୋକଙ୍କ ଟ୍ୟାକ୍ସ ରେକର୍ଡ ଚୋରି ଏବଂ ଲିକ୍ କରିବା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। କୋର୍ଟ ଦୋଷୀକୁ ୫ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଡୋନାଲ୍ଡ ଟ୍ରମ୍ପଙ୍କ ସମେତ ହଜାର ହଜାର ଆମେରିକୀୟ ବିଲିୟନେୟାରଙ୍କ ଆୟକର ରିଟର୍ନକୁ ବେଆଇନ ଭାବେ ସାର୍ବଜନୀନ କରିବାରେ କୋର୍ଟ ୩୮ ବର୍ଷିୟ ଚାଲର୍ସ ଲିଟିଲଜୋନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଦୋଷୀ ଯୁବକ ଏକ କନସଲଟିଙ୍ଗ୍ ଫାର୍ମରେ କାମ […] The post ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ୟାକ୍ସ ରେକର୍ଡ ଲିକ୍ କରିବା ମାମଲାରେ ଦୋଷୀକୁ ୫ ବର୍ଷ ଜେଲ ଦଣ୍ଡାଦେଶ appeared first on Dharitri Odia News.
ଓ୍ବାଶିଂଟନ,୩୦।୧: ଆମେରିକାର ପୂର୍ବତନ କୋର୍ଟ ଡୋନାଲ୍ଡ ଟ୍ରମ୍ପଙ୍କ ସମେତ ଅନେକ ଲୋକଙ୍କ ଟ୍ୟାକ୍ସ ରେକର୍ଡ ଚୋରି ଏବଂ ଲିକ୍ କରିବା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। କୋର୍ଟ ଦୋଷୀକୁ ୫ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଡୋନାଲ୍ଡ ଟ୍ରମ୍ପଙ୍କ ସମେତ ହଜାର ହଜାର ଆମେରିକୀୟ ବିଲିୟନେୟାରଙ୍କ ଆୟକର ରିଟର୍ନକୁ ବେଆଇନ ଭାବେ ସାର୍ବଜନୀନ କରିବାରେ କୋର୍ଟ ୩୮ ବର୍ଷିୟ ଚାଲର୍ସ ଲିଟିଲଜୋନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।
ଦୋଷୀ ଯୁବକ ଏକ କନସଲଟିଙ୍ଗ୍ ଫାର୍ମରେ କାମ କରନ୍ତି। ସେହି ଫାର୍ମ ଆମେରିକାର ଆଭ୍ୟନ୍ତରୀଣ ରାଜସ୍ବ ସେବା ସହିତ ମିଳିତ ଭାବେ କାର୍ଯ୍ୟ କରେ। ଏହି ଫାର୍ମରେ କାମ କରୁଥିବାବେଳେ ଦୋଷୀ ଲିଟିଲଜୋନ ଟ୍ରମ୍ପଙ୍କ ସମେତ ହଜାର ହଜାର ଧନୀ ବ୍ୟକ୍ତିଙ୍କ ଟିକସ ରେକର୍ଡ ଚୋରି କରି ନିଜ ବ୍ୟକ୍ତିଗତ ୱେବସାଇଟରେ ପ୍ରକାଶ କରିଥିଲେ। ତେବେ ପରେ ସେ ୱେବସାଇଟରୁ ଏହି ରେକର୍ଡଗୁଡ଼ିକୁ ହଟାଇ ଦେଇଥିଲେ।
୨୦୨୦ରେ ଦ ନ୍ୟୁୟର୍କ ଟାଇମ୍ସରେ ଏକ ଆର୍ଟିକିଲରେ ଦାବି କରାଯାଇଛି , ୨୦୧୬ରେ ଡୋନାଲ୍ଡ ଟ୍ରମ୍ପ ଆୟକରରେ ମାତ୍ର ୭୫୦ ଡଲାର୍ ପ୍ରଦାନ କରିଛନ୍ତି। ବିଶ୍ୱାସ ରହିଛି ଯେ ନ୍ୟୁୟର୍କ ଟାଇମ୍ସ ଏହି ଲିକ୍ ହୋଇଥିବା ଡକ୍ୟୁମେଣ୍ଟ ଆଧାରରେ ଏହି ଲେଖା ଲେଖିଛି। ନ୍ୟୁୟର୍କ ଟାଇମ୍ସ ଏହା ମଧ୍ୟ କହିଛି ଯେ ଗତ ୧୫ ବର୍ଷ ମଧ୍ୟରେ ଟ୍ରମ୍ପ କୌଣସି ଇନକମ୍ ଟ୍ୟାକ୍ସ ଦେଇନାହାଁନ୍ତି।
The post ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ୟାକ୍ସ ରେକର୍ଡ ଲିକ୍ କରିବା ମାମଲାରେ ଦୋଷୀକୁ ୫ ବର୍ଷ ଜେଲ ଦଣ୍ଡାଦେଶ appeared first on Dharitri Odia News.